ପୁରୀ: ଶ୍ରୀମନ୍ଦିର ରୋଷଘରେ ଚୁଲିଭଙ୍ଗିବା ଘଟଣା । ଘଟଣା ଉପରୁ ପର୍ଦ୍ଦାଫାସ କରିଛନ୍ତି ଏସପି କନୱର ବିଶାଲ ସିଂ । ଚିହ୍ନଟ କରାଯାଇଥିବା ବ୍ୟକ୍ତି ଧରାପଡ଼ିଥିବା ଏସପି ନିଜର ପ୍ରତିକ୍ରିୟାରେ କହିଛନ୍ତି । ତାହା ସହ ଏନେଇ ତଦନ୍ତ ଚାଲୁଥିବାରୁ ଅଭିଯୁକ୍ତର ସମ୍ପୂର୍ଣ୍ଣ ପରିଚୟ ଗୋପନ ରଖାଯାଇଛି । ଦିଆଯାଇଥିବା ସୂଚନା ଅନୁସାରେ ଅଭିଯୁକ୍ତର ଘର ଖୋର୍ଦ୍ଧାର ବେଗୁନିଆ ଅଞ୍ଚଳରେ । ତାର ନାଁ ଜେ. ମହାପାତ୍ର । ସେ ଶ୍ରୀମନ୍ଦିରରେ ଏପରି କାଣ୍ଡ ଭିଆଇଥିବା ସ୍ବୀକାର କରିଛି । ଘଟଣା ଦିନ ଅଭିଯୁକ୍ତ ଜଣକ ମନ୍ଦିରକୁ ଆସିବା ସହ ବୁଲାବୁଲି କରିଥିଲା । ବୁଲାବୁଲି କରିବା ସମୟରେ ନିଜକୁ ଭଲ ନଲାଗିବାରୁ ଚୁଲି ଭାଙ୍ଗିଥିଲା ବୋଲି କହିଛି ଅଭିଯୁକ୍ତ । ତେବେ ସବୁଠାରୁ ବଡ଼ କଥା ହେଉଛି ଅଭିଯୁକ୍ତ ଜଣକର ମାନସିକ ସ୍ଥିତି ଠିକ୍ ନଥିବା ଅନୁମାନ କରାଯାଉଛି । ଅଭିଯୁକ୍ତର ମାନସିକ ସ୍ଥିତି ଯାଞ୍ଚ ଲାଗି ବିଶେଷଜ୍ଞଙ୍କ ସହାୟତା ନିଆଯିବ । ଆଜି ପୁଲିସ ତାକୁ କୋର୍ଟ ଚାଲାଣ କରିବ । ଆବଶ୍ୟକ ହେଲେ ପୁଲିସ ତାକୁ ରିମାଣ୍ଡରେ ଆଣିବ ବୋଲି ଏସପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
Popular Categories



