www.samajalive.in
Sunday, December 14, 2025
15.1 C
Bhubaneswar

ଧାମରାରେ ରାସାୟନିକ ବିସ୍ପୋରଣ ସ୍ଥାନରେ ସାଇଣ୍ଟିଫିକ ଟିମର ତଦନ୍ତ ଆରମ୍ଭ

ଧାମରା: ଧାମରାରେ ଗତକାଲି ଘଟିଥିବା ଏକ ରାସାୟନିକ ବିସ୍ପୋରଣର ତଦନ୍ତ କରିବା ପାଇଁ ବାଲେଶ୍ୱରରୁ ଏକ ସାଇଂଟିଫିକ ଟିମ ଆସି ଧାମରାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସାଇଣ୍ଟିଫିକ ଅଫିସର ସଙ୍ଗିତା ହାଂସଦାଙ୍କ ନେତୃତ୍ୱରେ ଆସିଥିବା ଏହି ଟିମ ପ୍ରଥମେ ପହଞ୍ଚି ଧାମରା ବଜାରରେ ସ୍ଥାନୀୟ ଦୋକାନୀମାନଙ୍କ ପ୍ରତିକ୍ରିୟା ନେବା ସହ ଫୁଟିଥିବା ଖୋକାରୁ କେଉଁ ପ୍ରକାର ରାସାୟନିକ ପଦାର୍ଥ ବ୍ୟବହାର ହୋଇଥିଲା ସେ ବିଷୟରେ ଅଧିକ ଅନୁସନ୍ଧାନ ଜାରୀ ରଖିଛନ୍ତି। ଏହାପରେ ଏହି ଟିମ ଧାମରା ଥାନାର ଥାନାଧିକାରୀ ଶ୍ରୀକାନ୍ତ ପତିଙ୍କ ସହ ସତ୍ୟେନ କାମିଳିଆ(ରଣା)ଙ୍କ ବାସଗୃହରେ କେଉଁ ସ୍ଥାନରେ ଏହି ଅଫୁଟା କ୍ଷେପଣାସ୍ତ୍ରକୁ ଗ୍ୟାସ କଟର ସାହାଯ୍ୟରେ କାଟୁଥିଲେ ସେହି ସ୍ଥାନକୁ ଯାଇ ସମସ୍ତ ବିଷୟ ଅନୁଧ୍ୟାନ କରିବା ସହ ସେହି ସ୍ଥାନରେ ପଡିଥିବା ଭଗ୍ନ କ୍ଷେପଣାସ୍ଥର ଖୋଳ ଦେଖିବାକୁ ପାଇଥିଲେ ମଧ୍ୟ ଗତକାଲି ପଡିଥିବା ଖୋକାକୁ କେହି ନେଇଯାଇଥିବା କଥା ଉପସ୍ଥିତ ଜନତା ମତ ରଖିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଗତକାଲି ଧାମରା ଥାନାଧିକାରୀ ଘଟଣା ସ୍ଥଳରେ ଉପସ୍ଥିତ ରହି ସନ୍ଦେହ ଘେରରେ ଥିବା ସମସ୍ତ ଘରକୁ ସିଲ କରିଥିବା ବେଳେ ପ୍ରକୃତରେ ଯେଉଁ ସ୍ଥାନରେ ଅଫୁଟା କ୍ଷେପଣାସ୍ତ୍ରକୁ ଗ୍ୟାସ କଟର ସାହାଯ୍ୟରେ କାଟୁଥିଲେ ସେହି ସ୍ଥାନକୁ ସିଲ କରି ନଥିବା ବେଳେ ଅଫୁଟା ଖୋକାର ଭଗ୍ନାବଶେଷକୁ ମଧ୍ୟ ସିଜ କରି ନଥିଲେ ବୋଲି ଜଣାଯାଇଛି। ଏହି ସାଇଣ୍ଟିଫିକ ଟିମ ଧାମରାରେ ଆସି ଅପରାହ୍ନ ୪ଟା ସମୟରେ ଆସି ପହଞ୍ଚିଥିଲେ ମଧ୍ୟ ସେହି ସ୍ଥାନର ସମସ୍ତ ତଦନ୍ତ ସାରି ସନ୍ଧ୍ୟା ୬ଟାରେ ଫେରି ଯାଇଥିଲେ।

 

- Advertisement -

ଏହି ଟିମ ଧାମରା ଆସିବା ପୂର୍ବରୁ ଭଦ୍ରକ ଠାରେ ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟି ଏହି ସମସ୍ତ ବିଷୟରେ ଆଲୋଚନା କରିବା ପରେ ଧାମରା ଆସିଥିଲେ। ଏହି ତଦନ୍ତ ସମୟରେ ସତ୍ୟେନ କାମିଳିଆ(ରଣା)ଘରେ ବହୁ ଚୋରା ସାମଗ୍ରୀ ଥିବା ଜଣାଯାଇଛି। ଏହି ସାମଗ୍ରୀ ମଧ୍ୟରେ ମୋଟରସାଇକେଲ ପାର୍ଟସ,କ୍ଷେପଣାସ୍ତ୍ରର ଭଗ୍ନାଂଶ, ଧାମରା ବନ୍ଦର ମଧ୍ୟରୁ ବହୁ ସମୟରେ ଚୋରି ହୋଇଥିବା ବିଭିନ୍ନ ଯନ୍ତ୍ରପାତି ଏବଂ ବିପୁଳ ପରିମାଣରେ ବିଦ୍ୟୁତ ତାର, ବିଦ୍ୟୁତ ସାମଗ୍ରୀ ସହ ବହୁ ଚୋରା ସାମଗ୍ରୀ ସେଠାରେ ଦେଖିବାକୁ ମିଳିଥିଲା। ଏହି ତଦନ୍ତ ସମୟରେ କେଉଁ ପରିସ୍ଥିତିରେ ଏବଂ କେଉଁଠାରୁ ଏବଂ କେଉଁ ପରିସ୍ଥିତିରେ ଏହ ଅଫୁଟା କ୍ଷେପଣାସ୍ଥ୍ର ଏହି ସ୍ଥାନକୁ ଆସିଥିଲା ତାହା ତଦନ୍ତ ସାପେକ୍ଷ ହୋଇ ପଡିଛି। ଏହି ତଦନ୍ତ ସାରି ତଦନ୍ତକାରୀ ଦଳ ଧାମରାରୁ ଫେରିଥିବା ବେଳେ ଆଗାମୀ ଦିନରେ ବିଭାଗୀୟ ଅଧିକାରୀ ସଂପୃକ୍ତ କବାଡି ଦୋକାନର ମାଲିକ ସତ୍ୟେନ କାମିଳିଆ(ରଣା)ଙ୍କ ବିରୁଦ୍ଧରେ କଣ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ ତାହା ଲୋକଲୋଚନକୁ ଆସିବା ଜରୁରୀ ବୋଲି ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଗତକାଲି ଏହି ରାସାୟନିକ ବିସ୍ପୋରଣରେ ସଂପୃକ୍ତ ଦୋକାନୀଙ୍କ ସାନଭାଇ ହରିହର ରଣା(୩୫)ଚିକିତ୍ସିତ ହେଉଥିବା ବେଳେ ଭଦ୍୍ରକରେ ପ୍ରାଣ ହରାଇଥିଲେ ଏବଂ କଇଥଖୋଲା ବାସିନ୍ଦା ସେକ କଇମତ(୭୨) ବର୍ତ୍ତମାନ କଟକରେ ଏକ ମେଡିକାଲରେ ମୃତ୍ୟୁ ସହ ସଂଗ୍ରାମରତ। ଅନ୍ୟ ପକ୍ଷରେ ଧାମରା ଥାନାଧିକାରୀ ଏନେଇ ଏକ କେସ ରୁଜୁ କରି ଦୋକାନର ମାଲିକ ସତ୍ୟେନ କାମିଳିଆ(ରଣା) ଏବଂ ତାଙ୍କ ପୁଅକୁ ଅଟକ ରଖିଥିବା ବେଳେ ଅଧିକ ତଦନ୍ତ ଚଳାଇଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories