www.samajalive.in
Sunday, December 14, 2025
19.1 C
Bhubaneswar

ସାମୂହିକ ଅର୍ଥନୈତିକ ଅଭିବୃଦ୍ଧିରେ ଜି-୨୦ର ଭୂମିକା ଗୁରୁତ୍ୱପୂର୍ଣ୍ଣ – ନିର୍ମଳା ସୀତାରମଣ

ଡେସ୍କ: ସାମୂହିକ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଆନ୍ତର୍ଜାତିକ ନୀତିରେ ସମନ୍ୱୟ ଆଣିବା କ୍ଷେତ୍ରରେ ଜି-୨୦ ଏକ ଉପଯୁକ୍ତ ମଞ୍ଚ ଓ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଅର୍ଥମନ୍ତ୍ରୀ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଜି-୨୦ ଅର୍ଥମନ୍ତ୍ରୀ ଓ କେନ୍ଦ୍ରୀୟ ବ୍ୟାଙ୍କ୍‍ ଗଭର୍ଣ୍ଣର୍‍ମାନଙ୍କ ବୈଠକରେ ଯୋଗଦେଇ ସେ ଏହା କହିଛନ୍ତି। ଏହି ବୈଠକରେ ଇଣ୍ଡୋନେସିଆ ଅଧ୍ୟକ୍ଷତା କରିଥିଲା। ଏହି ବୈଠକରେ ବିଶ୍ୱ ଅର୍ଥନୈତିକ ଭବିଷ୍ୟତ ଓ ଏହା ପଥରେ ଥିବା ପ୍ରତିବନ୍ଧକ, ଆନ୍ତର୍ଜାତିକ ଆର୍ଥିକ ଢାଞ୍ଚା ଏବଂ ବିଶ୍ୱ ସ୍ୱାସ୍ଥ୍ୟ ପରିସ୍ଥିତି ଆଲୋଚନାରେ ସ୍ଥାନ ପାଇଥିଲା।

ଏହି ଅବସରରେ ସୀତାରମଣ କହିଛନ୍ତି, ଦୀର୍ଘ ସମୟ ଧରି ମୁଦ୍ରାସ୍ଫୀତି, ଯୋଗାଣ ଶୃଙ୍ଖଳରେ ବାଧା, ଶକ୍ତି ବଜାରରେ ଅସ୍ଥିରତା ଓ ପୁଞ୍ଜିନିବେଶକାରୀମାନଙ୍କ ମନରେ ଭୟ ଯୋଗୁଁ ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧି ମନ୍ଥର ହୋଇଛି। ସେ ଅଧ୍ୟା ଆମେରିକାର ବାଣିଜ୍ୟ ମନ୍ତ୍ରୀ ଗିନା ରାଇମୋଣ୍ଡୋଙ୍କ ସହ କଥାବାର୍ତ୍ତା କରିଛନ୍ତି। କଥାବର୍ତ୍ତାରେ ଅର୍ଥନୈତିକ ସହଯୋଗ, ଦ୍ୱିପକ୍ଷୀୟ ସମ୍ପର୍କ ଓ ଆନ୍ତର୍ଜାତିକ ପ୍ରସଙ୍ଗ ସ୍ଥାନ ପାଇଥିଲା।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories