www.samajalive.in
Monday, December 15, 2025
26.1 C
Bhubaneswar

ସିଫାରେ ସାମର୍ଥ୍ୟ ନିର୍ମାଣ ଓ ସଂରକ୍ଷଣ ନୀତି ପ୍ରଶିକ୍ଷଣ ଶିବିର

ପିପିଲି:ସଂରକ୍ଷଣ ଓ ଅନ୍ୟାନ୍ୟ ସେବା ସଂପର୍କିତ ସାମର୍ଥ୍ୟ ନିର୍ମାଣ ସମ୍ବନ୍ଧୀୟ ଏକ ୫ ଦିନିଆ ପ୍ରଶିକ୍ଷଣ ଶିବିର କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା (ସିଫା) ଠାରେ ଉଦ୍ଘାଟିତ ହୋଇଯାଇଛି। ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଶିବିରକୁ ସିଫାର ଭାରପ୍ରାପ୍ତ ନିର୍ଦ୍ଦେଶକ ଡ.ପରମାନନ୍ଦ ଦାସ ଉଦଘାଟନ କରିଥିଲେ। ମାନବ ସମ୍ବଳ ବିକାଶ ବିଭାଗ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରରେ କଟକ ଓ ଭୁବନେଶ୍ୱର ସ୍ଥିତ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ ସିଫା, ଆଇଆଇଡବ୍ଲ୍ୟୁଏମ୍, ସିୱା ଓ ଏନ୍ଆର୍ଆର୍ଆଇ ଆଦି ସଂସ୍ଥାନର କାର୍ଯ୍ୟରତ ୫୦ ଜଣ କର୍ମଚାରୀ ଅଂଶଗ୍ରହଣ କରିଛନ୍ତି। ସିଫାର ମୁଖ୍ୟ ପ୍ରଶାସନିକ ଅଧିକାରୀ ବବୁଲ କୁମାର ସିହ୍ନା, ବରିଷ୍ଠ ବୈଜ୍ଞାନିକ ଡଃ ଦେବବ୍ରତ ପଣ୍ଡା, ବିତ୍ତ ଅଧିକାରୀ ସୁଧାଂଶୁ ଶେଖର ମହାପାତ୍ର ପ୍ରମୁଖ ଏହାକୁ ସଂଯୋଜନା କରୁଛନ୍ତି।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories