www.samajalive.in
Friday, December 5, 2025
26.1 C
Bhubaneswar

ବୈଜ୍ଞାନିକଙ୍କୁ ଆଉ ଏକ ସଫଳତା; ଖୁବଶୀଘ୍ର ନିପାତ ହେବ କରୋନା !

ମଣ୍ଡି: ସାରା ବିଶ୍ବ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଥିବା କରୋନା ଭୂତାଣୁକୁ ସଂକ୍ରାମକ ରୂପ ଦେଉଥିବା ଆଣବିକ ସଂରଚନା ଚିହ୍ନଟ କରାଯାଇଛି। ହିମାଚଳ ପ୍ରଦେଶର ଆଇଆଇଟି ମଣ୍ଡି ସ୍କୁଲ ଅଫ୍‌ ବେସିକ୍ ସାଇନ୍ସର ବୈଜ୍ଞାନିକମାନେ ଏହାକୁ ଚିହ୍ନଟ କରିଛନ୍ତି। କରୋନାକୁ ମୂଳରୁ ନାଶ କରିବାରେ ଏହା ସହାୟକ ହେବ। ଭବିଷ୍ୟତରେ କରୋନା ମହାମାରୀର ସମାପ୍ତି ପାଇଁ ଏହି ଗବେଷଣା ଅଧିକ ପ୍ରଭାବଶାଳୀ ଔଷଧ ତିଆରି କରିବାରେ ସାହାଯ୍ୟ କରିବ। ଏହି ଗବେଷଣା ଆନ୍ତର୍ଜାତୀୟ ପତ୍ରିକା ଭାଇରୋଲୋଜିରେ ପ୍ରକାଶିତ ହୋଇଛି। ଏଥିରେ ଦାବି କରାଯାଇଛି ଯେ, ଏହି ଗବେଷଣାର ଫଳାଫଳ ଏହି ଆଣବିକ ସଂରଚନାକୁ ନାଶ କରିବାର ଔଷଧ ତିଆରି କରିବାରେ ଖୁବ୍‌ ଫଳପ୍ରଦ ସାବ୍ୟସ୍ତ ହେବ। ଏହାଦ୍ବାରା କରୋନାକୁ ମୂଳରୁ ନିପାତ କରିହେବ।

ଆଇଆଇଟି ମଣ୍ଡିର ସ୍କୁଲ ଅଫ୍‌ ବେସିକ୍ ସାଇନ୍ସର ଆସୋସିଏଟ୍ ପ୍ରଫେସର ଡା. ରଜନୀଶ ଗିରି କହିଛନ୍ତି ଯେ, ଏଣ୍ଡୋଡୋମେନ୍ ସ୍ପାଇକ୍ ପ୍ରୋଟିନର ଆଣବିକ ସଂରଚନା ବିଷୟରେ ଜାଣିବା ପାଇଁ ଲାବୋରେଟୋରୀରେ ଏହି ଗବେଷଣା କରାଯାଇଥିଲା। ଗବେଷଣା ସମୟରେ କରୋନା ଭୂତାଣୁକୁ ସଂକ୍ରାମକ କରାଉଥିବା ଆଣବିକ ସଂରଚନା ଚିହ୍ନଟ କରାଯାଇଛି। ଗବେଷଣାରୁ ଜଣାପଡ଼ିଛି ଯେ, ଏହାର ଆଣବିକ ସଂରଚନା କଠିନ ନୁହେଁ, ବରଂ ବହୁତ ନମନୀୟ। ଏହି ଗବେଷଣାରେ ସହଯୋଗ କରିଥିବା ପିଏଚଡି ସ୍କୋଲାର ପ୍ରତୀକ କୁମାର କହିଛନ୍ତି ଯେ, ଏହାଦ୍ବାରା କୋଭିଡ -୧୯ ଏବଂ କରୋନାର ଅନ୍ୟାନ୍ୟ ପ୍ରକରଣ ସଂକ୍ରମଣର ମୌଳିକ ବିଜ୍ଞାନକୁ ବୁଝିବା ସହଜ ହେବ।

- Advertisement -

 

Hot this week

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

Related Articles

Popular Categories