www.samajalive.in
Saturday, December 13, 2025
15.1 C
Bhubaneswar

ଲକ୍ଷ୍ନୌର ୨ୟ ବିଜୟ ; ସନ୍‌ରାଇଜର୍ସର ୨ୟ ପରାଜୟ

ମୁମ୍ବଇ : ଚଳିତ ଆଇପିଏଲ୍‌ରେ ୩ୟ ମ୍ୟାଚ୍‌ରେ ୨ୟ ବିଜୟ ହାସଲ କରିଛି ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ । ସୋମବାର ସନ୍‌ରାଇଜର୍ସ ହାଇଦରବାଦକୁ ୧୨ ରନ୍‌ରେ ଲକ୍ଷ୍ନୌ ପରାସ୍ତ କରିଛି। କେ.ଏଲ୍‌. ରାହୁଲ ଓ ଦୀପକ ହୁଡାଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ଲକ୍ଷ୍ନୌ ୭ ୱିକେଟରେ ୧୬୯ ରନ୍‌ କରିଥିଲା। ପରେ ସନ୍‌ରାଇଜର୍ସ ୯ ୱିକେଟ ହରାଇ ୧୫୭ ରନ୍‌ କରି ପାରିଥିଲା। ସନ୍‌ରାଇଜର୍ସ କ୍ରମାଗତ ୨ୟ ପରାଜୟ ଭୋଗି ପଏଣ୍ଟ ଖାତା ଖୋଲି ପାରିନାହିଁ।
ସନ୍‌ରାଇଜର୍ସ ହାଇଦରାବାଦ ୧୭୦ ରନ୍‌ ଲକ୍ଷ୍ୟରେ ୬ଷ୍ଠ ଓଭରରେ ୩୮ ରନ୍‌ ସ୍କୋର୍‌ରେ ୨ ଓପ୍‌ନରଙ୍କୁ ହରାଇଥିଲା। ଆଭେସ୍ ଖାଁ ଉଭୟଙ୍କୁ ଆଉଟ୍‌ କରିଥିଲେ। ଅଧିନାୟକ କେନ୍ ୱିଲିୟମ୍‌ସନ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୬ ଏବଂ ଅଭିଷେକ ଶର୍ମା ୨ଟି ଚୌକା ସହ ୧୩ ରନ୍‌କରି ଆଉଟ୍‌ ହୋଇଥିଲେ। ପରେ ରାହୁଲ ତ୍ରିପାଠୀ ଆକ୍ରମଣ କରିଥିବା ବେଳେ ଐଡେନ ମାର୍କରାମ ଜଗିରଖି ଖେଳିଥିଲେ। ଦୁହେଁ ୩ୟ ୱିକେଟ ପାଇଁ ୪୪ ରନ୍‌ ଯୋଡ଼ିବା ପରେ ଦକ୍ଷିଣ ଆଫ୍ରିକାର ମାର୍କରାମ ୧୨ ରନ୍‌କରି ଆଉଟ ହୋଇଥିଲେ। ପରେପରେ ରାହୁଲ ତ୍ରିପାଠୀ ୩୦ ବଲ୍‌ରୁ ଗୋଟିଏ ଛକା ଓ ୫ଟି ଚୌକା ସହ ୪୦ ରନ୍‌କରି ଆଉଟ ହେବା ସନ୍‌ରାଇଜର୍ସ ପାଇଁ ଶକ୍ତ ଧକ୍କା ଥିଲା। ପରେ ନିକୋଲାସ୍ ପୁରନ୍ ଓ ୱାଶିଂଟନ ସୁନ୍ଦର ସଂଘର୍ଷ କରିଥିଲେ। ଆଭେସ୍ ଖାଁ ୨ଟି ବଲ୍‌ରେ ୨ଟି ୱିକେଟ ନେଇଥିଲେ। ପୁରନ୍ ୨୪ ବଲ୍‌ରୁ ୨ଟି ଛକା ଓ ୩ଟି ଚୌକା ସହ ୩୪ ରନ୍‌ କରିଥିଲେ। ପରବର୍ତ୍ତୀ ବଲ୍‌ରେ ଅବ୍‌ଦୁଲ ସମାଦ୍‌ (୦) ଆଉଟ ହୋଇଥିଲେ। ୱାଶିଂଟନ ସୁନ୍ଦର ୧୮ ରନ୍‌କରି ବିଦାୟ ନେଇଥିଲେ। ଆଭେସ୍ ଖାଁ ୪ଟି, ଜେସନ୍ ହୋଲ୍‌ଡର ୩ଟି ଓ କ୍ରୁନାଲ ପାଣ୍ଡ୍ୟା ୨ଟି ୱିକେଟ ନେଇଥିଲେ।
ସନ୍‌ରାଇଜର୍ସ ହାଇଦରାବାଦ ଟସ୍ ଜିତି ଫିଲ୍‌ଡିଂ ନେବା ପରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ ବିପର୍ଯ୍ୟୟ ସହ ଇନିଂସ ଆରମ୍ଭ କରିଥିଲା। ୫ମ ଓଭରରେ ମାତ୍ର ୨୭ ରନ୍‌ ସ୍କୋର୍‌ରେ ଲକ୍ଷ୍ନୌ ୩ଟି ୱିକେଟ ହରାଇଥିଲା। ଦୁଇ ସଫଳ ବିଦେଶୀ ଖେଳାଳି କ୍ବିଣ୍ଟନ ଡି କକ୍ ଓ ଏଭିନ୍ ଲୁଇସ୍‌ ଏହି ମ୍ୟାଚ୍‌ରେ ବିଫଳ ହୋଇଥିଲେ। ଦୁହେଁ ୧ ରନ୍‌ ଲେଖାଏଁ କରିଥିଲେ। ମନୀଷ ପାଣ୍ଡେ କ୍ରମାଗତ ୩ୟ ମ୍ୟାଚ୍‌ରେ ବିଫଳ ହୋଇ ୧୧ ରନ୍‌କରି ବିଫଳ ହୋଇଥିଲେ। ତେବେ ଅଧିନାୟକ କେ.ଏଲ୍‌. ରାହୁଲ ଓ ଦୀପକ ହୁଡା ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ଦୁହେଁ ୪ର୍ଥ ୱିକେଟ ପାଇଁ ୬୨ଟି ବଲ୍‌ର ମୁକାବିଲା କରି ୮୭ ରନ୍‌ର ମହତ୍ତ୍ବପୂର୍ଣ୍ଣ ଯୋଗଦାନ କରିଥିଲେ। ଦୀପକ ହୁଡା ଅର୍ଦ୍ଧଶତକ ହାସଲକରି ୩୩ ବଲ୍‌ରୁ ୩ଟି ଲେଖାଏଁ ଛକା ଓ ଚୌକା ସହ ୫୧ ରନ୍‌ କରିଥିଲେ। ୧୯ଶ ଓଭର ପର୍ଯ୍ୟନ୍ତ କ୍ରିଜ୍‌ରେ ରହିଥିବା ଅଧିନାୟକ ରାହୁଲ ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ। ରାହୁଲ ୫୦ ବଲ୍‌ରୁ ଗୋଟିଏ ଛକା ଓ ୬ଟି ଚୌକା ସହ ୬୮ ରନ୍‌ କରିଥିଲେ। ଉଦୀୟମାନ ବ୍ୟାଟ୍‌ସମ୍ୟାନ ଆୟୁଷ ବଦୋନି ୧୨ ବଲ୍‌ରୁ ୩ଟି ଚୌକା ସହ ୧୯ ରନ୍‌ କରିଥିଲେ। ୱାଶିଂଟନ ସୁନ୍ଦର, ରୋମାରିଓ ସେଫର୍ଡ ଓ ଟି. ନଟରାଜନ୍ ୨ଟି ଲେଖାଏଁ ୱିକେଟ ନେଇଥିଲେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories