www.samajalive.in
Sunday, December 14, 2025
26.1 C
Bhubaneswar

ଆସନ୍ତାକାଲି ମୋଦୀ-ବାଇଡେନ କଥାବାର୍ତ୍ତା

ନୂଆଦିଲ୍ଲୀ: ଆସନ୍ତାକାଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଥା ହେବେ। ଭର୍ଚୁଆଲ ମୋଡରେ ଏହି ଦୁଇ ନେତା ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଦୁଇ ନେତାଙ୍କ ମଧ୍ୟରେ ହେବ ଆଲୋଚନା ହେବ। ବିଶେଷ କରି ୟୁକ୍ରେନ-ରୁଷ ମଧ୍ୟରେ ଯୁଦ୍ଧ ଚାଲିଥିବାବେଳେ ଭାରତରେ ତୈଳଦର ବୃଦ୍ଧି, ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କକୁ କିଭଳି ମଜଭୁତ କରାଯିବ, ଉଭୟ ଦେଶ ବିଶ୍ବସ୍ତରୀୟ ସମସ୍ୟା କିଳଭି ସମାଧାନରେ ପ୍ରମୁଖ ଭୂମିକା ନିର୍ବାହ କରିପାରିବେ ସେଥିନେଇ ଉଭୟ ନେତା ଦ୍ବିପାକ୍ଷିକ ଆଲୋଚନା କରିବେ ବୋଲି ଏକ ପ୍ରେସ ରିଲିଜରୁ ଜଣାପଡ଼ିଛି।

ସେହିପରି ଏହି ବୈଠକରେ ଦୁହେଁ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିବେ ବୋଲି କୁହାଯାଉଛି। ରୁଷ-ୟୁକ୍ରେନ ଯୁଦ୍ଧ ସ୍ଥିତରେ ଏହି ବୈଠକ୍ ବେଶ ଗୁରୁତ୍ବପୂର୍ଣ୍ଣ ବୋଲି ଚର୍ଚ୍ଚା ହେଉଛି। ଜଳବାୟୁ ପରିବର୍ତ୍ତନ, କରୋନା ମହାମାରୀର ଅନ୍ତ ଏବଂ ବିଭିନ୍ନ ପ୍ରସଙ୍ଗରେ ଏହି ଦୁଇ ନେତା ଆଲୋଚନା କରିବେ। ରୁଷରୁ ତୈଳ କ୍ରୟ ନକରିବାକୁ ଭାରତ ଉପରେ ଆମେରିକା ଚାପ ପକାଉଥିବା ବେଳେ ଏବେ ଦୁଇ ଦେଶ ବୈଠକ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବୈଠକରେ ଏହି ବିଷୟରେ ଆଲୋଚନା ହେବ ବୋଲି ଆଶା କରାଯାଉଛି।
ଅନ୍ୟପକ୍ଷରେ, ଆସନ୍ତା ସପ୍ତାହରେ ଆମେରିକା ଏବଂ ଭାରତ ମଧ୍ୟରେ ୨+୨ ଆଲୋଚନା ମଧ୍ୟ ଆରମ୍ଭ ହେବାକୁ ଯାଉଛି ଯେଉଁଥିରେ ବୈଦେଶିକ ମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ଦଳ ଅଂଶଗ୍ରହଣ କରିବେ। ଦୁଇ ନେତା ଏହି ବୈଠକରେ ଦ୍ୱିପାକ୍ଷିକ ସହଯୋଗର ସମୀକ୍ଷା କରିବେ ଏବଂ ଦକ୍ଷିଣ ଏସିଆ ଓ ଏସିଆ-ପ୍ରଶାନ୍ତ ମହାସାଗରରେ ସାମ୍ପ୍ରତିକ ବିକାଶ ଉପରେ ମତ ବିନିମୟ କରିବେ ବୋଲି କୁହାଯାଉଛି। ଏହି ଆଲୋଚନାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ଉଭୟ ଦେଶର ବହୁ ବରିଷ୍ଠ ନେତା ଓ ଅଧିକାରୀ ମଧ୍ୟ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି।

Hot this week

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

Related Articles

Popular Categories