www.samajalive.in
Sunday, December 7, 2025
23.1 C
Bhubaneswar

ଦେଶ ପାଇଁ ଦୁଃଖୀ ଜ୍ୟାକ୍‌ଲିନ୍‌

ମୁମ୍ବଇ: ଶ୍ରୀଲଙ୍କା ବର୍ତ୍ତମାନ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ସେଠାକାର ଲୋକଙ୍କୁ ଆତ୍ୟାବଶ୍ୟକୀୟ ସାମଗ୍ରୀ ମିଳିବା କଷ୍ଟକର ହୋଇପଡ଼ିଛି। ଅନେକ ଦେଶ ଶ୍ରୀଲଙ୍କାର ପରିସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଇତି ମଧ୍ୟରେ ବଲିଉଡ଼ ଅଭିନେତ୍ରୀ କ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିସ୍‌ ମଧ୍ୟ ନିଜ ଦେଶ ସମର୍ଥନରେ ଆଗକୁ ଆସିଛନ୍ତି।
ଜ୍ୟାକ୍‌ଲିନ୍‌ ସୋମବାର ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି, ଶ୍ରୀଲଙ୍କାର ଜଣେ ଅଧିବାସୀ ଭାବେ ମୋ ଦେଶ ତଥା ଦେଶବାସୀଙ୍କୁ ଏଭଳି ଅବସ୍ଥାରେ ଦେଖିବା ଅତ୍ୟନ୍ତ ଦୁଃଖଦାୟକ। ଏହି ଦୁର୍ଦଶା ଆରମ୍ଭ ହେବା ଦିନଠାରୁ ମୁଁ ଅନେକ ​‌ଲୋକଙ୍କଠାରୁ ଅନେକ କଥା ଶୁଣିଛି। ମୁଁ କହିବାକୁ ଚାହେଁ ଯେ, କିଛିବି ଦେଖିବା ପରେ ସ‌ଙ୍ଗେସଙ୍ଗେ​‌ ତରବର ହୋଇ ନିଜ ରାୟ ଦିଅନ୍ତୁ ନାହିଁ। ଦୁନିଆ ଓ ମୋ ଲୋକମାନଙ୍କୁ କାହା ରାୟ ନୁହେଁ ବରଂ ସହାନୁଭୂତି ଏବଂ ସମର୍ଥନର ଆବଶ୍ୟକତା ଅଛି। ସେମାନଙ୍କ ମଙ୍ଗଳ ପାଇଁ ୨ ମିନିଟ୍ ନୀରବ ପ୍ରାର୍ଥନା କରି ଆପଣ ସେହି ଲୋକଙ୍କର ଅଧିକ ନିକଟତର ହୋଇପାରିବେ।
ନିଜ ପୋଷ୍ଟରେ ସେ ଆହୁରି ଲେଖିଛନ୍ତି, ମୁଁ ଆଶା କରୁଛି ଏହି ପରିସ୍ଥିତି ଶୀଘ୍ର ଶେଷ ହେବ। ଏହି ସଙ୍କଟର ଏଭଳି ସମାଧାନ ବାହାରୁ ଯଦ୍ବାରା ସମସ୍ତଙ୍କୁ ଶାନ୍ତି ମିଳୁ ଓ ଲୋକଙ୍କ ମଙ୍ଗଳ ହେଉ। ମୁଁ କାମନା କରୁଛି ଯେ, ଏହି ସମସ୍ୟାକୁ ସାମ୍ନା କରୁଥିବା​‌ ଲୋକଙ୍କୁ ଧୈର୍ଯ୍ୟ ଓ ଶକ୍ତି ମିଳୁ।
ଉଲ୍ଲେଖଯୋଗ୍ୟ, ସୋମବାର ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷ ତାଙ୍କ ଭାଇ ତଥା ଅର୍ଥମନ୍ତ୍ରୀ ବେସିଲ ରାଜପକ୍ଷଙ୍କୁ ବହିଷ୍କାର କରି ଦେଶର ସମସ୍ତ ବିରୋଧୀ ଦଳଙ୍କୁ ମନ୍ତ୍ରୀମଣ୍ଡଳରେ ଯୋଗଦେବାକୁ ଅନୁରୋଧ କରିଥିଲେ। ବର୍ତ୍ତମାନର ବୈଦେଶିକ ମୁଦ୍ରା ସଙ୍କଟର ମୁକାବିଲା ପାଇଁ ଶ୍ରୀଲଙ୍କାକୁ ସାହାଯ୍ୟ କରିବାକୁ ବେସିଲ ଭାରତ ସହିତ ଏକ ଆର୍ଥିକ ରିଲିଫ ପ୍ୟାକେଜ ନେଇ ଆଲୋଚନା କରିଥିଲେ। ଅଲି ସାବ୍ରିଙ୍କୁ ବର୍ତ୍ତମାନ ତାଙ୍କ ସ୍ଥାନରେ ଅର୍ଥମନ୍ତ୍ରୀ କରାଯାଇଛି। ଅଲି ପୂର୍ବରୁ ଆଇନ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories