www.samajalive.in
Sunday, December 14, 2025
19.1 C
Bhubaneswar

ବ୍ଲକସ୍ତରୀୟ ମାଗଣା ମେଗା ସ୍ୱାସ୍ଥ୍ୟମେଳା

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୁରୁଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଶୁକ୍ରବାର ଆୟୁଷ୍ମ।ନ ଭାରତ ବ୍ଲକସ୍ତରୀୟ ମାଗଣା ମେଗା ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଛି । ଭାରପ୍ରାପ୍ତ ଡାକ୍ତର ଚିନ୍ମୟ ଲିମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବ୍ଲକ ଅଧ୍ୟକ୍ଷା ଅମ୍ବ୍ରିତା କାଡ୍ରାକା ମୁଖ୍ୟଅତିଥି ଭାବେ ଯୋଗ ଦେଇ ସ୍ୱାସ୍ଥ୍ୟ ମେଳାକୁ ଉଦଘାଟନ କରିଥିଲେ । ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥାର ସ୍ୱତନ୍ତ୍ର ଅଧିକାରୀ ସଲମନ ରାଇକା, ସରପଞ୍ଚ ଗୌତମ ବାର୍ଲି, ସାଂସଦ ପ୍ରତିନିଧି କୁମାର ସ୍ୱାମୀ କୌଶଲ୍ୟା, ବ୍ଲକ ପ୍ରକଳ୍ପ ପରିଚାଳକ( ଓଏଲଏମ) କଳ୍ପତରୁ ବେହେରା, ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ ବି. ଏଲ. ଏନ. ରାଜୁ, ଭାରପ୍ରାପ୍ତ ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରୀ ନଳିନୀ ବୈରାଗୀ, ବ୍ଲକ ଉପାଧ୍ୟକ୍ଷ ଡମ୍ବରୁ କଞ୍ଜ।କା ମଞ୍ଚାସୀନ ରହିଥିଲେ । ବ୍ଲକର ୧୪ଟି ପଞ୍ଚାୟତରୁ ରୋଗୀ ଆସି ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ଜଣାପଡ଼ିଛି ।

ସ୍ୱାସ୍ଥ୍ୟ ମେଳାରେ ୫୧୮ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ମାଗଣାରେ ଔଷଧ ଯୋଗାଇ ଦିଆଯାଇଛି । ଏଥିରେ ୭ ଜଣଙ୍କୁ କରୋନା ଟିକା, ୨୦ଜଣଙ୍କୁ ସ୍ୱାସ୍ଥ୍ୟ କାର୍ଡ ଦେଇଥିବା ବେଳେ ୯୮ ଜଣଙ୍କ ଆଖି ପରୀକ୍ଷା, ୧୮୪ଜଣଙ୍କ ଜ୍ଵର ପରୀକ୍ଷା କରାଯାଇଥିଲା । ୫୮ ଜଣଙ୍କର ମୋତିଆ ବିନ୍ଦୁ, ୩ଜଣଙ୍କର ମ୍ୟାଲେରିଆ ପରୀକ୍ଷା ହୋଇଥିବା ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମ ଦ୍ୱାରା ଗାଁ ଗହଳିର ଲୋକେ ସଚେତନ ହେବା ସହ ଏକ ସୁସ୍ଥ ଜୀବନ ଯାପନ କରିପାରିବେ ବୋଲି ଅତିଥିମାନେ ମତ ଦେଇଥିଲେ । ଔଷଧ, ଚକ୍ଷୁ, ଆୟୁଷ, ମାନସିକ ବିକୃତ, ଦାନ୍ତ, ସାଧାରଣ ରୋଗୀ ପରୀକ୍ଷା ଡାକ୍ତର ଉପସ୍ଥିତ ରହି ରୋଗୀ ଚିକିତ୍ସା କରିଥିଲେ । ଓଡିଶା ଜୀବିକା ମିଶନର କାର୍ୟ୍ୟକ୍ରମ ବିଷୟରେ ପ୍ରଦର୍ଶନୀ କରି ଲୋକଙ୍କୁ ସଚେତନ କରିଥିଲେ। ସମନ୍ୱିତ ଶିଶୁ ବିକାଶ ଯୋଜନା, ମିଶନ ଶକ୍ତି, ସ୍ୱଚ୍ଛଭାରତ, ଯୋଗଶିକ୍ଷା, କୋଭିଡ ସେଣ୍ଟର ସମେତ ମୋଟ ୧୩ଟି ଷ୍ଟଲ କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ ଡାକ୍ତର ସଜ୍ଞା ଦାସ, ଡାକ୍ତର ସୁକୁମା ତ୍ରିପାଠୀ, ବିପିଏମ କୈଳାସ ନାୟକ, ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଶ୍ୟାମ ସୁନ୍ଦର ମାଝୀ, ମହିଳା ପରିଦର୍ଶିକା ପ୍ରେମାଲତା ପାଣିଗ୍ରାହୀ, ସମସ୍ତ ଆଶା, ଅଙ୍ଗନୱାଡି କର୍ମୀ, ମହିଳା ଓ ପୁରୁଷ ସ୍ଵାସ୍ଥ୍ୟକର୍ମୀ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଶିକ୍ଷା ନିକେତନ କାନସୁର ସେବାଶ୍ରମର ଛାତ୍ରୀଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଛି ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories