ପାଣି ପାଇଁ ଡହଳ ବିକଳ ଡଙ୍ଗାଡିହା ଗାଁର ତିନୋଟି ସାହିର

ଠାକୁରମୁଣ୍ଡା: ରାଜ୍ୟ ଓ କେନ୍ଦ୍ର ସରକାର ଆଦିବାସୀମାନଙ୍କର ବିକାଶ ଓ ସ୍ବାବଲମ୍ବୀ କରିବା ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି। ସମାଜର ମୁଖ୍ୟ ତ୍ସୋତରେ ସାମିଲ କରିବା ପାଇଁ ଏକ ସ୍ବତନ୍ତ୍ର ବିଭାଗ ମଧ୍ୟ ଗଠନ କରିଛନ୍ତି ତଥାପି ଏବେ ବି ସେମାନେ ଅବହେଳିତ ଆଉ ନିଷ୍ପେସିତ। ଏଭଳି ଗାଁ ଅଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ଚମ୍ପାଝର ପଞ୍ଚାୟତର ଡଙ୍ଗାଡିହା ଗାଁର ବଙ୍ଗାଳି ସାହି, ଘୁଟୁ ସାହି ଓ ବଳ ସାହି ତିନୋଟି ସାହିକୁ ବିକାଶ ଏବେ ସାତସପନ। ସମସ୍ୟାରେ ଜର୍ଜରିତ ଗ୍ରାମବାସୀଙ୍କ ଶିକ୍ଷା ସ୍ବାସ୍ଥ୍ୟ ଗମନାଗମନ ଓ ପାନୀୟଜଳ ଭଳି ମୌଳିକ ସମସ୍ୟାକୁ ପଚାରୁଛି କିଏ?

prayash

ଡଙ୍ଗାଡିହା ଗ୍ରାମର ବଙ୍ଗାଳି ସାହି, ଘୁଟୁ ସାହି ଓ ବଳ ସାହି ତିନୋଟି ସାହିରେ ବସବାସ କରନ୍ତି ୧୧୪ ପରିବାର। ଏଥିରେ ଲୋକସଂଖ୍ୟା ୭ ଶହରୁ ଉର୍ଦ୍ଧ୍ବ ହେବ। କେଉଁ ଆବାହମାନ କାଳରୁ ଜଙ୍ଗଲଜାତ ଦ୍ରବ୍ୟ ଓ ଚାଷବାସକରି ଜୀବିକା ନିର୍ବାହ କରି ଆସୁଛନ୍ତି ଏମାନେ। ଗାଁକୁ ସଂଯୋଗ କରୁଥିବା ରାସ୍ତାରେ ଶିମିଳିପାଳରୁ ପ୍ରବାହିତ ଶାଳନ୍ଦୀ ନଦୀ ବିକାଶରେ ବାଧକ ସାଜିଛି। ବ୍ଲକ କାର୍ଯ୍ୟାଳୟ ଠାରୁ ୨୫ କିମି ବେଳେ ପଞ୍ଚାୟତ ଠାରୁ ୧୨ କିମି ଦୂରରେ ଅବସ୍ଥିତ ଏହି ଆଦିବାସୀ ଗାଁ। ଗାଁରେ ଆମ୍ବୁଲାନ୍ସ ସେବା କଣ ଜାଣିନାହାଁନ୍ତି। ଅସରାଏ ବର୍ଷା ହେଲେ ଶିମିଳିପାଳ ପାହାଡରୁ ସାଳନ୍ଦୀ ନଦୀ ଫୁଲି ଉଠେ। ବର୍ଷାଦିନରେ ଏମାନେ ଜଳବନ୍ଦୀ ରହୁନ୍ତି। ୧୧୪ ପରିବାରରୁ ୧୧୩ ପରିବାର ଅତି ଗରିବ ଶ୍ରେଣୀର। ବର୍ଷ ତମାମ ଏମାନେ ସାଳନ୍ଦୀ ନଦୀ କିମ୍ବା ଛୁଆ ପାଣି ପିଉଛନ୍ତି।

ଖରାଦିନେ ଆସିଲେ ଡଙ୍ଗାଡିହା ଗାଁର ବଙ୍ଗାଳି ସାହି, ଘୁଟୁ ସାହି ଓ ବଳ ସାହି ଡହଳ ବିକଳ ହୁଅନ୍ତି ପିଇବା ପାଣି ପାଇଁ। ସରକାର ପାନୀୟ ଜଳ ପାଇଁ ବିଭିନ୍ନ ଯୋଜନା କରିଛନ୍ତି କିନ୍ତୁ ଏଠାରେ ବାସ୍ତବ ଚିତ୍ର ଅଲଗା। କେବଳ ସେତିକି ନୁହେଁ ପାନୀୟ ଜଳ ପାଇଁ ନଳକୂପ ଟିଏ ନାହିଁ। ସରକାରୀ ଅଧିକାରୀ ଓ ଲୋକ ପ୍ରତିନିଧି ଙ୍କୁ ବାରମ୍ବାର ଗୁହାରି କରି ଥକି ଗଲେଣି ଗ୍ରାମବାସୀ ତଥାପି ବିକାଶ କଣ ଜାଣି ପାରିଲେ ନାହିଁ ଏଠାକାର ବାସିନ୍ଦା। କେବଳ ବଙ୍ଗାଳୀ ସାହିରେ ଥିବା ବିଦ୍ୟାଳୟ ନିକଟରେ ଗୋଟିଏ ନଳକୂପ ଥିଲେ ମଧ୍ୟ ଦୀର୍ଘ ଦିନ ହେବ ଗୋଳିଆ ପାଣି ବାହରୁଥିବାରୁ କେହି ବ୍ୟବହାର କରିପାରୁ ନାହାନ୍ତି। ଦିନକୁ ଦିନ ପ୍ରବଳ ଖରା ହେଉଥିବାରୁ ସାଳନ୍ଦୀ ନଦୀରେ ଜଳସ୍ତର କମିବାରେ ଲାଗିଛି। ଏଠିକାର ବାସିନ୍ଦା ଯେଉଁଠି ଗାଧାଉଛନ୍ତି ସେଠାରୁ ପାଣି ପିଉଛନ୍ତି। ବର୍ଷ ତମାମ ନଦୀ ଏବଂ ଚୂଆରୁ ପାଣି ପିଉଥିବାରୁ ଅନେକ ସମସ୍ୟା ଦେଖା ଦେଲାନି ଗ୍ରାମରେ। ପ୍ରବଳ ଖରାରେ ସତ୍ୱେ ମହିଳା ଏବଂ ଝିଅମାନେ ଡେକିଚି, କଳସି ଧରି ଚୁଆ ଏବଂ ନଦୀ ପାଣି ଆଣିବାକୁ ଦିର୍ଘ ରାସ୍ତା ଯିବାକୁ ପଡୁଛି। ତେବେ ଏ ବିଷୟରେ ବିଭାଗୀୟ ଜେଇ ସଂଜୟ କୁମାର ମଣ୍ଡଳ ପଚାରିବାରୁ ମୁଁ ଅଳ୍ପ ଦିନ ହେଲା ଆସିଛି ସମସ୍ୟା ବିଷୟରେ ଶୁଣିଛି, କିନ୍ତୁ ଅଭିଯୋଗ ଆସିନାହିଁ ଆପଣଙ୍କ ଠାରୁ ଶୁଣିଛି। ପାଣି ସମସ୍ୟା ଖୁବଶୀଘ୍ର ସମାଧାନ ହେବ। ତେବେ ଦେଖିବାକୁ ବାକି ରହିଲା କେବେ ମିଳୁଛି ବଙ୍ଗାଳି ସାହି ସ୍ବଚ୍ଛ ପାନୀୟ ଜଳ।

kalyan agarbati

Comments are closed.