www.samajalive.in
Sunday, December 7, 2025
13.1 C
Bhubaneswar

ବ୍ଲକର ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କଲେ ବିଧାୟିକା

ରେଙ୍ଗାଲିକ୍ୟାମ୍ପ  : ଅତାବିରା ବ୍ଲକ କାର୍ଯ୍ୟାଳୟରେ ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ନାଏକଙ୍କ ଅଧ୍ୟକ୍ଷତାରେ ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ମୁଖ୍ୟ ଅତିଥି  ରୂପେ ଯୋଗ ଦେଇ ଥିବା ବେଳେ ଉପାଧ୍ୟକ୍ଷ ଅନନ୍ତ ମେହେର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶ୍ଵନାଥ ସାହୁ,ଅତିରିକ୍ତ  ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୀରିନ୍ଦ୍ର ସାହୁ, ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ମନିଶିବା ମହାପାତ୍ର, ସହକାରୀ ଯନ୍ତ୍ରୀ ଗୋପୀନାଥ କାଲୋ ପ୍ରମୁଖ ମଞ୍ଚ।ଷିନ ଥିଲେ। ଏହି ବୈଠକରେ ବ୍ଲକରେ ହୋଇଥିବା  ବିକାଶ ଉପରେ ବିଶେଷ ଆଲୋଚନା ହୋଇଥିଲା। ବ୍ଲକ ପାଇଁ ଆସୁଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର କାର୍ଯ୍ୟ ଧାରା କେଉଁ କେଉଁ କ୍ଷେତ୍ରରେ ଓ କେତେଦୂର ଆଗେଇଛି ସେ ଉପରେ ବିଧାୟିକା ସମୀକ୍ଷା କରି ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ  ପ୍ରଶ୍ନ ପଚାରିଥିଲେ। ଏହା ବ୍ୟତୀତ ବ୍ଲକର ବିକାଶ ପାଇଁ ଆଉ କେଉଁ କେଉଁ ପଦକ୍ଷେପ ନିଆଯାଇପାରିବ ସେ ଉପରେ ମଧ୍ୟ ଆଲୋଚନା ହୋଇଥିଲା । କେଉଁ ଅଞ୍ଚଳରେ ଆଉ କି କି ସମସ୍ୟା ରହିଛି ଓ  ତାର ସମାଧାନ ପାଇଁ କଣ କରାଯାଇ ପାରିବ ତାର ରୂପରେଖ ମଧ୍ୟ ପ୍ରସ୍ତୁତ କରାଯାଇଥିଲା। ଶେଷରେ  ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories