ନର୍ଲା: ସାହିତ୍ୟ କ୍ଷେତ୍ରରେ କାର୍ଯ୍ୟରତ ଅଖିଳ ଭାରତୀୟ ସଂଗଠନ ସଂସ୍କାର ଭାରତୀ, କଳାହାଣ୍ଡି ଶାଖା ପକ୍ଷରୁ ଶନିବାର ଚୈତ୍ର ଶୁକ୍ଳ ପ୍ରତିପଦା ଭାରତୀୟ ନବବର୍ଷ ରୂପେ ନର୍ଲାରେ ପାଳିତ ହୋଇଯାଇଛି। ନବବର୍ଷ ସ୍ବରୂପ ସଂଗଠନର କର୍ମକର୍ତ୍ତା ଓ କଳାକାର ବୃନ୍ଦ ନବବର୍ଷର ପ୍ରଥମ ଅର୍ଘ୍ୟ ସୂର୍ଯ୍ୟ ଦେବତାଙ୍କୁ ଅର୍ପଣ କରିଥିଲେ। ନର୍ଲାସ୍ଥିତ ବଳଭଦ୍ରେଶ୍ବର ପୀଠରେ ଏହି ସୂର୍ଯ୍ୟ ପୂଜାର୍ଚ୍ଚନା କରାଯାଇଥିଲା। ସଂସ୍କାର ଭାରତୀ ଉତ୍କଳ ପଶ୍ଚିମ ପ୍ରାନ୍ତ ଅଧ୍ୟକ୍ଷ ପ୍ରଭାସ ଚନ୍ଦ୍ର ମିଶ୍ର ଓ ରାଜ୍ୟ ଲୋକକଳା ସଂଯୋଜକ ହରେକୃଷ୍ଣ ଭୋଇଙ୍କ ନେତୃତ୍ୱରେ ଘୁମୁରା, ସଂକୀର୍ତ୍ତନ ସହ ନର୍ଲା ଅଞ୍ଚଳର ଅନେକ କଳାକାର ବିଭିନ୍ନ ଦେବାଦେବୀଙ୍କ ବେଶରେ ନଗର ପରିକ୍ରମା କରିଥିଲେ। କଳାହାଣ୍ଡି ଜିଲ୍ଲା ସଂସ୍କାର ଭାରତୀ ସଂପାଦକ ପ୍ରମୋଦ କୁମାର ପରିଡ଼ା, ଜିଲା ଉପ ସଭାପତି କ୍ଷୀରୋଦ ଚନ୍ଦ୍ର ପାତ୍ର,ସହ ସଂପାଦକ ମୋହନ କୁମାର ଭଟ୍ଟ ପ୍ରମୁଖ ଯୋଗଦେଇଥିଲେ।
Popular Categories



