ଗଞ୍ଜାମ: ଗଞ୍ଜାମ ବ୍ଲକରେ ଜନ ସଚେତନ ପାଇଁ ଶିକ୍ଷା ସଚେତନ ରଥର ଶୁଭାରମ୍ଭ ହୋଇଛି। ଏହା ପରେ ଏହି ରଥ ପୁଇଁତଳା କ୍ଳଷ୍ଟରରୁ ଆରମ୍ଭ ହୋଇ ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲ। ମୁଖ୍ୟତଃ ଭାବେ ଛଅରୁ ଚଉଦ ବର୍ଷ ପିଲାମାନେ ଯେପରି କେହି ଅଧାରୁ ପାଠ ଛାଡ଼ିବେ ନାହିଁ, ସମସ୍ତେ ଯେପରି ସ୍କୁଲରେ ପାଠ ପଢିବେ ସେଥିପାଇଁ ଜନ ସଚେତନ ପାଇଁ ଏହି ରଥକୁ ପରିକ୍ରମା କରାଯିବ ବୋଲି ଅତିଥି ମାନେ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମରେ ବିଡ଼ିଓ ବିଶ୍ୱଜିତ ରଏ, ବିଇଓ ଭାଗିରଥି ବେହେରା, ଏବିଇଓ ବିଜୟ ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ସିଆରସିସି, ଶିକ୍ଷକ ବିପ୍ର ଚରଣ ସାହୁ, ଧିରେନ ପଟ୍ଟନାୟକ, ଗୁରୁ ନାଥ ବେହେରା, ବରିଷ୍ଠ କିରାଣୀ ହରି ହର ବାରିକି ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ।
Popular Categories



