www.samajalive.in
Friday, December 12, 2025
15.1 C
Bhubaneswar

ବାପାଙ୍କ ସ୍ୱପ୍ନ ସାକାର କଲା ପୁଅ; ଦ୍ୱିବେଦୀ ଫାଉଣ୍ଡେସନ ମେଗା ରକ୍ତଦାନ ଶିବିରରେ ୧୪୦ ୟୁନିଟ ରକ୍ତ ସଂଗ୍ରହ

ଧାମରା: ସାରା ବିଶ୍ୱରେ ରକ୍ତର ଅଭାବ ପରିଲକ୍ଷିତ ହେଉଥିବା ବେଳେ ଗତ ମହାମାରୀ କରୋନା ସମୟରେ ଧାମରା ସ୍ଥିତ ଦ୍ୱିବେଦୀ ଫାଉଣ୍ଡେସନ ପକ୍ଷରୁ ଏକ ରକ୍ତଦାନ ଶିବିର ଆରମ୍ଭ ହୋଇଥିବା ବେଳେ ଆଜି ତାହାର ଦ୍ୱିତୀୟ ବାର୍ଷିକ ଉତ୍ସବରେ ପୁନଶ୍ଚ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ ଶିବିରକୁ ଧାମରା ଥାନାଧିକାରୀ ଶ୍ରୀକାନ୍ତ ପତି ପ୍ରଦ୍ୱୀପ ପ୍ରଜ୍ଜଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ମେଗା ରକ୍ତଦାନ ଶିବିରକୁ ଦ୍ୱିବେଦୀ ଫାଉଣ୍ଡେସନର ପ୍ରତିଷ୍ଠାତା କୃଷ୍ଣଚନ୍ଦ୍ର ଦ୍ୱିବେଦୀ ଆରମ୍ଭ କରିଥିବା ବେଳେ ଆଜିର ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ଅବସରରେ ଧାମରା ଥାନାଧିକାରୀ ଶ୍ରୀକାନ୍ତ ପତି ନିଜର ମତ ରଖି କୃଷ୍ଣଚନ୍ଦ୍ର ଦ୍ୱିବେଦୀଙ୍କ ପୁଅ ସୁବାଶୀଷ(ପପୁ) ଦ୍ୱିବେଦୀ ଆଜି ଆଉ ଏକ ପାଦ ଆଗକୁ ଯାଇ କେବଳ ଧାମରା ଅଂଚଳର ନୁହେଁ ଅସୁବିଧାରେ ଥିବା ସମସ୍ତ ଲୋକଙ୍କ ପାଇଁ ଯେଉଁ ସମୟରେ ଯେଉଁଠାରେ ଯେଉଁ ମୁହୂର୍ତ୍ତରେ ଚାହିଁଲେ ଯେକୌଣସି ବ୍ଲଡ ବ୍ୟାଙ୍କରୁ ସେ ସମସ୍ତଙ୍କୁ ରକ୍ତ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତିବଦ୍ଧ ବୋଲି ନିଜର ବକ୍ତବ୍ୟ ରଖିଥିଲେ। ଆଜିର ଏହି ମେଗା ରକ୍ତଦାନ ଶିବିରରେ ୧୪୦ୟୁନିଟ ବ୍ଲଡ ସଂଗ୍ରହ ହୋଇଥିବା ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଧାମରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡା.ଜନ୍ମେଞ୍ଜୟ ବେହେରା, କଇଥଖୋଲା ପଂଚାୟତର ପୂର୍ବତନ ସରପଂଚ ବନବିହାରୀ ମାଇତି, ଗୁଆମାଳ ପଂଚାୟତର ପୂର୍ବତନ ସରପଂଚ ପ୍ରଦ୍ୱୀପ ପଣ୍ଡା, ସାଇ ଇଂଟରନେସନାଲ ସ୍କଲୁ ଧାମରାର ପ୍ରତିଷ୍ଠାତା ଅତୁଲ ଜାନା, ଜ୍ଞାନରଞ୍ଜନ ମଲିକ, ସନ୍ତୋଷ ଦଳେଇ, ରାଧାଶ୍ୟାମ ଲେଙ୍କା, ସୁବାଶ ସାହୁ, ନିଳମଣୀ ବେହେରା ପ୍ରମୁଖ ଏହି ଶିବିରକୁ ପରିଚାଳନା କରିଥିଲେ। ଭଦ୍ରକ ବ୍ଲଡ଼ ବ୍ୟାଙ୍କର ସାଧୁସୂଦନ ବେହେରା, ଚନ୍ଦ୍ରକାନ୍ତ ଖୁଂଟିଆ, ରତିକାନ୍ତ ବଳ, ରୁପକ ସେନାପତି, ବିଶ୍ୱରଞ୍ଜନ ବଳ, ପ୍ରକାଶ ବେହେରା, ରଘୁନାଥ ପଣ୍ଡା, ପ୍ରକାଶ ରାଉତ, ରାଜୁ ଗୁପ୍ତା ପ୍ରମୁଖ ରକ୍ତ ସଂଗ୍ରହରେ ସହାୟତା କରିଥିଲେ। ଆଗାମୀ ଦିନରେ ଦ୍ୱିବେଦୀ ଫାଉଣ୍ଡେସନ ବହୁ ଜନହିତକର କାର୍ଯ୍ୟ କରିବା ସହ ରକ୍ତଦାନ ଶିବିରକୁ ଆହୁରି ତ୍ୱରାନ୍ୱିତ କରିବ ବୋଲି ଦ୍ୱିବେଦୀ ଫାଉଣ୍ଡେସନର ସଂପାଦକ ସୁବାଶୀଷ ଦ୍ୱିବେଦୀ ନିଜର ମତ ରଖିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories