www.samajalive.in
Sunday, December 14, 2025
23.1 C
Bhubaneswar

ମୁମ୍ବଇର ୪ର୍ଥ ପରାଜୟ, ଜିତିଲା ଆର୍‌ସିବି

ମୁମ୍ବଇ: ଆଇପିଏଲ୍‌ ଇତିହାସରେ ସଫଳତମ ଦଳ ମୁମ୍ବଇ ଇଣ୍ଡିଆନ୍‌ସ ଚଳିତ ସଂସ୍କରଣରେ ପ୍ରଥମ ୪ଟିଯାକ ମ୍ୟାଚ୍‌ରେ ପରାସ୍ତ ହୋଇଛି। ଶନିବାର ୨ୟ ମ୍ୟାଚ୍‌ରେ ମୁମ୍ବଇକୁ ୭ ୱିକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ପରାସ୍ତ କରିଛି। ୭୯ ରନ୍‌ରେ ୬ଟି ୱିକେଟ ପଡ଼ିବା ପରେ ସୂର୍ଯ୍ୟକୁମାର ଯାଦବଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ମୁମ୍ବଇ ୬ ୱିକେଟରେ ୧୫୧ ରନ୍‌ କରିଥିଲା। ପରେ ଅନୁଜ ରାୱତ ଓ ବିରାଟ କୋହଲିଙ୍କ ଲଢ଼ୁଆ ଇନିଂସ ବଳରେ ୯ଟି ବଲ୍‌ ବାକିଥାଇ ୩ ୱିକେଟ ହରାଇ ଆର୍‌ସିବି ଜିତି ନେଇଥିଲା। ୪ର୍ଥ ମ୍ୟାଚ୍‌ରେ ଆର୍‌ସିବି ୩ୟ ବିଜୟ ହାସଲ କରିଛି।

୧୫୨ ରନ୍‌ ଲକ୍ଷ୍ୟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦୃଢ଼ତାର ସହ ଇନିଂସ ଆରମ୍ଭ କରିଥିଲା। ଅନୁଜ ରାୱତ ଓ ଅଧିନାୟକ ଫାଫ୍ ଡୁ ପ୍ଲେସି ଓପ୍‌ନିଂ ଯୋଡ଼ିରେ ୫୦ ରନ୍‌ କରିଥିଲେ। ୨୪ ବଲ୍‌ରୁ ମାତ୍ର ୧୬ ରନ୍‌କରି ଡୁ ପ୍ଲେସି ଆଉଟ ହୋଇ ଯାଇଥିଲେ। ଯୁବ ବ୍ୟାଟ୍‌ସମ୍ୟାନ ରାୱତ ଓ ବିରାଟ କୋହଲି ଦର୍ଶନୀୟ ସଟ୍‌ସବୁ ଖେଳି ଦଳକୁ ବିଜୟଲକ୍ଷ୍ୟ ଆଡ଼କୁ ନେଇ ଯାଇଥିଲେ। ଦୁହେଁ ୨ୟ ୱିକେଟ ପାଇଁ ୮୦ ରନ୍‌ ଯୋଡ଼ିଥିଲେ। ଅନୁଜ ରାୱତ ୪୭ ବଲ୍‌ରୁ ୬ଟି ଛକା ଓ ୨ଟି ଚୌକା ସହ ୬୬ ଓ କୋହଲି ୩୬ ବଲ୍‌ରୁ ୫ଟି ଚୌକା ସହ ୪୮ ରନ୍‌କରି ଆଉଟ୍‌ ହୋଇଥିଲେ। ଦିନେଶ କାର୍ତ୍ତିକ ୨ ବଲ୍‌ରୁ ୭ ଓ ଗ୍ଳେନ୍‌ ମ୍ୟାକ୍ସୱେଲ ୨ ବଲ୍‌ରୁ ୮ ରନ୍‌କରି ଅପରାଜିତ ଥିଲେ। ଅନୁଜ ରାୱତ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟସ୍ ଜିତି ଫିଲ୍‌ଡିଂ ନେବା ପରେ ମୁମ୍ବଇ ଇଣ୍ଡିଆନ୍‌ସର ୨ ଓପ୍‌ନର ଆରମ୍ଭରୁ ଭଲ ବ୍ୟାଟିଂ କରିଥିଲେ। ୬.୧ ଓଭରରେ ୫୦ ରନ୍‌ ହୋଇଥିଲା। ଅଧିନାୟକ ରୋହିତ ଶର୍ମା ୧୫ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୨୬ ରନ୍‌କରି ଆଉଟ ହୋଇଥିଲେ। ପରେ ଡିୱାଲ୍‌ଡ ବ୍ରେଭିସ୍‌ ୮ ରନ୍‌କରି ବିଦାୟ ନେଇଥିଲେ। ଈଶାନ୍ କିଷନ ୨୮ ବଲ୍‌ରୁ ୩ଟି ଚୌକା ସହ ୨୬ ରନ୍‌ କରିଥିଲେ। ତିଳକ ବର୍ମା ଓ କୈରନ୍ ପୋଲାର୍ଡ ଖାତା ଖୋଲି ପାରିନଥିଲେ। ରମଣଦୀପ ସିଂହ ୬ ରନ୍‌ କରି ପାରିଥିଲେ। ୨୯ ରନ୍‌ ମଧ୍ୟରେ ୬ଟି ୱିକେଟ ହରାଇ ମୁମ୍ବଇ ୬/୭୯ରେ ପହଞ୍ଚି ଯାଇଥିଲା। ଆଉ ୱିକେଟ ପଡ଼ିନଥିଲା। ସୂର୍ଯ୍ୟକୁମାର ଯାଦବ ଲଢ଼ୁଆ ବ୍ୟାଟିଂ କରିଥିଲେ। ୧୪ ଓଭରରେ ମୁମ୍ବଇ ୮୦ ରନ୍‌ କରିଥିବା ବେଳେ ସୂର୍ଯ୍ୟକୁମାରଙ୍କ ପ୍ରହାର ଯୋଗୁଁ ଶେଷ ୬ ଓଭରରୁ ୭୧ ରନ୍ ନେଇ ପାରିଥିଲା। ସୂର୍ଯ୍ୟଙ୍କୁ ଜୟଦେବ ଉନାଦ୍‌କତ ସହଯୋଗ କରିଥିଲେ। ଦୁହେଁ ଅବିଭାଜିତ ୭ମ ୱିକେଟ ପାଇଁ ୭୨ ରନ୍‌ ଯୋଡ଼ିଥିବା ବେଳେ ଉନାଦ୍‌କତଙ୍କ ଯୋଗଦାନ ଥିଲା ୧୪ ବଲ୍‌ରୁ ୧୩ ରନ୍‌। ସୂର୍ଯ୍ୟକୁମାର କ୍ରମାଗତ ୨ୟ ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲକରି ୩୭ ବଲ୍‌ରୁ ୬ଟି ଛକା ଓ ୫ଟି ଚୌକା ସହ ୬୮ ରନ୍‌କରି ଅପରାଜିତ ଥିଲେ। ହର୍ଷଲ ପଟେଲ ଓ ୱାନିନ୍ଦୁ ହସରଙ୍ଗା ୨ଟି ଲେଖାଏଁ ୱିକେଟ ନେଇଥିଲେ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories