ରେଙ୍ଗାଲି: ରେଙ୍ଗାଲି ବ୍ଳକର ଜୁନାଡିହି ଛକରୁ କିନାଲୋଇ-ଘଣ୍ଟମାଲ-ରେଙ୍ଗଲୋଇ ଆଦି ଗ୍ରାମ ଦେଇ ଲଇଡାକୁ ସଂଯୋଗ କରୁଥିବା ଗ୍ରାମ୍ୟ ବିଭାଜନ ବିଭାଗ ରାସ୍ତା ନିର୍ମାଣ ହେବାର ଦୁଇ ବର୍ଷ ନହେଉଣୁ ବିଭିନ୍ନ ସ୍ଥାନରେ ଫାଟିଯିବା ଏବଂ ରାସ୍ତାରୁ ପିଚୁ ଉଠି ଯାଇ ଦବି ଯାଇଥିବାର ଦେଖିବାକୁ ମିଳିଛି। ରେଙ୍ଗଲୋଇ ଗ୍ରାମ୍ୟ ଜଙ୍ଗଲ ପାଖରେ ନିର୍ମିତ କଲଭର୍ଟ ଉପର ପିଚୁ ଦବି ଯାଇଥିବା ବେଳେ ଟାଙ୍ଗର ଯୋର୍ ଉପରେ ନିର୍ମିତ କଲଭର୍ଟର ଆପ୍ରୋଚ୍ ରାସ୍ତାର ପିଚୁ ଉଠିଯାଇଛି। ଠିକ୍ ସେହିପରି ରଙ୍ଗଟିକ୍ରା ଗାଁ ପାଖ ବୁଲାଣିରେ ଥିବା କଲଭର୍ଟ ପାଖରେ ରାସ୍ତା ଉପରୁ ପିଚୁ ଉଠିଯାଇ ମାଟି ଦିଶୁଛି। ୫ବର୍ଷର ଘ୍ୟାରେଣ୍ଟି ଥାଇ ଏହି ରାସ୍ତା ନିର୍ମାଣ ହୋଇଥିବା ବେଳେ ଦୁଇ ବର୍ଷ ନହେଉଣୁ ରାସ୍ତାର ଏଭଳି ଅବସ୍ଥା ଦେଖି ଏହାର ସ୍ଥାୟିତ୍ୱ ନେଇ ଜନ ସାଧାରଣରେ ଆଶଙ୍କା ପ୍ରକାଶ ପାଇଛି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଦିଗରେ ଦୃଷ୍ଟି ଦେଇ ଅବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନସାଧାରଣରେ ଦାବି ହେଉଛି।
Popular Categories



