ରାୟଗଡ଼ା: ମଇଁଷି ପଲ ଉପରେ ମାଡ଼ିଗଲା ଟ୍ରେନ, ୨୭ ମଇଁଷି ମୃତ। ରାୟଗଡ଼ା ପିତାମହଲ ନିକଟରେ ମଇଁଷି ପଲକୁ ଧକ୍କା ଦେଲା ଏକ୍ସପ୍ରେସ ଟ୍ରେନ। ମଇଁଷି ପଲ ଟ୍ରେନ ଲାଇନ ପାର ହେବାବେଳେ ଆଲେପି-ଧାନବାଦ ଏକ୍ସପ୍ରେସ ଚଢ଼ିଗଲା। ମଇଁଷିଗୁଡ଼ିକର ମୃତଦେହ ଟ୍ରେନ ନିକଟରେ ବିଛାଡ଼ି ହୋଇପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ ରାୟଗଡ଼ା ଜିଲାର ପିତାମହଲ ସ୍ଥିତ ରେଳ ଟ୍ରାକ ଉପରେ ପ୍ରାୟ ୨୭ଟି ମଇଁଷିଙ୍କୁ ଆଲେପି-ଧାନବାଦ ଏକ୍ସପ୍ରେସ ଧକ୍କା ଦେଇଥିଲା। ଏହି ମଇଁଷିଗୁଡ଼ିକ ରେଳ ଟ୍ରାକ୍ ପାର ହେବା ବେଳେ ଆଲେପି-ଧାନବାଦ ଏକ୍ସପ୍ରେସ ଟ୍ରେନ ସେମାନଙ୍କ ଉପରେ ମାଡି ଯାଇଥିଲା । ଫଳରେ ରେଳ ଟ୍ରାକ୍ ଉପରେ ହିଁ ଅନେକ ମଇଁଷିଙ୍କ ଶରୀର ଖଣ୍ଡ ଖଣ୍ଡ ହୋଇ ଯାଇଥିଲା । ଆଉ କିଛି ମଇଁଷି ଟ୍ରେନରେ ଧକ୍କା ହୋଇ ଛିଟିକି ପଡିବା ସହ ସେମାନଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଟ୍ରେନଟି ଏତେ ଜୋରରେ ଧକ୍କା ଦେଇଥିଲା ଯେ, ଅନେକ ମଇଁଷି ଟ୍ରାକରୁ ଅନେକ ଦୂରରେ ଛିଟିକା ପଡିଥିବାର ଦେଖିବାକୁ ମିଳିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।



