www.samajalive.in
Wednesday, December 10, 2025
26.1 C
Bhubaneswar

ତୃତୀୟ ଦିନରେ ଗଡ଼ିଲା ଶିକ୍ଷା ସଚେତନତା ରଥ

କଣ୍ଟାବାଞ୍ଜି: କୋଭିଡ଼ କଟକଣା ଉଠିବା ପରେ ଓଡ଼ିଶା ସରକାର ବିଦ୍ୟାଳୟ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଦୁଇବର୍ଷ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଆସୁ ନଥିଲେ ତେଣୁ ଅଧିକାଂଶ ଛାତ୍ରଛାତ୍ରୀ ବର୍ତ୍ତମାନ ବିଦ୍ୟାଳୟ ମୁଁହା ହେଉନାହାନ୍ତି। ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ମନସ୍କ କରିବା ପାଇଁ ସମଗ୍ର ଶିକ୍ଷା ବଲାଙ୍ଗୀର ଆନୁକୂଲ୍ୟରେ ସୋମବାର ତୁରେକେଲା ବ୍ଳକରେ ଶିକ୍ଷା ସଚେତନତା ରଥ ଗଡ଼ିବା ଆରମ୍ଭ ହୋଇଥିଲା। ଆଜି ତୃତୀୟ ଦିନରେ ହିଁଆଲ କ୍ଳଷ୍ଟରର ଚଟୁଅନକା ଉନ୍ନିତ ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ସରପଞ୍ଚ ଜ୍ଞାନ ରଞ୍ଜନ ତାଣ୍ଡି, ନାଏବ ସରପଞ୍ଚ କୌଶଲ୍ୟା ରଣା, ମାଝୀପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିରଂଚି ନାରାୟଣ ଦାଶ, ସିଆରସିସି ଅମରେନ୍ଦ୍ର କୁମାର ବାଗ, ଗୁରୁ ପ୍ରସାଦ ଛତ୍ରିଆ, ଗଜୟ କୁମାର ଦାଶ, ପ୍ରଧାନ ଶିକ୍ଷକ ଜଗତରାମ ତାଣ୍ଡି, ଥମିର ଛତ୍ରିଆ, ହୀରାଧର ବଏ ଯୋଗ ଦେଇ ଆସ ଆମେ ସ୍କୁଲକୁ ଯିବା ଉପରେ ଆଲୋକପାତ କରିଥିଲେ। ଏହି କାର୍ୟ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସହଦେବ ପନିକା, ସହଦେବ ମାଝୀ, ଶିକ୍ଷକ ରାଜେନ୍ଦ୍ର ସେଠ, ସୁଶାନ୍ତ ମାଝୀ, ସୌରଭ ବେହେରା, ଶିକ୍ଷୟିତ୍ରୀ ଜାହ୍ନବୀ ଭୋଇ, ଭି କ୍ରିଷ୍ଣା ରାଓ, ବର୍ଷାରାଣୀ ମିଶ୍ର, ମିନାକ୍ଷୀ ପାଣ୍ଡେ, ବିଜୟା ପାଢୀ, ଶ୍ୱେତା ବାଗ, ଭାରତୀ ଦାସ, ସବିତା ପାଣିଗ୍ରାହୀଙ୍କ ସମେତ ଅଭିଭାବକ, ପିତାମାତା, ଶିକ୍ଷାପ୍ରେମୀ ଯୋଗ ଦେଇଥିଲେ। ରଥକୁ ପୂଜାର୍ଚ୍ଚନା କରି ସ୍ୱ।ଗତ କରିବା ପରେ ଚଟୁଅନକା, କୁର୍ଲି ଓ ବେହେରେନ ସିଲେଟ ପରିକ୍ରମା କରିବା ସହିତ ହିଁଆଲ, ମହୁଲ ବାହାଲି ଓ ମାଙ୍କଡ଼ ଚୁଁଆ କ୍ଳଷ୍ଟରର ସମସ୍ତ ଗ୍ରାମ ପରିଭ୍ରମଣ କରିଥିଲା। ବିରଂଚି ନାରାୟଣ ଦାଶ ମଞ୍ଚ ପରିଚାଳନା ଓ ଗଜୟ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories