www.samajalive.in
Saturday, December 13, 2025
26.1 C
Bhubaneswar

ମନ୍ଦାର ଫୁଲରେ ଲୁଚି ରହିଛି ଅନେକ ଔଷଧୀୟ ଗୁଣ

କୌଣସି ଫୁଲକୁ ଦେଖିବା ମାତ୍ରେ ସର୍ବପ୍ରଥମେ ଆମେ ତାର ସୌନ୍ଦର୍ୟ୍ୟକୁ ହିଁ ଲକ୍ଷ୍ୟ କରିଥାଉ। ମାତ୍ର ତା’ ନିକଟରେ ଥିବା ଔଷଧୀୟ ଗୁଣ ବିଷୟରେ ଆମେ ଗୁରୁତ୍ୱ ଦେଇ ନ ଥାଉ। ଏପରି କିଛି ଫୁଲ ରହିଛି ଯାହା ଠାକୁରଙ୍କ ପୂଜାରେ ଲାଗିବା ସହ ଶରୀରର ବିଭିନ୍ନ ସମସ୍ୟା ପାଇଁ ମଧ୍ୟ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ସେହିଭଳି ଏକ ଫୁଲ ହେଉଛି ମନ୍ଦାର ଫୁଲ। ମନ୍ଦାର ଫୁଲକୁ ଆମେ ପୂଜା କାମରେ ଲଗାଇଥାଉ ଓ ପରେ ମଉଳି ଗଲେ ତାକୁ ଫୋପାଡି ଦେଇଥାଉ। ହେଲେ କ’ଣ ଆପଣ ଜାଣନ୍ତି ଏହା ଆମ ଶରୀର ପାଇଁ କେତେ ଉପଯୋଗୀ ହୋଇଥାଏ? ତେବେ ଆସନ୍ତୁ ଜାଣିବା ମନ୍ଦାର ଫୁଲର ଔଷଧୀୟଗୁଣ ବିଷୟରେ –
୧. ଲାଲ ରଙ୍ଗର ମନ୍ଦାର ଫୁଲରେ ଭିଟାମିନ୍ ସି ଏବଂ ବହୁ ମାତ୍ରାରେ ଆଇରନ୍ ରହିଥାଏ। ଯାହା ମୁଣ୍ଡରେ ଥିବା ରୂପିକୁ ନଷ୍ଟ କରିଦେଇଥାଏ। ଏହାସହ କେଶରେ ନୂଆ ଚମକ ସୁଷ୍ଟି କରିଥାଏ ।
୨. ଏହା ରକ୍ତଚାପ, ମଧୁମେହ ଓ ଗଳାରେ ହେଉଥିବା ସମସ୍ତ ସଂକ୍ରମଣ ପାଇଁ ଔଷଧ ଭଳି କାର୍ୟ୍ୟ କରିଥାଏ ।
୩. ଏହାର ପୌଷ୍ଟିକ ତତ୍ତ୍ୱ ଶ୍ୱାସଜନିତ କଷ୍ଟକୁ ଦୂର କରିଥାଏ । କଫ ଦୂର କରିବା ପାଇଁ ଏହା ସହାୟକ ହୋଇଥାଏ ।
୪. ଏହି ଫୁଲର ପତ୍ର ମେହେନ୍ଦୀରେ ମିଶାଇ ବାଟି କେଶରେ ଲଗାଇବା ଦ୍ୱାରା ଚୁଟି ନରମ ହୋଇଥାଏ ।
୫. ଅଁଳା ପାଉଡର ଏବଂ ମନ୍ଦାର ଫୁଲର ପତ୍ରକୁ ପାଣିରେ ଭିଜାଇ ଦିଅନ୍ତୁ ଓ ପରଦିନ ଭଲଭାବେ ଏହାକୁ ପେଷି ଦିଅନ୍ତୁ। ଏହି ମିଶ୍ରଣକୁ କେଶ ମୂଳରେ ଲଗାଇବା ଦ୍ୱାରା କେଶ ଝଡ଼ିବା ବନ୍ଦ ହେବା ସହ କେଶର ଘନତ୍ୱ ବଢିଥାଏ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories