www.samajalive.in
Friday, December 12, 2025
15.1 C
Bhubaneswar

ଆରଡିପୀଠ: ନୂତନ ମନ୍ଦିରକୁ ବିଜେ କଲେ ଚତୁର୍ଦ୍ଧାମୂର୍ତ୍ତୀ

ଆରଡି: ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ପୁଷ୍ପ ଉଦ୍ୟାନ ନିକଟରେ ଥିବା ଜଗନ୍ନାଥଙ୍କର ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଶେଷ ହେବା ପରେ ରବିବାର ଶ୍ରୀକ୍ଷେତ୍ର ପୁରିଧାମରୁ ଆସିଥିବା ବୈଦିକ ବ୍ରାହ୍ମଣ ଓ ସୂର୍ୟନାରାୟଣ ରଥଶର୍ମାଙ୍କ ମନ୍ତ୍ରପାଠରେ ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ନୂତନ ମନ୍ଦିରକୁ ବିଜେ କରାଯିବା ସହ ରତ୍ନସିଂହାସନରେ ଅବସ୍ଥାନ କରାଯାଇଥିଲା। ଏହି ଅବସରରେ ବିଧିବିଧାନ ଅନୁଯାୟୀ ଭୋର ମଣିବାବାଙ୍କ ଦ୍ବାରଫିଟା ନୀତି ସହ ମଙ୍ଗଳ ଆଳତୀ ସରିବା ପରେ ରୁଦ୍ରାଭିଷେକ, ସୂର୍ଯ୍ୟପୂଜା ଆଦି ସମ୍ପର୍ଣ୍ଣ ହେବା ପରେ ଜଗନ୍ନାଥଙ୍କ ମନ୍ଦିର ପରିସରରେ ଯଜ୍ଞବେଦୀ ପ୍ରତିଷ୍ଠା, ଦ୍ବାରପାଳପୂଜା, ଗୋ ପୂଜା ଆଦି କରାଯାଇ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁର୍ଦଶନଙ୍କୁ ସୁବାଷିତ ଜଳରେ ସ୍ନାନ କରାଯାଇ ବଡସିଂହାର ବେଶରେ ସଜ୍ଜିତ କରାଯାଇଥିଲା। ଏହାପରେ ବ୍ରାହ୍ମଣଙ୍କ ଦ୍ବାରା ନୂତନ ମନ୍ଦିର ରତ୍ନସିଂହାସନକୁ ପହଣ୍ଡି କରାଯାଇ ନିଆଯାଇଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories