www.samajalive.in
Saturday, December 13, 2025
27.1 C
Bhubaneswar

ଢେଙ୍କିକୋଟ ଜୋନ ଜିଲା ପରିଷଦ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ମେ୨୭ରେ ହେବ ନିର୍ବାଚନ

ପାଟଣା: ଗତ ପଞ୍ଚାୟତିରାଜ ନିର୍ବାଚନରେ ଢେଙ୍କିକୋଟ ୮ ନମ୍ବର ଜୋନ ବିଜୁ ଜନତା ଦଳ ପ୍ରାର୍ଥୀ ଅନାଦି ଚରଣ ସିଂଙ୍କ ଅକାଳ ବିୟୋଗ ଯୋଗୁଁ ନିର୍ବାଚନ ସ୍ଥଗିତ ରଖାଯାଇଥିଲା। ଏହି ଜିଲା ପରିଷଦ ସଭ୍ୟ ପଦବୀ ନିମନ୍ତେ ଭୋଟ ଗ୍ରହଣ ଆଗାମୀ ମେ ମାସ ୨୭ ତାରିଖରେ ହେବ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଭୋଟ ଗ୍ରହଣ ସକାଳ ୭ ରୁ ମଧ୍ୟାହ୍ନ ୧.୦୦ ଯାଏ ଚାଲିବ। ଏପ୍ରିଲ ୨୯ ମେ ୨ ପର୍ଯ୍ୟନ୍ତ ଏହି ତିନିଦିନ  ପର୍ଯ୍ୟନ୍ତ ଆଶାୟୀ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ କରିପାରିବେ। ମେ’ ୪ରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ। ସେହିପରି ମେ’ ୫ରେ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ଏବଂ ମେ’ ୭ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ସେମାନଙ୍କ ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିବେ। ଢେଙ୍କିକୋଟ ଜୋନର ୧୦ ଗୋଟି ପଞ୍ଚାୟତ ପାଇଁ ଆଦର୍ଶ ଆଚରଣ ବିଧି ଆଜିଠାରୁ ଅର୍ଥ ତା ୨୧/୪/୨୦୨୨ ରିଖ ଠାରୁ ଲାଗୁ ହେବ ଏବଂ ଏହା ତା ୨୮/୫/୨୦୨୨ ରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଭୋଟ ଗଣତି ମେ୨୮ରିଖରେ ଘଟଗାଁ ବ୍ଲକ କାର୍ୟ୍ୟାଳୟରେ କରାଯିବା ନେଇ ସୂଚନା ପ୍ରକାଶ ପାଇଛି ।  ମେ’ ୩୧ରେ ଫଳାଫଳ ଘୋଷଣା କରାଯିବ।

Hot this week

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

Related Articles

Popular Categories