www.samajalive.in
Saturday, December 13, 2025
18.1 C
Bhubaneswar

ଜି.ଉଦୟଗିରି ଏନଏସି ଉପାଧ୍ୟକ୍ଷ ହେଲେ ସନ୍ତୋଷ ବାଗ୍

ଜି.ଉଦୟଗିରି : ଶାସକ ବିଜୁ ଜନତାଦଳ ଜି.ଉଦୟଗିରି ଏନଏସିର ଉପାଧ୍ୟକ୍ଷ ପଦ ହାତେଇଛି। ୧୩ ଓ୍ବାର୍ଡ ବିଶିଷ୍ଟ ଜି.ଉଦୟଗିରି ବିଜ୍ଞପିତ ଅଞ୍ଚଳ ପରିଷଦରେ ଶାସକ ବିଜେଡି ପାଖରେ ମ୍ୟାଜିକ ନମ୍ବର ଥିଲା। ଗୁରୁବାର ୧ନଂ ଓ୍ବାର୍ଡ କାଉନସିଲର ସନ୍ତୋଷ ବାଗ୍ ନାମାଙ୍କନ ପତ୍ର ଦାଖଲ କରିଥିଲେ। ବିଜେଡିର ୬ନଂ ଓ୍ବାର୍ଡ ସଭ୍ୟ ଲେକଚରର ବୁଲିଆନ ଓ ୮ନଂ ଓ୍ବାର୍ଡ ସଭ୍ୟ ଜାକେଶ ପ୍ରଧାନ ପ୍ରସ୍ତାବକ ଓ ୫ନଂ ସ୍ବାଧିନ ଓ୍ବାର୍ଡ ସଭ୍ୟ ପି.ସଞ୍ଜୀବ କୁମାର ପାତ୍ର ତାଙ୍କର ସମର୍ଥକ ଥିଲେ।
ଅପର ପକ୍ଷେ ବିଜେପରି ୧୦ନଂ ଓ୍ବାର୍ଡ କାଉନସିଲର କୁନ୍ତିମା ମଲ୍ଲିକ ମଧ୍ୟ ଉପାଧ୍ୟକ୍ଷ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ ।  ତେବେ ଶାସକ ବିଜେଡି ପାଖରେ ମ୍ୟାଜିକ ସଂଖ୍ୟା ଥିଲେ ମଧ୍ୟ ଜଣେ ବିଜେପି, ଜଣେ  କଂଗ୍ରେସ  ଓ ଜଣେ ସ୍ବାଧୀନ କାଉନସିଲରଙ୍କ ଭୋଟକୁ ମିଶାଇ ମୋଟ ୧୦ଟି ଭୋଟ ପାଇ ସନ୍ତୋଷ ବାଗ୍ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ବିଜେପିର କୁନ୍ତିମା ମଲ୍ଲିକ ମାତ୍ର ୩ଟି ଭୋଟ ପାଇଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories