www.samajalive.in
Sunday, December 14, 2025
26.1 C
Bhubaneswar

ଭାରତ ବିଶ୍ୱର ଔଷଧ କେନ୍ଦ୍ର ଭାବେ ପରିଚିତ – ମରିସସ୍‍ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ ଜଗନ୍ନାଥ

ଡେସ୍କ: ମରିସସ୍‍ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ ଜଗନ୍ନାଥ କହିଛନ୍ତି, ଭାରତ ବିଶ୍ୱର ଔଷଧ କେନ୍ଦ୍ର ଭାବେ ପରିଚିତ ହୋଇଛି। ଆୟୁଷ, ଆୟୁର୍ବେଦ ଓ ପାରମ୍ପରିକ ଔଷଧ କ୍ଷେତ୍ରରେ ଭାରତ ବିଶ୍ୱର ନେତୃତ୍ୱ ନେବ। ଗ୍ଲୋବାଲ୍‍ ଆୟୁଷ ଇନ୍ଭେ ଷ୍ଟମେଣ୍ଟ ଆଣ୍ଡ୍‍ ଇନୋଭେସନ୍‍ ସମ୍ମେଳନରେ ଯୋଗଦେଇ ମରିସସ୍‍ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗ୍ଲୋବାଲ୍‍ ଆୟୁଷ ଇନ୍ଭେ ଷ୍ଟମେଣ୍ଟ ଆଣ୍ଡ୍‍ ଇନୋଭେସନ୍‍ ସମ୍ମେଳନକୁ ଉଦଘାଟନ କରିବା ଅବସରରେ ଡିଜିଟାଲ ମାଧ୍ୟମରେ ଆୟୁଷ ରପ୍ତାନୀ ବିକାଶ ପରିଷଦର ଶୁଭାରମ୍ଭ କରିଛନ୍ତି। ସେ ମଧ୍ୟ ଆୟୁଷ ସୂଚନା କେନ୍ଦ୍ର, ଆୟୁଷ ନେକ୍ସଟ ଓ ଆୟୁସଫ୍ଟଗୁଡ଼ିକର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଶ୍ରୀ ମୋଦୀ କହିଛନ୍ତି, ଖୁବ୍‍ ଶୀଘ୍ର କରୋନା ପାଇଁ ପ୍ରତିଷେଧକ ଟିକା ବାହାର କରାଯାଇ ପାରିଛି। ଏଥିରୁ ନବୀକରଣ ଓ ପୁଞ୍ଜି ନିବେଶ ଦ୍ୱାରା ଯେକୌଣସି କ୍ଷେତ୍ର ଉନ୍ନତିର ଚରମ ପର୍ଯ୍ୟାୟରେ ପହଞ୍ଚି ପାରିବ ବୋଲି ପ୍ରତିପାଦିତ ହୋଇଛି। ସେ କହିଛନ୍ତି ଯେ ଆୟୁଷ କ୍ଷେତ୍ର ନିକଟ ଭବିଷ୍ୟତରେ ଅଧିକ ପୁଞ୍ଜି ନିବେଶକୁ ଆକୃଷ୍ଟ କରିବ। ଆଧୁନିକ ଔଷଧ ଉତ୍ପାଦନକାରୀ କମ୍ପାନୀଗୁଡ଼ିକରେ ଠିକ୍‍ ସମୟରେ ପୁଞ୍ଜି ନିବେଶ ମାଧ୍ୟମରେ ଏହା ସମ୍ଭବ ହୋଇଛି ବୋଲି ଶ୍ରୀ ମୋଦୀ କହିଛନ୍ତି।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories