www.samajalive.in
Wednesday, December 10, 2025
26.1 C
Bhubaneswar

କିନ୍ନର ସଂଘର ବହୁଚରା ମାତାଙ୍କ ଷୋହଳ ପୂଜା

ନର୍ଲା: କଳାହାଣ୍ଡି ଜିଲା ନର୍ଲାରୋଡ ସେବାକାରୀ କିନ୍ନର ସଂଘର ବହୁଚରା ମାତାଙ୍କ ଷୋହଳ ପୂଜା ଅନୁଷ୍ଠିତ ହୋଇଯାଇଛି। ବୁଧବାର ଠାରୁ ଚାରି ଦିନ ଧରି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲା ସମେତ ବଲାଙ୍ଗୀର, ସମ୍ବଲପୁର, ଝାରସୁଗୁଡା, ଭୁବନେଶ୍ୱର, ବ୍ରହ୍ମପୁର, ଝାରସୁଗୁଡା, ରାୟଗଡ଼ା, ରାୟପୁର ଆଦି ଅଞ୍ଚଳରୁ ଶତାଧିକ କିନ୍ନର ଯୋଗଦେଇ ସେମାନଙ୍କ ଆରାଧ୍ୟା ଦେବୀ ମାଁ ବହୁଚରା ବା ମୁର୍ଗିମାତାଙ୍କ ପୂଜା ବହୁ ଆଡ଼ମ୍ବରରେ ପାଳନ କରିଥିଲେ। ଚାରିଦିନ ଧରି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମ ଆୟୋଜିତ ହେବା ସହ ସମାଜରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା। ଉତ୍କଳ ଦିବସ ଏପ୍ରିଲ ୧ ତାରିଖ ଶୁକ୍ରବାର ଦିନ ଏକ ବିଶେଷ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପଶ୍ଚିମ ଓଡ଼ିଶା ଯାଦବ ବିକାଶ ପରିଷଦର ଅଧ୍ୟକ୍ଷ ବଲରାମ ସିଂ ଯାଦବ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ନର୍ଲା ବ୍ଲକ୍ ଅଧ୍ୟକ୍ଷା ମନୋରମା ମହାନ୍ତି, ନର୍ଲା ଭାରପ୍ରାପ୍ତ ବିଡ଼ିଓ ମାନସ ରଞ୍ଜନ ତ୍ରିପାଠୀ, ନର୍ଲା ଥାନାଧିକାରୀ ରେଣୁକା ସୁନା,ସମୀର ଚାନ୍ଦ, ସର୍ଗିଗୁଡା ସରପଂଚ ଦୀପାଞ୍ଜଳୀ ବୁଦ୍ଧିଆ, ସମିତି ସଭ୍ୟ ଚିରଞ୍ଜିବୀ ଗଉଡିଆ, ବିବେକ ସେନା ଅଧ୍ୟକ୍ଷ ଶିବରାମ ନାୟକ, ଦିପକ କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ।

 

- Advertisement -

ମୁଖ୍ୟବକ୍ତା ଭାବରେ ସ୍ବପ୍ନା କୁମାର ବେହେରା ଯୋଗଦେଇ କିନ୍ନରମାନଙ୍କ ବିଭିନ୍ନ ସମସ୍ୟା ଓ ସମାଜରେ ସେମାନଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ କିନ୍ନର ମାନଙ୍କ ଦ୍ବାରା ବିଭିନ୍ନ ମନୋରଞ୍ଜନ କାର୍ୟ୍ୟକ୍ରମ ପରିବେଷିତ ହୋଇଥିଲା। ସମାଜରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅନେକଙ୍କୁ ସମ୍ମାନିତ କରାଯାଇଥିଲା। ସେବାକାରୀ କିନ୍ନର ସଂଘର ସଭାପତି କାମିନୀ କିନ୍ନର ସ୍ବାଗତ ଭାଷଣ ଦେବା ସହ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ। ବ୍ରହ୍ମପୁରରୁ ଆସିଥିବା ଶାନ୍ତି କିନ୍ନର ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories