www.samajalive.in
Saturday, December 13, 2025
23.1 C
Bhubaneswar

ରୋଷଘର ଚୁଲି ଭାଙ୍ଗିବା ଘଟଣା; ସିଂହଦ୍ବାର ପୁଲିସ କରୁଛି ପଚରାଉଚରା

ପୁରୀ: ଶ୍ରୀମନ୍ଦିର ରୋଷଘର ଚୁଲି ଭାଙ୍ଗିବା ଘଟଣା । ସନ୍ଦିଗ୍ଧ ବ୍ୟକ୍ତିକୁ ଧରିବାକୁ ଜୋରଦାର ତଦନ୍ତ କରୁଛି ସିଂହଦ୍ବାର ଥାନା ପୁଲିସ । ଘଟଣାକୁ ନେଇ ଦାୟିତ୍ବରେ ଥିବା ୪ଜଣ ଜଗନ୍ନାଥ ମନ୍ଦିର ପୁଲିସକୁ ସିଂହଦ୍ବାର ପୁଲିସ ପଚରାଉଚରା କରୁଛି । ପଚରାଉଚରା କରାଯାଉଥିବା ୪ଜଣ ଜଗନ୍ନାଥ ମନ୍ଦିର ପୁଲିସ ସେହିଦିନ ଦାୟିତ୍ବରେ ଥିଲେ । ଦାୟିତ୍ବରେ ଥିବା ସମୟରେ ଏପରି ଘଟଣା କିପରି ଘଟିଲା ତାକୁ ନେଇ ଚାଲିଛି ତଦନ୍ତ । ସୂଚନାମୁତାବକ ୪ଜଣ ମଧ୍ୟରୁ ଜଣେ ବାଟଅଗଣା ଓ ନାଟମଣ୍ଡପ ଦାୟିତ୍ବରେ ଥିଲେ ଏବଂ ଅନ୍ୟ ତିନିଜଣ ସନ୍ଧିଗ୍ଧ ବ୍ୟକ୍ତିଙ୍କୁ ବାହାରେ ଛାଡ଼ିଥିଲେ ବୋଲି କୁହାଯାଉଛି । ତେଣୁ ବ୍ୟକ୍ତି ଜଣକୁ ଧରିବା ପାଇଁ ସିଂହଦ୍ବାର ପୁଲିସ ଜୋରଦାର ତଦନ୍ତ ଚଳାଇଛି । ସନ୍ଦିଗ୍ଧ ବ୍ୟକ୍ତିଙ୍କ ଫଟୋକୁ ଧରି ପୁଲିସ ତଦନ୍ତ କରୁଥିବା ବେଳେ, ଘଟଣାସ୍ଥଳରେ ସେବାୟତଙ୍କୁ ମଧ୍ୟ ପଚରାଉଚରା କରୁଛି । ସନ୍ଦିଗ୍ଧଙ୍କ ଫଟୋ ଦେଖାଇ ସେବାୟତଙ୍କୁ ଏନେଇ ପ୍ରଶ୍ନ କରୁଥିବା ଖବର ମିଳିଛି ।  ସଂଧ୍ୟାଧୂପ ପର୍ଯ୍ୟନ୍ତ ଦାୟିତ୍ବରେ ଥିବା ସେବାୟତଙ୍କୁ ସିଂହଦ୍ବାର ପୁଲିସ ପଚରାଉଚରା କରୁଛି ।

 

- Advertisement -

 

 

 

 

 

 

 

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories