ମାହାଙ୍ଗା : ମାହାଙ୍ଗା କୁସୁପୁର ଗଣହତ୍ୟା ଘଟଣା ନେଇ ନାନା ତଥ୍ୟ ସାମ୍ନାକୁ ଆସୁଛି। କିନ୍ତୁ ପୁଲିସ ଘଟଣା ଉପରୁ ପରଦା ଉଠାଇବାରେ ସକ୍ଷମ ହୋଇପାରି ନାହିଁ । ଅନ୍ୟପକ୍ଷରେ ମୃତ ଅଲେଖଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ଶିବ ଏକାକୀ ମାରିନଥିବା ତାଙ୍କ ଶାଶୁ ମିନା ପୃଷ୍ଟି ଅଭିଯୋଗ କରିବାସହ ଏହାର ସିବିଆଇ ତଦନ୍ତ ଦବି କରିଛନ୍ତି।
ହତ୍ୟାକାରୀ ଶିବ ସାହୁ ପ୍ରଥମେ ସମସ୍ତଙ୍କ ମୁଣ୍ଡକୁ ଆଘାତ ଦେବା ପରେ ହାତ ଓ ଗୋଡ଼ ସିରାକୁ କଟିଥିବା କହିଛି । ତେବେ ପ୍ରଶ୍ନ ଉଠୁଛି ଜଣେ ଲୋକ କିପରି ପାଞ୍ଚଜଣକୁ ଏକ ସାଙ୍ଗରେ ଜଣକ ପରେ ଜଣକ ମୁଣ୍ଡକୁ ଆଘାତ ଦେଲା, ଆଉ ସେମାନେ କିପରି ନିଜକୁ ରକ୍ଷା କରିବା ପାଇଁ ଶିବକୁ ଅଟକାଇଲେ ନାହିଁ କି ତାକୁ ପ୍ରତି ଆକ୍ରମଣ କଲେ ନାହିଁ। ଏଭଳି ହତ୍ୟାକାଣ୍ଡରେ ଅନେକ ଲୋକଙ୍କ ସମ୍ପୃକ୍ତି ଥିବା ଘଟଣାକୁ ଅସ୍ବୀକାର କରିହେବନି, ଶିବର ପତ୍ନୀ କହିବା ଅନୁଯାୟୀ ପରିଶ୍ରା କରିବା ପାଇଁ ଡାକିବାରୁ ସେମାନେ ଉଠିଲେ, ଆଉ ଏଥିନେଇ ପାଟିତୁଣ୍ଡ ହେଲା। ଆଲେଖଙ୍କ ପରିବାରର ସମସ୍ତେ ଶିବ ସହ ଗଣ୍ଡ ଗୋଳ କଲେ ,ତାପରେ ମୋତେ ମୋ ସ୍ୱାମୀ କହିଲା ତୁ ଏଠୁ ପଳା ନଚେତ ତତେ ମରିଦେବି। ତେବେ ତାଙ୍କ ହାତରେ କିଛି ନଥିଲା, ସେ ଖାଲିହାତରେ ଥିଲେ, ତେବେ ଏଠି ବଡ଼ ପ୍ରଶ୍ନ ଯଦି ଶିବ ହାତରେ କିଛି ନଥିଲା ସେ କେମିତି ପଞ୍ଚଜଣକୁ ହତ୍ୟାକଲା। ପତ୍ନୀ ଆସିବା ବେଳେ ସେମାନେ କ୍ଷତବିକ୍ଷତ ଅବସ୍ଥାରେ ପଡ଼ିଥିବା କିପରି ଦେଖିଲେ, ଶିବର ସ୍ବୀକାରୋକ୍ତି ଓ ତାଙ୍କ ପତ୍ନୀଙ୍କ ବୟାନରେ ଠିକ ତାଳମେଳ ରହୁ ନଥିବାରୁ ଘଟଣା ପ୍ରତି ଅଧିକ ସନ୍ଦେହ ସୃଷ୍ଟି ହୋଇଛି। ଘଟଣା ଭୋର ୩ଟାରେ ଘଟିଛି ନା ତା ପୂର୍ବରୁ ଘଟିଛି ତାହା ଜଣାପଡି ନାହିଁ। ଯଦି ୩ଟାରେ ଘଟଣା ଘଟିଲା ଶିବର ପତ୍ନୀ ଏହି ଘଟଣା ଦେଖିବା ପରେ ପାଖ ପଡୋଶୀ କିମ୍ବା ନିଜ ବାପଘର ଲୋକଙ୍କୁ କାହିଁକି ଜଣାଇଲା ନାହିଁ। ପତ୍ନୀ କହିବା ଅନୁଯାୟୀ ତାକୁ ଶିବ ଘରଭିତରେ ତାଲାପକାଇ ଦେଇଥିଲା। ଆଉ ପୁଣି ତାଲା ଖୋଲି ସେଠାରୁ ପଳେଇ ଯିବାକୁ ଧମକ ଦେଇ କହିଥିଲା ନଗଲେ ତତେ ଶେଷ କରିଦେବି।
ଏଭଳି ଅନେକ କଥାକୁ ଗୁରୁତ୍ୱ ଦେଲେ ଏହି ହତ୍ୟାକାଣ୍ଡ ପଛରେ ଅନ୍ୟମାନଙ୍କର ସମ୍ପୃକ୍ତି ଥିବା ଅନୁମାନ କରାଯାଉଛି। ସବୁଠାରୁ ବଡ଼ ପ୍ରଶ୍ନ ହେଲା ଯେତେବେଳେ ଶିବ ତାଙ୍କ ପତ୍ନୀକୁ ତାଲାପକାଇଲେ ଏହାପରେ ଆଲେଖଙ୍କ ପରିବାରକୁ ସଫା କରିବାକୁ ଶିବ ପ୍ରଫେସନାଲ କିଲର ମାନଙ୍କର ସହଯୋଗରେ ଘଟଣା ଘଟାଇବା ପରେ ଆଇନ ଆଖିରେ ଧୂଳିଦେବାପାଇଁ ପତ୍ନୀଙ୍କ କବାଟ ଖୋଲି ଏଠୁ ପଳା ନହେଲେ ତତେ ମରିଦେବି କହି ଅଭିନୟ କରିନି ତ? ଏ ସବୁ ତଦନ୍ତ ହେଲେ ପ୍ରକୃତ ରହସ୍ୟ ଉନ୍ମୋଚନ ହେବ ବୋଲି ଆଲୋଚନା ହେଉଛି। ଅଲେଖ ପରିବାରର ସମସ୍ତ ସଦସ୍ୟଙ୍କୁ ଶିବ ଏକାକୀ ମାରିନଥିବା ତାଙ୍କ ଶାଶୁ ମିନା ପୃଷ୍ଟି ଅଭିଯୋଗ କରିବାସହ ଏହାର ସିବିଆଇ ତଦନ୍ତ ଦାବି କରିଛନ୍ତି । ସିବିଆଇ ତଦନ୍ତ ହେଲେ ସବୁ ରହସ୍ୟ ଉନ୍ମୋଚିତ ହେବ ବୋଲି ସେ କହିଛନ୍ତି।



