www.samajalive.in
Monday, December 8, 2025
13.1 C
Bhubaneswar

ବ୍ୟାପମ ଦୁର୍ନୀତି: କଂଗ୍ରେସ ନେତା କମଳନାଥ, ଦିଗବିଜୟ ଏବଂ ଜ୍ୟୋତିରାଦିତ୍ୟଙ୍କ ନାମରେ ମାମଲା ରୁଜୁ

ଭୋପାଳ : ବ୍ୟାପମ ଦୁର୍ନୀତି ମାମଲାରେ ଭୋପାଳ ଜିଲା ଅଦାଲତଙ୍କ ନିର୍ଦେଶ କ୍ରମେ ମଧ୍ୟପ୍ରଦେଶ ପ୍ରଦେଶ କଂଗ୍ରେସ ସଭାପତି କମଳନାଥଙ୍କ ସମେତ ଅନ୍ୟ ବରିଷ୍ଠ ନେତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସୂଚନା ଅନୁସାରେ କଂଗ୍ରେସ ନେତାଙ୍କ ବିରୋଧରେ ଠକେଇ, ଜାଲ କାଗଜପତ୍ର ପ୍ରସ୍ତୁତ କରିବା ଅଭିଯୋଗରେ ମାମଲା ରୁଜୁ କରିବାକୁ କୋର୍ଟ ନିର୍ଦେଶ ଦେଇଥିଲେ। ଏହି କ୍ରମରେ ପିସିସି ସଭାପତିଙ୍କ ସହ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ପ୍ରଶାନ୍ତ ପାଣ୍ଡେଙ୍କ ବିରୋଧରେ ଶ୍ୟାମଲା ହିଲ୍ସ ପୁଲିସ୍‍ ଥାନାରେ ଆଇପିସି ଧାରା ୪୨୦, ୪୬୫, ୪୬୮, ୪୭୧, ୧୨୦ (ଖ)ରେ ଏଫଆଇଆର ରୁଜୁ କରାଯାଇଛି। ବିଜେପି ଆଇନ୍‍ ଶାଖା ପକ୍ଷରୁ ଏନେଇ ଜିଲା କୋର୍ଟରେ ଆବେଦନ କରାଯିବା ପରେ କୋର୍ଟ ପୁଲିସ୍‍କୁ ଏଫଆଇଆର ରୁଜୁ କରି ତଦନ୍ତ କରିବାକୁ ନିର୍ଦେଶ ଦେଇଥିଲେ। ଏନେଇ ପୁଲିସ୍‍ ପକ୍ଷରୁ କୁହାଯାଇଛି ଯେ କୋର୍ଟଙ୍କ ନିର୍ଦେଶ କ୍ରମେ ମାମଲା ରୁଜୁ ପରେ ତଦନ୍ତ ଆରମ୍ଭ ହୋଇଛି। ତଦନ୍ତ ରିପୋର୍ଟ ଖୁବଶୀଘ୍ର କୋର୍ଟରେ ଦାଖଲ କରାଯିବ। ତେବେ ତଦନ୍ତ ବେଳେ କୌଣସି କଂଗ୍ରେସ ନେତାଙ୍କୁ ଗିରଫ କରାଯିବ ନାହିଁ ବୋଲି ପୁଲିସ୍‍ ପକ୍ଷରୁ ସୂଚନା ଦିଆଯାଇଛି। ସେପ୍ଟେମ୍ବର ୨୬ରେ ଜିଲା କୋର୍ଟ କଂଗ୍ରେସ ନେତାଙ୍କ ବିରୋଧରେ ଶ୍ୟାମଲା ହିଲ୍ସ ଥାନାରେ ମାମଲା ରୁଜୁ କରି ଅକ୍ଟୋବର ୪ ସୁଦ୍ଧା ଏଫଆଇଆର ନକଲ ଦାଖଲ କରିବାକୁ ପୁଲିସ୍‍କୁ ନିର୍ଦେଶ ଦେଇଥିଲେ।
ଉଲ୍ଲେଖଯୋଗ୍ୟ ଯେ କଂଗ୍ରେସ ବରିଷ୍ଠ ନେତା ଦିଗବିଜୟ ସିଂହ ବ୍ୟାପମ ଦୁର୍ନୀତି ନେଇ କୋର୍ଟରେ ୨୭ ହଜାର ପୃଷ୍ଠାର ଦସ୍ତାବିଜ୍‍, ଏକ ଏକ୍ସେଲ ସିଟ ଏବଂ ପେନ୍‍ ଡ୍ରାଇଭ ଦାଖଲ କରିବା ପରେ ସିବିଆଇ ତଦନ୍ତ ପାଇଁ ନିର୍ଦେଶ ଦିଆଯାଇଥିଲା। ମାତ୍ର ସିବିଆଇ ନିଜ ତଦନ୍ତରେ କାହାକୁ ବି ଦୋଷୀ ପାଇନଥିଲା। ଏହାପରେ ଦିଗବିଜୟ ଅଭିଯୋଗ କରିଥିଲେ ଯେ ସିବିଆଇ ଶିବରାଜ ସିଂହଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛି। ପ୍ରତିବାଦରେ ନକଲ କାଗଜପତ୍ର ଦେଖାଇ କୋର୍ଟକୁ ବିଭ୍ରାନ୍ତ କରୁଥିବା ଅଭିଯୋଗରେ ବିଜେପି ଲିଗାଲ ସେଲ ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟଙ୍କ ସମେତ କଂଗ୍ରେସର ୧୮ ନେତାଙ୍କ ବିରୋଧରେ ଭୋପାଳ ସ୍ୱତନ୍ତ୍ର କୋର୍ଟରେ ଆବେଦନ କରାଯାଇଥିଲା। ଏହି ଆବେଦନର ବିଚାର କରି ବୁଧବାର କୋର୍ଟ କଂଗ୍ରେସ ନେତାଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories