www.samajalive.in
Sunday, December 14, 2025
26.1 C
Bhubaneswar

କୁଟରାକେନରେ ପୁଲିସ ଅଟକ

ଟିଟିଲାଗଡ଼: ଟିଟିଲାଗଡ଼ ଥାନା ଅନ୍ତର୍ଗତ କୁଟରାକେନ ଜଙ୍ଗଲ ମଧ୍ୟରେ ବେଆଇନ ରତ୍ନପଥର ଖଣିରୁ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାରେ ଉତ୍ତେଜନା ପ୍ରକାଶ ପାଇଛିl ଶୁକ୍ରବାର ଖବର ପାଇ ପୁଲିସ ପହଞ୍ଚି ମୃତଦେହ ଜବତ କରିଥିଲା। ତେବେ ଉପଯୁକ୍ତ କ୍ଷତିପୂରଣ ଦାବିରେ ରାତିରେ ସୁଦ୍ଧା ସ୍ଥାନୀୟ ଅଧିବାସୀ ମୃତଦେହ ସହ ପୁଲିସକୁ ଅଟକ ରଖିଥିବା ଜଣାପଡିଛି।ଭାରପ୍ରାପ୍ତ ମାଜିଷ୍ଟ୍ରେଟ ପ୍ରେମଲାଲ ହିଆଲ, ଅତିରିକ୍ତ ଜିଲା ଆରକ୍ଷୀ ଅଧିକ୍ଷକ ସୁରେନ୍ଦ୍ରନାଥ ଶତପଥୀ, ଥାନା ଅଧିକାରୀ ରଞ୍ଜନ ବରିହା ଗ୍ରାମବାସୀ ତଥା ମୃତକଙ୍କ ପରିଜନଙ୍କ ସହ ଆଲୋଚନା ଜାରି ରଖିଛନ୍ତି। ଖଣି ଗାତରେ ଶ୍ୱାସରୁଦ୍ଧ ହୋଇ ଶ୍ରମିକ ନବୀନ ଜାନି, ଉଜ୍ଜ୍ଵଳ ଭୋଇଙ୍କ ମୃତ୍ୟୁ ଘଟିଥିଲା।

ଏହି ଗାହଟଣାରେ ଶ୍ରମିକ ଚିନ୍ତା ବାଗ ଏବଂ ରାଜକିଶୋର ପ୍ରଧାନୀ ଗୁରୁତର ଥିବା ଜଣାପଡ଼ିଛି। ଏଠାରେ ପ୍ରାୟ ଦୁଇ ଦଶନ୍ଧି ହେବ ଘଞ୍ଚ ଜଙ୍ଗଲରେ ରତ୍ନ ପଥର ନେଇ କିଛି ଦଲାଲଙ୍କ ଦ୍ୱାରା ବ୍ୟାପକ ଖନନ ଚାଲିଥିବା ଅଭିଯୋଗ ହୋଇଛି। ସଇଁନ୍ତଲା, ମୁରିବାହାଲ ଏବଂ ଟିଟିଲାଗଡ଼ ବ୍ଲକର ଶତାଧିକ ଲୋକ ଏଠାରେ ନିୟୋଜିତ କରାଯାଉଥିôବା ବେଳେ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଶହଶହ ସଂଖ୍ୟାରେ ବିରାଟ ଗାତ ମାନ ସୃଷ୍ଟି ହୋଇଛି। ଜଙ୍ଗଲ ବିଭାଗର ଛାୟା ତଳେ ଏହି ବେଆଇନ ଖଣି ଖାଦାନ ବ୍ୟାପାର ପୃଷ୍ଟ ହୋଇଥିବା ଆଳୋଚନା ହୋଇଛି। ଅନ୍ୟପକ୍ଷରେ ଗତକାଲି ଏହି ଅଞ୍ଚଳରେ ବର୍ଷା ହୋଇଥିବାରୁ ପ୍ରାୟ ୪୦ ଫୁଟରୁ ଊର୍ଦ୍ଧ୍ବ ଗାତରେ ଗ୍ୟାସ ସୃଷ୍ଟି ହୋଇ ଖଣି ଭିତରକୁ ପ୍ରବେଶ କରିଥିବା ଚାରି ଜଣ ଶ୍ରମିକ ଶ୍ୱାସରୁଦ୍ଧ ହୋଇଥିବା ସ୍ଥାନୀୟ ଅଞ୍ଚଳରେ ଆଳୋଚନା ହୋଇଛି।

- Advertisement -

ଅନ୍ୟପକ୍ଷରେ ଗୁଲମି ଗ୍ରାମର ରାଜୁ ସାହୁ ଏହି ବେଆଇନ ଖଣିର ପରିଚାଳନା କରୁଥିବା ଏବଂ ମୃତ ନବିନଙ୍କୁ ପ୍ରାୟ ତିନି ବର୍ଷ ହେବ ସେଠାରେ ନିୟୋଜିତ କରିଥିବା ତାଙ୍କ ଭାଇ ଗୁପ ଜାନୀ ଟିଟିଲାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଘଟଣାକୁ ନେଇ ଆଦିବାସୀ ସଂଘ ଉଦବେଗ ପ୍ରକାଶ କରିବା ସହ ମୃତ ଆଦିବାସୀ ଯୁବକ ନବିନଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ସହାୟତା ଦାବି କରିଛି। ନବିନଙ୍କ ପତ୍ନୀ ତଥା ତିନି ସନ୍ତାନ ଅନାଥ ହୋଇଯାଇଥିବା ବେଳେ ପରିବାରକୁ ୫୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ, ପ୍ରଶାସନ ତଥା ବନ ବିଭାଗ ଇସାରାରେ ଜଙ୍ଗଲ ଜମିକୁ ପଦା କରି ଚାଲିଥିବା ବେଆଇନ କାରବାରକୁ ସମ୍ପୁର୍ଣ୍ଣ ରୋକ କରିବାକୁ ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘ ମହାସଚିବ ନିରଞ୍ଜନ ବିଶି, ଜିଲା ସଂଘ ସାଧାରଣ ସମ୍ପାଦକ ହେମେନ୍ଦ୍ରନାଥ ହାଁସଦା ଦାବି କରିଛନ୍ତି। ଅନ୍ୟଥା ଆଦିବାସୀ ସଂଘ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବ ବୋଲି ଚେତାବନି ଦିଆଯାଇଛି।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories