www.samajalive.in
Saturday, December 6, 2025
26.1 C
Bhubaneswar

ବୋମା ମାଡରେ ଗାଈ ଓ ମଣିଷ ଆହତ

ବ୍ରହ୍ମପୁର: ବଡବଜାର ଥାନା ଅନ୍ତର୍ଗତ ପ୍ରହଲ୍ଲାଦନଗରରେ ଗତକାଲି ବିଳମ୍ବିତ ରାତିରେ ବୋମା ମାଡ଼ ହୋଇଛି । ଘଟଣାସ୍ଥଳରେ ୪ ଟି ବୋମା ଫୁଟିଛି । ଏଥିରେ ଏକ ଗାଈ ସମେତ ସାହିର ସମୀର ଜେନା ନାମକ ଜଣେ ଯୁବକ ଆହତ ହୋଇଛନ୍ତି । ବୋମା ଫୁଟାଇଥିବା ଅଭିଯୁକ୍ତ ତଥା ପାଣ୍ଡବ ନଗରର ଯୁବକ ଆଶୀର୍ବାଦ ବୁକା ଘଟଣାସ୍ଥଳରୁ ଚମ୍ପଟ ମାରଛି । ଖବରପାଇ ପୁଲିସ ପହଞ୍ଚି ସାହିରୁ ବୋମା ଟୁକୁଡା ଜବତ କରିବା ସହ ଆହତ ଗାଈ ଓ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ବ୍ୟବସ୍ଥା କରିଥିଲା । ପୂର୍ବ ଶତ୍ରୁତାରୁ ଏହି ଘଟଣା ଘଟିଥିବା କୁହାଯାଉଛି । ଅଭିଯୁକ୍ତ ଆଶୀର୍ବାଦକୁ ଧରିବାକୁ ପୁଲିସ ତୁରନ୍ତ ତାଙ୍କ ଘରେ ଚଢଉ କରି ଏକ ଖଣ୍ଡା ଜବତ କରିଛି ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories