www.samajalive.in
Saturday, December 13, 2025
23.1 C
Bhubaneswar

ଦେଶରେ କମୁଛି କରୋନା, ୫୮ଜଣଙ୍କ ଜୀବନ ନେଲା ମହାମାରୀ

ନୂଆଦିଲ୍ଳୀ: ଦେଶରେ ଧୀରେ ଧୀରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ଦୁଇ ଦିନ ହେଲା ଦେଶରେ ୧ ହଜାର ତଳେ ଦୈନିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତକାଲି ୧ ହଜାର ତଳେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ରହିଥିବା ବେଳେ ଆଜି ଦେଶରେ ୮ଶହ ତଳକୁ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଖସିଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୭୯୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ସୂଚନା ଦିଆଯାଇଛି । ସେହିପରି ସଂକ୍ରମଣକୁ ଦୃଷ୍ଟିରେ ରଖିଲେ ସଦାସର୍ବଦା ସୁସ୍ଥତା ହାର ବଢ଼ିବାରେ ଲାଗିଛି । ଗୋଟିଏ ଦିନରେ କରୋନାରୁ ୧ ହଜାର ୨୦୮ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଅନ୍ୟପଟେ ଗତ ୨୪ ଘଣ୍ଟାରେ ଦେଶରେ ଆଉ ୫୮ଜଣଙ୍କ ଜୀବନ ନେଇଛି ମହାମାରୀ ଭୂତାଣୁ । ଆଜିର ମୃତକଙ୍କୁ ମିଶାଇ ଦେଶରେ ମୋଟ୍‌ ମୃତ୍ୟୁସଂଖ୍ୟା ୫ଲକ୍ଷ ୨୧ ହଜାର ୪୧୬ରେ ପହଞ୍ଚିଛି । ଦେଶରେ ମୋଟ୍‌ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ହଜାର ୫୪ ରହିଛି ।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories