www.samajalive.in
Sunday, December 14, 2025
18.1 C
Bhubaneswar

ତିନି ଦିବଂଗତଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ସହପାଠୀ

ରେଙ୍ଗାଲିକ୍ୟାମ୍ପ : ଅତାବିରା ବାର୍ କାଉନସିଲ କାର୍ଯ୍ୟାଳୟ ଠାରେ ସୋମବାର ବଳରାମ ସାହୁଙ୍କ ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇ ଯାଇଛି । ୧୯୮୩ ମସିହାରେ ଅତାବିରା ଉଚ୍ଚ ବିଦ୍ୟାଳୟରେ ପଢୁଥିବା ମାଟ୍ରିକ ବ୍ୟାଚ ଛାତ୍ର ମାନଙ୍କ ମଧ୍ୟରୁ ଶ୍ୟାମଲାଲ ସ୍ୱାଇଁ, ସୁବାସ ପଧାନ ଓ ରାକେଶ ପାଢ଼ୀ  ଚିର ବିଦାୟ ନେଇଛନ୍ତି। ସେମାନଙ୍କ ଆତ୍ମାର ସଦଗତି କାମନା କରି ତଥା ତାଙ୍କ ବ୍ୟାଚର ସହପାଠୀ ସାଥୀ ମାନେ ଆଜି ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ସମସ୍ତେ ସେହି ସାଥୀ ମାନଙ୍କ ସ୍ମୃତି ଚାରଣ କରି ଦୁଃଖରେ ଭାଙ୍ଗି ପଡ଼ିଥିଲେ। ସେମାନଙ୍କ ସେଇ ଅଭୁଲା ଛାତ୍ର ଜୀବନର ସ୍ମୃତି ପୁଣି ଥରେ ମାନସ ପଟରେ ଆଙ୍କି ହୋଇଯାଇଥିଲା ,ଯେଉଁ ସ୍ମୃତିରେ ରହିଥିଲା ସେଇ ଦିବଂଗତ ଆତ୍ମା ମାନଙ୍କର ବୟସର ଚଞ୍ଚଳତା ଆଉ ସାଙ୍ଗ ସାଥିଙ୍କ ପ୍ରତିଁ ନିବିଡତାର କିଛି ଅନ୍ତରଙ୍ଗ ମୁହୂର୍ତ୍ତ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ରାଜ କୁମାର ବାଙ୍କା, ରାମ ଚନ୍ଦ୍ର ପଧାନ, ସୁବଳ ଗଡତିଆ, କାଶ୍ୱୀଶ୍ୱର୍ ବେହେରା, ଅଶୋକ ପଣ୍ଡା-୧, ଅଶୋକ ପଣ୍ଡା-୨, କେଟିପି ରାଜୁ, ରାହାସ ସାହୁ, ଧ୍ରୁବ ଚରଣ ସ୍ୱାଇଁ, ଲଳିତ ବାଗ, ଭରତ ପ୍ରଧାନ, ସନ୍ତୋଷ ଭୁଏ, ନରସିଂହ ଗୁପ୍ତା,  ଲିଙ୍ଗରାଜ ପାତର, ମହେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories