ନୀଳାଦ୍ରି ଭୂଷଣଙ୍କୁ ସତ୍ୟବାଦୀ ସାରସ୍ୱତ ସମ୍ମାନ-୨୦୨୧
କଟକ: ଆଜି ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ ସାହିତ୍ୟ ପତ୍ରିକାର ବାର୍ଷିକ ସମାରୋହ ଅନୁଷ୍ଠିତ ହୋଇଯାଇଛି । କଟକ ବିଜୁ ପଟ୍ଟନାୟକ ଛକ ସ୍ଥିତ ସାରଳା ଭବନରେ ଏହି ସମାରୋହ ଅନୁଷ୍ଠିତ ହୋଇଥିବା ବେଳେ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଠ ସାମ୍ବାଦିକ ତଥା ରାଜ୍ୟସଭା ଉପାଧ୍ୟକ୍ଷ ଶ୍ରୀ ହରିବଂଶ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀ ହରିବଂଶ ଯୋଗଦେଇ ଲୋକଙ୍କ ସହିତ ଦୈନିକ ସମ୍ବାଦପତ୍ର ‘ସମାଜ’ର ଭୂମିକାକୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ଅଭିଭାଷଣ ରଖିଥିଲେ । ଶ୍ରୀ ହରିବଂଶ କହିଥିଲେ ସମାଜ’ ସାରା ଦେଶରେ ପରିବର୍ତ୍ତନର ସୂତ୍ରଧର ପାଲଟିଛି ।
‘ସମାଜ’ ନିରବଚ୍ଛିନ୍ନ ଭାବେ ନିରପେକ୍ଷ ସମ୍ବାଦ ପରିବେଷଣ ସହ ଦେଶର ବିକାଶ ଜୟଯାତ୍ରାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ତାହା ସହ ଶ୍ରୀ ହରିବଂଶ ଏହି କାର୍ଯ୍ୟକ୍ରମରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କୁ ମନେ ପକାଇଥିଲେ । ଗୋପବନ୍ଧୁଙ୍କୁ ଓଡ଼ିଶାର ଗାନ୍ଧୀ ସହ ତୁଳନା କରିବା ସହ ଓଡ଼ିଶାବାସୀଙ୍କ ପାଇଁ ତାଙ୍କ ଉତ୍ସର୍ଗତା କିପରିଥିଲା ତାହା ବର୍ଣ୍ଣନା କରିଥିଲେ । ଶ୍ରୀ ହରିବଂଶ ଗୋପବନ୍ଧୁଙ୍କ ସେହି ଲୋକାଦ୍ରୁତ କବତା ‘ମିଶୁ ମୋର ଦେହ ଏ ଦେଶ ମାଟିରେ.. ଦେଶବାସୀ ଚାଲି ଯାଆନ୍ତୁ ପିଠିରେ.. ଦେଶର ସ୍ୱରାଜ ପଥେ ଯେତେ ଗାଢ଼.. ପୂରୁ ତହିଁ ମୋର ପଡ଼ି ମୋର ମାଂସ ହାଡ଼’ କବିତାକୁ ବର୍ଣ୍ଣନା କରିବା ସହ ଗୋପବନ୍ଧଙ୍କ ଚିନ୍ତା ଓ ଚେତନାକୁ ମହାନ୍ କହିଥିଲେ ।
ଏଥି ସହ ଏହି ଉତ୍ସବରେ ମୁଖ୍ୟ ବକ୍ତା ଭାବେ ପ୍ରଖ୍ୟାତ ସାରସ୍ବତ ସାଧକ ତଥା ରେଭେନ୍ସା ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଦେବଦାସ ଛୋଟରାୟ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ସମାଜର ମୁଖ୍ୟ ପ୍ରଶାସନିକ ଅଧକାରୀ ଡଃ ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ, ଗୋପବନ୍ଧୁଙ୍କ ସତ୍ୟବାଦୀର ସମ୍ପାଦକ ନିରଞ୍ଜନ ରଥ ଓ ସମାଜ ସମ୍ପାଦକ କାନନ ବିହାରୀ ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ଉତ୍ସବ ଶେଷରେ ବିଶିଷ୍ଠ ସାହିତ୍ୟିକ ତଥା ଗାଳ୍ପିକ ଓ ପ୍ରବନ୍ଧକ ମାନଙ୍କୁ ସମ୍ମାନୀତ କରାଯାଇଥିଲା । ନୀଳାଦ୍ରି ଭୂଷଣ ହରିଚନ୍ଦନଙ୍କୁ ସତ୍ୟବାଦୀ ସାରସ୍ବତ ସମ୍ମାନ-୨୦୨୧ରେ ସମ୍ମାନୀତ କରାଯାଥିବା ବଳେ ଅନ୍ୟ ୧୧ ଜଣ ବିଶିଷ୍ଠ ଗାଳ୍ପିକ, ପ୍ରାବନ୍ଧିକ ଓ କବିଙ୍କୁ ସତ୍ୟବାଦୀ ସାହିତ୍ୟ ସମ୍ମାନରେ ସମ୍ମାନିତ କରାଯାଇଥିଲା । ପ୍ରବନ୍ଧ ପାଇଁ ବେଣୁଧର ପାଢ଼ୀ, ବ୍ରଜମୋହନ ମିଶ୍ରଙ୍କୁ ସମ୍ମାନିତ କରାଯାଇଥିବା ବେଳେ ଗାଳ୍ପ ପାଇଁ ଦେବବ୍ରତ ମଦନରାୟ, ଅର୍ଜୁନ ପୃଷ୍ଟିଙ୍କୁ ସତ୍ୟବାଦୀ ସାହିତ୍ୟ ସମ୍ମାନରେ ସମ୍ମାନିତ କରାଯାଇଛି । ସେହିପରି ଶିଶୁସାହିତ୍ୟ ଓ ଗଳ୍ପ ପାଇଁ ଦେବେନ୍ଦ୍ର କର, ରବୀନ୍ଦ୍ର ମାଝୀ, କବିତା ପାଇଁ ଗାୟତ୍ରୀବାଳା ପଣ୍ଡା, ପିନାକୀ ମିଶ୍ର, ଶିଶୁସାହିତ୍ୟ- କବିତା ପାଇଁ ସୁନାମଣି ରାଉତ, ଦେବେନ୍ଦ୍ର ଚୌଧୁରୀ, ରାମ୍ୟରଚନା ପାଇଁ ଗୋବିନ୍ଦଚନ୍ଦ୍ର ସେଠୀଙ୍କୁ ସତ୍ୟବାଦୀ ସାହିତ୍ୟ ସମ୍ମାନରେ ସମ୍ମାନିତ କରାଯାଇଛି ।
Comments are closed.