www.samajalive.in
Sunday, December 7, 2025
26.1 C
Bhubaneswar

ସରଣ୍ଡା କନିଷ୍ଠ ମହାବିଦ୍ୟାଳୟ ପକ୍ଷରୁ ଆତ୍ମରକ୍ଷା କୌଶଳ ଶିବିର ଉଦ୍ଦ୍ଘାଟିତ

ବାଙ୍କୀ : ବାଙ୍କୀ ବ୍ଲକ ସରଣ୍ଡା କନିଷ୍ଠ ମହାବିଦ୍ୟାଳୟରେ ମଙ୍ଗଳବାର ଦିନ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଉଦ୍ଦ୍ଘାଟିତ ହୋଇଯାଇଛି। କନିଷ୍ଠ ମହାବିଦ୍ୟାଳୟର ୧ମ ବର୍ଷର ନବାଗତ ୩୭ଜଣ ଛାତ୍ରୀ ଏହି ପ୍ରଶିକ୍ଷଣ ଶିବିରରେ ଯୋଗଦେଇ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଗ୍ରହଣ କରିଛନ୍ତି। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ବେଉରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କର ପୂର୍ବତନ ସଭାପତି ସୁବାଷ ପାଢୀ,ସମ୍ମାନୀତ ଅତିଥି ଭାବରେ ସରଣ୍ଡା ଉନ୍ନୟନ ପରିଷଦର ସଭାପତି ତଥା କନ୍ତପହଁରା ପଞ୍ଚାୟତର ସରପଞ୍ଚ ଗତିକୃଷ୍ଣ ସ୍ୱାଇଁ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଭାବରେ ମହାବିଦ୍ୟାଳୟ ସ୍ତରରେ ଯୁବତୀ ମାନଙ୍କୁ ଆତ୍ମସୁରକ୍ଷା ପ୍ରଶିକ୍ଷଣ ପ୍ରଦାନ କରିବା ଏକ ଶୃଙ୍ଖଳିତ ଆହ୍ୱାନ ବୋଲି ପ୍ରକାଶ କରି ପ୍ରତ୍ୟେକ ଛାତ୍ରୀ ପ୍ରଶିକ୍ଷଣ ଗ୍ରହଣ କରି ନିଜେ ବିପଦ ସମୟରେ ଆତ୍ମ ସୁରକ୍ଷାର ବିଶ୍ୱାସନିଅ ପଦକ୍ଷେପ ନେବାପାଇଁ ଆହ୍ୱାନ ଜଣାଇଛନ୍ତି। ଅଧ୍ୟାପିକା ମମତା ଶତପଥି,ପୁଷ୍ପଲତା ରାଉତ,ପଙ୍କଜ ଲୋଚନ ଗୋଚ୍ଛୀ,ବିଜୟ କୁମାର ସାହୁ,ସଦାଶିବ ଦାସ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପିକା ଶୁଭଶ୍ରୀ ପଟ୍ଟନାୟକଙ୍କ ସଞ୍ଚାଳନରେ ପ୍ରଶିକ୍ଷିକା ଦୀପାଞ୍ଜଳି ପଟ୍ଟମାଝି ଶିବିରାର୍ଥୀ ମାନଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି। ଦୀର୍ଘ ୮ଦିନ ବ୍ୟାପୀ ଏହି ପ୍ରଶିକ୍ଷଣ ସକାଳ ୭ଟା୩୦ରୁ ୮ଟା ୩୦ପର୍ଯ୍ୟନ୍ତ ୧ଘଣ୍ଟା ଧରି ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ ବୋଲି ଅଧ୍ୟକ୍ଷ ସୂଚନା ଦେଇଛନ୍ତି। ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅନିତା ସାମଲ ସହଯୋଗ କରିଥିଲେ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories