www.samajalive.in
Sunday, December 14, 2025
16.1 C
Bhubaneswar

ମିଳିଲାନି ବକେୟ ୨୭ଲକ୍ଷ ଟଙ୍କା, ସ୍ମାର୍ଟ ବିଦ୍ୟାଳୟ ଶୌଚାଳୟରେ ତାଲା ପକାଇଲେ ଠିକାଦାର

ମୋହନା: ରାଜ୍ୟ ସରକାର ବିଦ୍ୟାଳୟ ଗୁଡିକର ଉନ୍ନତିକରଣ ଓ ଶିକ୍ଷାର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରତ୍ୟେକ ଜିଲାରେ ସ୍ମାର୍ଟ ଶ୍ରେଣୀ କକ୍ଷ, ବଗିଚା, ଶୌଚାଳୟ, ଖେଳ ପଡ଼ିଆ ,ପାନୀୟ ଜଳ ଆଦି ନିର୍ମାଣ ଓ ମରାମତି ପାଇଁ ଖର୍ଚ୍ଚ କରୁଛନ୍ତି। କିଛି ମାସ ତଳେ ଗଜପତି ଜିଲାର କେତେକ ସ୍ମାର୍ଟ ବିଦ୍ୟାଳୟଗୁଡ଼ିକୁ ଆଭାସି ମାଧ୍ୟମରେ ରାଜ୍ୟ ସରକାର ଉଦଘାଟନ କରିଥିଲେ। ସେଥିମଧ୍ୟରୁ ମୋହନା ବ୍ଲକର ଶିକୁଳିପଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଧ୍ୟ ଉଦଘାଟନ ହୋଇଥିଲା। ଯୁଦ୍ଧକାଳୀନ ଭିତ୍ତିରେ ଏହି ବିଦ୍ୟାଳୟକୁ ରୂପାନ୍ତରିତ କରି ତିନି ମାସ ମଧ୍ୟରେ କାମ ସାରିବାକୁ ତାଗିତ କରିଥିଲେ ପୂର୍ବତନ ଜିଲା ପ୍ରକଳ୍ପ ନିର୍ଦେଶକ ଅନାମ ଚରଣ ପାତ୍ର। କାମ କରିବା ପାଇଁ ଦାୟିତ୍ବ ଦିଆଯାଇଥିଲା ପୂର୍ବତନ ଯନ୍ତ୍ରୀ ହରେକୃଷ୍ଣ ସାହୁଙ୍କୁ । ନିର୍ଦ୍ଧାରିତ ସମୟରେ କାମ ସାରିବାକୁ ତାଗିଦ କରିଥିଲେ। ଫଳରେ ଯନ୍ତ୍ରୀ ଠିକାଦାରଙ୍କୁ ନେଇ କାମ କରିଥିଲେ। ବିବ୍ୟାଳୟର ଶ୍ରେଣୀ ଗୃହ ମରାମତି, ସାଇକେଲ ଷ୍ଟାଣ୍ଡ, ଶୌଚାଳୟ, ଖେଳ ପଡ଼ିଆ, ହାତ ଧୁଆ ବେସିନ, ବଗିଚା, ଲାଇବ୍ରେରୀ ଗୃହ ଆଦି ନିର୍ମାଣ ଓ ମରାମତି ବାବଦରେ ଖର୍ଚ୍ଚ ହୋଇଥିଲା ୭୮ ଲକ୍ଷ ଟଙ୍କା। ସେଥିମଧ୍ୟରୁ ମିଳିଛି ମାତ୍ର ୪୯ ଲକ୍ଷ ଟଙ୍କା। ଏହା ମଧ୍ୟରେ ୭ମାସ ବିତିଯାଇଥିଲେ ମଧ୍ୟ ବକେୟା ୨୭ ଲକ୍ଷ ଟଙ୍କା ମିଳି ପାରିନି। ଫଳରେ ଠିକାଦାର କୁଲି, ମଜୁରିଆଙ୍କୁ ଟଙ୍କା ଦେଇ ପାରୁ ନାହାନ୍ତି। ରାତି ପାହିଲେ ପ୍ରତ୍ୟକ ଦିନ ଠିକାଦାର ଅରୁଣ ଗୌଡ଼, ଶଶାଙ୍କ ପାଣିଗ୍ରାହୀ, ସାନୁ ଦଳାଇଙ୍କ ଘର ସମ୍ମୁଖକୁ ଆସି ସିମେଣ୍ଟ, ଲୁହା ରଡ ଦୋକାନି, କୁଲି ମଜୁରିଆମାନେ ଗାଳି ଗୁଲଜ କରି ଫେରୁଛନ୍ତି। ଏଭଳି ସମସ୍ୟାକୁ ନେଇ ଠିକାଦାର ବାଧ୍ୟ ହୋଇ ଅନ୍ୟ ଉପାୟ ନପାଇ ଶୌଚାଳୟ ଦୁଇଟିରେ ତାଲା ପକାଇ ଦେଇଛନ୍ତି ।

 

- Advertisement -

ଠିକାଦାର ବକେୟା ଟଙ୍କା ମିଳିବା ପାଇଁ ବ୍ଲକକୁ ଯାଇ ବିଡ଼ିଓ ତପସ୍ବୀନି ହାଁସଦାଙ୍କୁ ଗୁହାରି ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଅନ୍ୟପଟେ ଗୋଟିଏ ସପ୍ତାହ ମଧ୍ୟରେ ଯଦି ଟଙ୍କା ନ ମିଳେ ତେବେ ବିଦ୍ୟାଳୟରେ ତାଲା ପକାଇବା ପାଇଁ ଠିକାଦାର ଚେତାବନୀ ଦେଇଛନ୍ତି। ଅପରପକ୍ଷେ ବିଦ୍ୟାଳୟର ଶୌଚାଳୟରେ ତାଲା ପଡ଼ିଥିବାରୁ ଛାତ୍ରଛାତ୍ରୀମାନେ ସ୍ନାନ ଶୌଚ କରିବା ପାଇଁ ବହୁ ସମସ୍ୟା ଭୋଗୁଥିବା ଅବିଭାବକମାନେ ଅଭିଯୋଗ କରିଛନ୍ତି। ତୁରନ୍ତ ଏହି ସମସ୍ୟାର ସମାଧାନ କରି ଠିକାଦାରମାନଙ୍କୁ ବକେୟା ଟଙ୍କା ଦେବା ଓ ତାଲା ଖୋଲିବା ପାଇଁ ଅଞ୍ଚଳବାସୀ ଜିଲା ପ୍ରଶାସନକୁ ଅନୁରୋଧ କରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories