ଖତ ଖାଉଛି ଲଇଡାର କୃଷି ସଂପ୍ରସାରଣ କାର୍ଯ୍ୟାଳୟ

ରେଙ୍ଗାଲି: ରେଙ୍ଗାଲି ବ୍ଳକର ଲଇଡାରେ ଥିବା ଅତିରିକ୍ତ କୃଷୀ ସଂପ୍ରସାରଣ କାର୍ଯ୍ୟାଳୟ ଦୀର୍ଘ ବର୍ଷ ହେଲା ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିବାରୁ ଲକ୍ଷାଧିକ ଟଙ୍କାରେ ନିର୍ମିତ ଏହି ସରକାରୀ କୋଠା ଏବେ ଖତ ଖାଉଛି। ସରକାର କୃଷି ଏବଂ କୃଷକ ମାନଙ୍କ ପ୍ରତି ଗୁରୁୃତ୍ୱ ଦିଅଯାଉଛି ବୋଲି ଘୋଷଣା କରୁଥିବା ବେଳେ ଲଇଡା ଭଲି ଏକ କୃଷି ପ୍ରଧାନ ଅଞ୍ଚଳ ରେ ଥିବା କୃଷି କାର୍ଯ୍ୟାଳୟ ବର୍ଷାଧିକ କାଳ ହେଲା ପରିତ୍ୟକ୍ତ ଅବସ୍ଥାରେ ପଡି ରହି ଚତୁଃପାର୍ଶ୍ବରେ ଅନାବନା ଘାସ, ଲଟାବୁଦାର ଅରମା ଜଙ୍ଗଲ ହୋଇଗଲାଣି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଦିଗରେ ଦୃଷ୍ଟି ଦେଇ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିବା କୃଷି କାର୍ଯ୍ୟାଳୟକୁ କାର୍ଯ୍ୟକ୍ଷମ କରିବାକୁ ସାଧାରଣରେ ଦାବି ହେଉଛି।

kalyan agarbati

Comments are closed.