www.samajalive.in
Sunday, December 14, 2025
14.1 C
Bhubaneswar

ଫିଟ୍‌ ଇଣ୍ଡିଆ କୁଇଜ୍‌ : ଓଡ଼ିଶାରୁ ଏନଟିପିସି ଡିଏଭି ପବ୍ଲିକ୍‌ ସ୍କୁଲର କନିଷ୍କ ଓ ହ୍ଵିପ୍‌ କୁମାର ବିଜୟୀ

ନୂଆଦିଲ୍ଲୀ : ଫିଟ୍‌ ଇଣ୍ଡିଆ କୁଇଜ୍‌ ରାଜ୍ୟ ରାଉଣ୍ଡର ୩୬ ଜଣ ବିଜେତାମାନଙ୍କୁ ଚୟନ କରାଯାଇଛି। ଏହି ବିଜେତାମାନେ ପରବର୍ତ୍ତୀ ଜାତୀୟ ରାଉଣ୍ଡରେ ନିଜ ନିଜ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ପକ୍ଷରୁ ପ୍ରତିନିଧିତ୍ବ କରିବାର ସୁଯୋଗ ପାଇବେ। ରାଜ୍ୟ ରାଉଣ୍ଡରେ ଓଡ଼ିଶାରୁ କଣିହାଁ ଏନଟିପିସି ଡିଏଭି ପବ୍ଲିକ୍‌ ସ୍କୁଲ ଦୀପଶିଖାର କନିଷ୍କ ଓ ହ୍ଵିପ୍‌ କୁମାର ବେହେରା ବିଜୟୀ ହୋଇଛନ୍ତି ।

ଫେବୃଆରୀ ଏବଂ ମାର୍ଚ୍ଚ ମାସରେ ଫିଟ୍‌ ଇଣ୍ଡିଆ କୁଇଜ୍‌ ରାଜ୍ୟ ରାଉଣ୍ଡର ଫାଇନାଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଯୋଗ୍ୟତା ପ୍ରାପ୍ତ ୩୫୯ ବିଦ୍ୟାଳୟ ଅଂଶଗ୍ରହଣ କରିଥିଲେ। ସେମାନେ ନିଜ ନିଜ ରାଜ୍ୟସ୍ତରରେ ଚାମ୍ପିଅନ ହେବା ଲାଗି ପ୍ରତିଯୋଗିତା କରିଥିଲେ । ପ୍ରତ୍ୟେକ ରାଜ୍ୟ ଚାମ୍ପିଅନମାନଙ୍କୁ ୨.୭୫ ଲକ୍ଷ ଟଙ୍କାର ନଗଦ ପୁରସ୍କାରରେ ସମ୍ମାନିତ କରାଯାଇଛି। ପ୍ରତିଯୋଗୀଙ୍କ ପାଇଁ ୨୫ ହଜାର ଏବଂ ସେମାନଙ୍କ ବିଦ୍ୟାଳୟ ପାଇଁ ୨.୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି । ଏହି ପ୍ରତିଯୋଗୀମାନେ ଫିଟ ଇଣ୍ଡିଆର ପରବର୍ତ୍ତୀ ଜାତୀୟ ପ୍ରତିଯୋଗିତାରେ ନିଜ ରାଜ୍ୟ ତରଫରୁ ଅଂଶଗ୍ରହଣ କରିବେ ।

- Advertisement -

ରାଜ୍ୟ ପ୍ରତିଯୋଗିତା ଫାଇନାଲରେ ସେମାନଙ୍କ ରାଜ୍ୟରେ ଦ୍ବିତୀୟ ଏବଂ ତୃତୀୟ ସ୍ଥାନ ହାସଲ କରିଥିବା ପ୍ରଥମ ଏବଂ ଦ୍ବିତୀୟ ରନର୍ସ ଅପ୍‌ଙ୍କୁ ୧.୧ ଲକ୍ଷ ଟଙ୍କା (ଛାତ୍ରଙ୍କୁ ୧୦ ହଜାର+ବିଦ୍ୟାଳୟକୁ ୧ ଲକ୍ଷ) ଏବଂ ୫୫ ହଜାର ଟଙ୍କା (ଛାତ୍ରଙ୍କୁ ୫ ହଜାର + ବିଦ୍ୟାଳୟକୁ ୫୦ ହଜାର) ଦିଆଯାଇଛି ।

୩୬ଟି ସ୍କୁଲ ଦଳ ଏବେ ଜାତୀୟ ରାଉଣ୍ଡରେ ଅଂଶଗ୍ରହଣ କରିବେ । ଫିଟ୍‌ ଇଣ୍ଡିଆ ପ୍ରତିଯୋଗିତାର ଜାତୀୟ ରାଉଣ୍ଡ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ । ଏହା ଷ୍ଟାର ସ୍ପୋର୍ଟସ୍‌ ଏବଂ ବିଭିନ୍ନ ସାମାଜିକ ମଣମାଧ୍ୟମ ଚ୍ୟାନେଲରେ ପ୍ରସାରଣ କରାଯିବ ।

ଜାତୀୟ କୁଇଜ୍‌ ପ୍ରତିଯୋଗିତାର ବିଜେତା ପ୍ରତିଯୋଗୀ ସେମାନଙ୍କ ଏବଂ ସେମାନଙ୍କ ବିଦ୍ୟାଳୟ ପାଇଁ ଅର୍ଥରାଶି ପୁରସ୍କାର ସ୍ବରୂପ ଜିତିବେ। ତାଙ୍କୁ ଦେଶର ପ୍ରଥମ ଫିଟ୍‌ ଇଣ୍ଡିଆ କୁଇଜ୍‌ ପ୍ରତିଯୋଗିତାର ଚାମ୍ପିଅନ ମାନ୍ୟତା ମିଳିବ ।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories