www.samajalive.in
Sunday, December 14, 2025
26.1 C
Bhubaneswar

କନିଷି-କୀର୍ତ୍ତିପୁର ରାସ୍ତା ପାଲଟିଛି ମରଣଯନ୍ତା

ଗୋପାଳପୁର: ରାସ୍ତା ଓ କୋଠାବାଡ଼ି ବିଭାଗ ପକ୍ଷରୁ କନିଷି-କୀର୍ତ୍ତପୁର ୧୦ କିମି ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟ ଚାଲୁ ରହିଥିବା ବେଳେ ଏହି କାର୍ଯ୍ୟ କରୁଥିବା ଠିକାଦର ପକ୍ଷରୁ ଖାମଖିଆଲି ମନୋଭାବ ସହ ନିର୍ମାଣ ସ୍ଥାନରେ ସୁରକ୍ଷା ସୂଚନା ଫଳକ ଲଗାଯାଇ ନଥିବାରୁ ବାରମ୍ବାର ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଥିବା ଅଭିଯୋଗ ହେଉଛି। ଗତ ୨୦୨୧ ଡିସେମ୍ବର ୧୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ୧୩ କୋଟି ବ୍ୟୟରେ ୧୦ କିମି ରାସ୍ତା ନିର୍ମାଣ ଭିତ୍ତି ପ୍ରସ୍ତର ପ୍ରଦାନ କରାଯାଇଥିଲା। ଏହା ମଧ୍ୟରେ କାର୍ଯ୍ୟରେ ନିୟୋଜିତ ରହିଥିବା ଠିକାଦାର ଜଣଙ୍କ ରାସ୍ତା ନିର୍ମାଣ କାର୍ଯ୍ୟ ସ୍ଥଳୀରେ ସୁରକ୍ଷା ବେରିକେଡିଂ କିମ୍ବା ସୁରକ୍ଷା ସୂଚନା ଫଳକ ଲଗାଇ ନଥିବା ଦେଖିବାକୁ ମିଳିଛି।

ଏହି କ୍ରମରେ ଶୁକ୍ରବାର ରାତି ସାଢ଼େ ଆଠଟା ବେଳେ କୋଳଥିଗାଁ ରିଙ୍କୁ ଦଳବେହେରା ଓ ତାଙ୍କ ଶଳା ଏକ ମୋଟରସାଇକେଲରେ ଇଚ୍ଛାପୁର ଯାଉଥିବା ସମୟରେ କନିଷି ତୁଳୁ ରାସ୍ତାରେ ନିର୍ମାଣ ହେଉଥିବା ଏକ କଲଭର୍ଟ ଠାରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ। ଯାହାଫଳରେ ରିଙ୍କୁ ଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଖବର ପାଇ କନିଷି ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଆହାତ ରିଙ୍କୁ ବ୍ରହ୍ମପୁର ବଡ ମେଡିକାଲ ପଠାଇଥିଲେ। କିନ୍ତୁ ରିଙ୍କୁଙ୍କ ଅବସ୍ଥା ଉଦବେଗଜନକ ହେବାରୁ ପରିବାର ବର୍ଗ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରିଛନ୍ତି। ଅନ୍ୟ ପଟେ ଦୁର୍ଘଟଣା ପରେ କୋଳିଥି ଗାଁ ର କିଛି ଲୋକ ଘଟଣା ସ୍ଥଳରେ ପହଞ୍ଚି ରାସ୍ତା ରୋକ କରିଥିଲେ। ଖବରପାଇ ଗୋଳନ୍ଥରା ଥାନା ଆଇଆଇସି ବିବେକାନନ୍ଦ ମହନ୍ତ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ନିର୍ମାଣ ସ୍ଥାନରେ ସୁରକ୍ଷା ସୂଚନା ଫଳକ ଲଗାଇବା ନିମନ୍ତେ ଠିକାଦାରକୁ ତାଗିଦ କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତା ରୋକ ହଟିଥିଲା। ଏଣୁ ବିଭାଗ ଏବଂ ଠିକାଦାର ପକ୍ଷରୁ ନିର୍ମାଣ ସ୍ଥଳୀରେ ସୁରକ୍ଷା ସୂଚନା ଫଳକ ଲଗାଇବା ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories