www.samajalive.in
Saturday, December 6, 2025
15.1 C
Bhubaneswar

ଭାତ ଖାଇବା ଦ୍ୱାରା ଦୂର ହୋଇଥାଏ ଚର୍ମ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା

ଜାଣନ୍ତୁ ଭାତ ଖାଇବା ଦ୍ୱାରା ଆମକୁ କି କି ଉପକାର ମିଳେ ଓ ମୋଟାପଣ ବୃଦ୍ଧିରେ ଏହାର ପ୍ରଭାବ ବିଷୟରେ। ଭାତ ବିଶେଷ କରି ବିଭିନ୍ନ ସ୍ଥାନର ମୁଖ୍ୟ ଖାଦ୍ୟ ଅଟେ। ସେହିପରି ବହୁ ଲୋକଙ୍କ ଏପରି ଧାରଣା ଯେ ଭାତ ନଖାଇଲେ ପେଟ ଭର୍ତ୍ତି ହୋଇନଥାଏ।
ଭାତରେ କୌଣସି ପ୍ରକାରର ହାନିକାରକ ଫ୍ୟାଟ ନଥାଏ କିମ୍ବା କୋଲେଷ୍ଟ୍ରୋଲର ମାତ୍ରା ମଧ୍ୟ କମ କରିଥାଏ।
ରକ୍ତଚାପ ଥିବା ବ୍ୟକ୍ତିମାନେ ଭାତ ଖାଇବା ଅତ୍ୟନ୍ତ ଲାଭଦାୟକ। ଏହା ରକ୍ତଚାପର ମାତ୍ରାକୁ ନିୟନ୍ତ୍ରଣ କରିରଖିଥାଏ।
ବ୍ରାଉନ ରାଇସ ଖାଇବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। ଏଥିରେ ଥିବା ପୋଷକ ତତ୍ତ୍ୱ କର୍କଟ ଭଳି ମାରାତ୍ମକ ରୋଗକୁ ଶରୀର ଠାରୁ ଦୂରରେ ରଖେ।
ଭାତ ଖାଇବା ଦ୍ୱାରା ଆମ ଚର୍ମ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଦୂର ହୋଇଥାଏ। ଏହାସହ ମୁହଁରେ କୁଞ୍ଚନ ସୃଷ୍ଟି ହୋଇନଥାଏ।
ଚାଉଳରେ ବହୁ ପ୍ରକାରର ଭିଟାମିନ ଓ ମିନେରାଲନ୍ସ ରହିଛି। ଏଥିରେ ଭିଟାମିନ ଡ଼ି, କ୍ୟାଲସିୟମ, ଫାଇବର, ଆଇରନ ପ୍ରଚୁର ପରିମାଣରେ ରହିଛି।
ଭାତରେ ଅଧିକ ମାତ୍ରାରେ କାର୍ବୋହାଇଡ଼୍ରେଟ ରହିଛି। ଯାହା ଶରୀରକୁ ଶକ୍ତି ପ୍ରଦାନ କରିଥାଏ। ଆବଶ୍ୟକ ପରିମାଣରେ ଶକ୍ତି ମିଳିବା ଦ୍ୱାରା ମସ୍ତିଷ୍କ ସୂଚାରୁରୂପେ କାର୍ୟ୍ୟ କରିଥାଏ।
ଯେକୌଣସି ଖାଦ୍ୟକୁ ସଠିକ୍‍ ସମୟରେ ଠିକ୍‍ ମାତ୍ରାରେ ଖାଇଲେ ତାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ। ଭାତରେ ମ୍ୟାଗ୍ନେସିୟମ , ଫସ୍‍ଫରସ, ଫାଇବର , ଆଇରନ ଆଦି ରଖିଛି। ତେଣୁ ଏହାକୁ ଦିନକୁ ଥରେ ଖରାବେଳେ ସଠିକ ମାତ୍ରାରେ ଖାଇବା ଆବଶ୍ୟକ

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories