www.samajalive.in
Sunday, December 14, 2025
16.1 C
Bhubaneswar

ସନ୍‌ରାଇଜର୍ସର ପ୍ରଥମ ବିଜୟ, ସିଏସ୍‌କେର ୪ର୍ଥ ପରାଜୟ

ମୁମ୍ବଇ: ଚଳିତ ଆଇପିଏଲ୍‌ରେ ଗତବର୍ଷର ଚମ୍ପିଆନ୍ ଚେନ୍ନଇ ସୁପର କିଙ୍ଗ୍‌ସ (ସିଏସ୍‌କେ)ର ଖରାପ ପ୍ରଦର୍ଶନ ଜାରିରହିଛି। ରବୀନ୍ଦ୍ର ଜାଡ଼େଜା ନେତୃତ୍ବାଧୀନ ସିଏସ୍‌କେ କ୍ରମାଗତ ୪ର୍ଥ ମ୍ୟାଚ୍‌ରେ ପରାସ୍ତହୋଇ ପଏଣ୍ଟ ଖାତା ଖୋଲି ପାରିନାହିଁ। ଶନିବାର ପ୍ରଥମ ମ୍ୟାଚ୍‌ରେ ଅଭିଷେକ ଶର୍ମାଙ୍କ ୭୫ ରନ୍‌ ବଳ​ରେ ସନ୍‌ରାଇଜର୍ସ ହାଇଦରାବାଦ ୮ ୱିକେଟରେ ସିଏସ୍‌କେକୁ ପରାସ୍ତ କରିଛି। ପ୍ରଥମ ୨ଟି ମ୍ୟାଚ୍‌ ହାରିଥିବା ସନ୍‌ରାଇଜର୍ସର ଏହା ପ୍ରଥମ ବିଜୟ। ମୋଇନ୍‌ ଅଲୀଙ୍କ ଇନିଂସ ବଳ​ରେ ପ୍ରଥମେ ବ୍ୟାଟିଂକରି ଚେନ୍ନଇ ୭ ୱିକେଟରେ ୧୫୪ ରନ୍‌ କରିଥିଲା। ପରେ ସନ୍‌ରାଇଜର୍ସର ସମସ୍ତ ବ୍ୟାଟ୍‌ସମ୍ୟାନ ସଫଳ ହେବାରୁ ୧୪ଟି ବଲ୍‌ ବାକିଥାଇ ୨ ୱିକେଟ ହରାଇ ସନ୍‌ରାଇଜର୍ସ ବିଜୟୀ ହୋଇଥିଲା।

୧୫୫ ରନ୍‌ର ବିଜୟଲକ୍ଷ୍ୟକୁ ସନ୍‌ରାଇଜର୍ସ ହାଇଦରାବାଦ ସହଜରେ ପିଛା କରିଥିଲା। ଯୁବ ଓପ୍‌ନର ଅଭିଷେକ ଶର୍ମା ଆରମ୍ଭରୁ ଆକ୍ରମଣ କରିଥିବା ବେଳେ ଅଧିନାୟକ କେନ୍‌ ୱିଲିୟମ୍‌ସନ ଜଗିରଖି ଖେଳିଥିଲେ। ୧୨ ଓଭରରେ ୮୯ ରନ୍‌ର ଓପ୍‌ନିଂ ଭାଗିଦାରୀ କରି ସନ୍‌ରାଇଜର୍ସ ବିଜୟର ମୂଳଦୁଆ ପକାଇଥିଲା। ୱିଲିୟମ୍‌ସନ ୪୦ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୩୨ ରନ୍‌କରି ଆଉଟ ହୋଇଥିଲେ। ପରେ ଅଭିଷେକ ଓ ରାହୁଲ ତ୍ରିପାଠୀ ଦଳକୁ ବିଜୟଲକ୍ଷ୍ୟ ଆଡ଼କୁ ନେଇ ଯାଇଥିଲେ। ଦୁହେଁ ୫ ଓଭରରେ ୫୬ ରନ୍‌ ଯୋଡ଼ିଥିଲେ। ଅଭିଷେକ ୫୦ ବଲ୍‌ରୁ ୩ଟି ଛକା ଓ ୫ଟି ଚୌକା ସହ ୭୫ ରନ୍‌କରି ଆଉଟ ହୋଇଥିଲେ। ରାହୁଲ ତ୍ରିପାଠୀ ବିସ୍ଫୋରକ ବ୍ୟାଟିଂକରି ୧୫ ବଲ୍‌ରୁ ୨ଟି ଛକା ଓ ୫ଟି ଚୌକା ସହ ୩୯ ରନ୍‌କରି ଅପରାଜିତ ରହିଥିଲେ। ଅଭିଷେକଙ୍କ ଏହା ପ୍ରଥମ ଆଇପିଏଲ୍‌ ଅର୍ଦ୍ଧଶତକ। ଅଭିଷେକ ଶର୍ମା ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।
ଟସ୍ ଜିତି ସନ୍‌ରାଇଜର୍ସ ହାଇଦରାବାଦ ଫିଲ୍‌ଡିଂ ନେବା ପରେ ଚେନ୍ନଇ ସୁପର କିଙ୍ଗ୍‌ସ ୩ ଓଭରରେ ୨୫ ରନ୍‌ କରିବା ପରେ ରବିନ୍‌ ଉଥପ୍ପା ୧୧ ବଲ୍‌ରୁ ୧୫ ରନ୍‌କରି ଆଉଟ ହୋଇଥିଲେ। ଋତୁରାଜ ଗାଏକ୍‌ୱାଡ ୧୩ ବଲ୍‌ରୁ ୩ଟି ଚୌକା ସହ ୧୬ ରନ୍‌କରି ବିଦାୟ ନେଇଥିଲେ। ମୋଇନ୍ ଅଲୀ ଓ ଅମ୍ବତି ରାୟୁଡୁ ୬୨ ରନ୍‌ ଯୋଡ଼ିଥିଲେ। ରାୟୁଡୁ ୨୭ ବଲ୍‌ରୁ ୪ଟି ଚୌକା ସହ ୨୭ ରନ୍‌କରି ବିଦାୟ ନେଇଥିଲେ। ଶିବମ୍ ଦୁବେ ୩ ରନ୍‌ କରିଥିଲେ। ମୋଇନ୍‌ ଭଲ ବ୍ୟାଟିଂକରି ୩୫ ବଲ୍‌ରୁ ୨ଟି ଛକା ଓ ୩ଟି ଚୌକା ସହ ୪୮ ରନ୍‌କରି ଆଉଟ ହୋଇଥିଲେ। ରବୀନ୍ଦ୍ର ଜାଡ଼େଜା ୧୫ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଛକା ସହ ୨୩ ରନ୍‌ କରିଥିଲେ। ୱାଶିଂଟନ ସୁନ୍ଦର ଓ ଟି. ନଟରାଜନ୍‌ ୨ଟି ଲେଖାଏଁ ୱିକେଟ ନେଇଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories