www.samajalive.in
Sunday, December 7, 2025
14.1 C
Bhubaneswar

ଆଜି ରଣବୀର-ଆଲିଆଙ୍କ ବାହାଘର: ସନ୍ଧ୍ୟା ୭ଟାରେ ମିଡିଆକୁ କରିବେ ସାମ୍ନା

ମୁମ୍ବଇ: ବଲିଉଡ଼ର ଲୋକପ୍ରିୟ ତଥା ଚର୍ଚ୍ଚିତ ଯୋଡ଼ି ରଣବୀର କପୁର ଓ ଆଲିଆ ଭଟ୍ଟ ଗୁରୁବାର ବିବାହ ବନ୍ଧନରେ ଆବଦ୍ଧ ହେବେ। ପଞ୍ଜାବୀ ରିତି ନୀତି ଅନୁସାରେ ହେବାକୁ ଥିବା ଏହି ବିବାହ ସମାରୋହର ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇଛି। ନିଜ ବିବାହକୁ ଗୋପନୀୟ ରଖିବାକୁ ଦୁଇ କଳାକାର ଓ ତାଙ୍କ ପରିବାର ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଖୁବ୍‌ ଅଳ୍ପ ଲୋକ ବିବାହରେ ଉପସ୍ଥିତ ରହିବେ। କେବଳ କିଛି ଘନିଷ୍ଠ ବନ୍ଧୁ ଓ ପରିବାରବର୍ଗଙ୍କ ଉପସ୍ଥିତିରେ ମୁମ୍ବଇର ପାଲି ହିଲ୍‌ ସ୍ଥିତ ବାସ୍ତୁ ଆପାର୍ଟମେଣ୍ଟରେ ଦିନ ୨ଟା ସମୟରେ ଉଭୟ ବିବାହର ପବିତ୍ର ବନ୍ଧନରେ ବାନ୍ଧି ହେବେ। ଏଥିସହ ସନ୍ଧ୍ୟା ୭ଟା ସମୟରେ ସେମାନେ ମିଡିଆ ସାମ୍ନାକୁ ଆସିବେ ବୋଲି ଜଣାପଡ଼ିଛି।

 

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories