www.samajalive.in
Sunday, December 14, 2025
18.1 C
Bhubaneswar

ଚନ୍ଦ୍ରଗିରିରେ ଓଡ଼ିଶା ଡ୍ରାଇଭର ମହାସଂଘର ବୈଠକ

ମୋହନା :  ଗଜପତି ଜିଲ୍ଲା ଚନ୍ଦ୍ରଗିରି ହାଟପଦାଠାରେ ଓଡ଼ିଶା ଡ୍ରାଇଭର ମହାସଂଘର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଗଜପତି ଜିଲ୍ଲା ଡ୍ରାଇଭର ସଂଘର ସଦସ୍ୟ ମାନେ ଯୋଗ ଦେଇଥିଲେ। କରୋନା ସମୟରେ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ କର୍ମଚାରୀଙ୍କୁ କରୋନା ଯୋଦ୍ଧାର ଆଖ୍ୟା ପ୍ରଦାନ କରିଥିବା ବେଳେ ଦିନରାତି ଏକ କରି ଜନସାଧାରଣଙ୍କୁ ସେବା ଯୋଗାଇ ଆସୁଥିବା ଡ୍ରାଇଭର ମାନଙ୍କୁ ଉଭୟ ସରକାର ଅଣଦେଖା କଲେ। ଡ୍ରାଇଭର ମାନେ କରୋନା ସମୟରେ ରାଜ୍ୟ ସରକାରଙ୍କୁ କିଛି ଆର୍ଥିକ ସାହାଯ୍ୟ କରିବା ପାଇଁ ବହୁବାର ଅନୁରୋଧ କଲେ ତଥାପି ରାଜ୍ୟ ସରକାର ସେମାନଙ୍କ ଆଶା ପୂରଣ କଲେନି । ସେମାନେ ବହୁ ଦୁଃଖ କଷ୍ଟରେ ପରିବାର ଭରଣ ପୋଷଣ କଲେ । ଏହାକୁ ଦୃଷ୍ଟିରେ ରଖି କରୋନା ସମୟରେ ୪ ଜଣ ଡ୍ରାଇଭରଙ୍କୁ ନେଇ ଗଠନ ହୋଇଥିବା ସଂଘରେ ଆଜି ୪ ଲକ୍ଷ ଡ୍ରାଇଭର ସଦସ୍ୟ ହୋଇଛନ୍ତି । ଏକତା ହିଁ ବଳ ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି ଓଡିଶା ଡ୍ରାଇଭର ମହାସଂଘର ସଭାପତି ପ୍ରଶାନ୍ତ ମଣ୍ଡେଲ (ଅଜୁ ଭାଇ ) ଚନ୍ଦ୍ରଗିରିରେ ଅନୁଷ୍ଠିତ ଗଜପତି ଜିଲ୍ଲା ଡ୍ରାଇଭର ସଂଘର ବୈଠକରେ କହିଛନ୍ତି । ଦକ୍ଷିଣ ଓଡ଼ିଶା ଗ୍ରସ୍ତରେ ବାହାରି ଥିବା ଶ୍ରୀ ମଣ୍ଡେଲ ସୋମବାର ପୂର୍ବାହ୍ନରେ ଅଡବାରେ ପହଞ୍ଚିଥିଲେ। ସେଠାରୁ ତାଙ୍କୁ ମୋହନା ଡ୍ରାଇଭର ସଂଘ ଓ ଜିଲ୍ଲାର ଅନ୍ୟାନ୍ୟ ସଂଘର କର୍ମକର୍ତ୍ତାମାନେ ଫୁଲମାଳ ଦେଇ ଏକ ଚାଲିରେ ଚନ୍ଦ୍ରଗିରି ଆଣିଥିଲେ। ପରେ ହାଟପଦାଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସଂଘ ପକ୍ଷରୁ ୧୧ଟି ଦାବୀ କିଛି ମାସ ପୂର୍ବେ ରାଜ୍ୟ ସରକାରଙ୍କ ପାଖରେ ଉପସ୍ଥାପନା କରାଯାଇଥିଲା । ସେଥିମଧ୍ୟରୁ ୮ଟି ଦାବୀ ଯଥାର୍ଥ ବୋଲି ରାଜ୍ୟ ସରକାର କହିବା ସହିତ ପୂରଣ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। କିନ୍ତୁ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ତାହା ପୂରଣ ହୋଇ ନ ଥିବାରୁ ସଂଘରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଯଥା ଶୀଘ୍ର ସମସ୍ତ ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ସଂଘର କର୍ମଚାରୀମାନେ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଏହି ବୈଠକରେ ଓଡ଼ିଶା ଡ୍ରାଇଭର ସଂଘର ଉପ- ସଭାପତି ସୁମନ ଆଲଟିଆ, ଜିଲ୍ଲା ସଭାପତି ପରିଚ୍ଛା ମଧୁସାଗର, ମୋହନା ସଂଘର ସଭାପତି ବିଜୟ ବେହେରଦଳାଇ, ସଂଯୋଜକ ରଞ୍ଜନ ଜାନୀ, କୋଷାଧ୍ଯକ୍ଷ ବାବୁଲି ଗୌଡଙ୍କ ସମେତ ୧ ହଜାରରୁ ଉର୍ଦ୍ଧ୍ବ ଡ୍ରାଇଭର ଯୋଗ ଦେଇଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories