ରେଙ୍ଗାଲି: ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନବ ଅଧିକାର ସେବା ସମିତି(ମାସ୍) ପକ୍ଷରୁ ରେଙ୍ଗାଲି ବ୍ଳକର ଟାମ୍ପରକେଲା ଠାରେ ପଞ୍ଚାୟତ ପ୍ରତିନିଧିମାନଙ୍କ ତାଳିମ ଶିବିର ଆଜି ଉଦଯାପିତ ହୋଇଯାଇଛି। ଦୁଇ ଦିନ ଧରି ଛାଲିଥିବା ଏହି ତାଳିମ ଶିବିରରେ ଝାଙ୍କରପାଲି ଗ୍ରାମ ପଞ୍ଚାୟତର ନବନିର୍ବାଚିତ ସରପଞ୍ଚ, ସମିତି ସଭ୍ୟ ଏବଂ ଓାର୍ଡ ସଭ୍ୟମାନେ ଅଂଶ ଗ୍ରହଣ କରିଥିଲେ। ଜୀବର୍ଦ୍ଧନ ସେତି ଏବଂ ତୁଳସୀବଲ୍ଲଭ ଦାସ ତାଳିମଦାତା ରୂପେ ଯୋଗ ଦେଇ ପଞ୍ଚାୟତ ପ୍ରତିନିଧିମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ପଞ୍ଚାୟତ ଏବଂ ଜନପ୍ରତିନିଧିମାନଙ୍କ କାର୍ଯ୍ୟ କ୍ଷମତା, ସରକାରୀ ଯୋଜନାର ସଫଳ ରୂପାୟନ ଏବଂ ଗ୍ରାମସଭାର ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ମାସର କର୍ମକର୍ତ୍ତା ମାନେ ପରିଚାଳନା କରିଥିଲେ।
Popular Categories



