www.samajalive.in
Saturday, December 6, 2025
26.1 C
Bhubaneswar

ହସ୍ପିଟାଲ ପ୍ରକଳ୍ପ ପ୍ରତି ନିବେଶକଙ୍କ ଆଗ୍ରହ

୨୫ଟି ସ୍ଥାନରେ ନିର୍ମାଣ ହେବ ୨,୯୦୦ ଶଯ୍ୟାର ହସ୍ପିଟାଲ:ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର : ଓଡ଼ିଶାରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିପୁଳ ସୁଯୋଗ ରହିଛି। ରାଜ୍ୟର ୨୫ଟି ସ୍ଥାନରେ ୧,୩୦୦ କୋଟି ଟଙ୍କା ନିବେଶ ସହାୟତାରେ ୨,୯୦୦ ଶଯ୍ୟା ବିଶିଷ୍ଟ ନୂତନ ହସ୍ପିଟାଲ ନିର୍ମାଣ ପ୍ରସ୍ତାବ ମଧ୍ୟ ରାଜ୍ୟ ସରକାର ରଖିଛନ୍ତି। ଏହା ଦ୍ୱାରା ଆସନ୍ତା କିଛି ବର୍ଷ ମଧ୍ୟରେ ଛୋଟ ସହରରେ ମଧ୍ୟ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଉପଲବ୍ଧ ହୋଇପାରିବ। ଏଥିଯୋଗୁ ରାଜ୍ୟରେ ୧୦,୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ଏହାଦ୍ୱାରା ରାଜ୍ୟର ଆର୍ଥିକ ଅନଗ୍ରସର ପରିବାର ବିନା ମୂଲ୍ୟରେ ଚିକିତ୍ସା ସୁଯୋଗ ହାସଲ କରିପାରିବେ ବୋଲି ଚେନ୍ନଇଠାରେ ଅନୁଷ୍ଠିତ ଓଡ଼ିଶା ନିବେଶକ ସମ୍ମିଳନୀ ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।
ମେକ୍‍ ଇନ୍‍ ଓଡ଼ିଶା ସମ୍ମିଳନୀ ୨୦୧୮ ଅନ୍ତର୍ଗତ ଓଡ଼ିଶା ସରକାରଙ୍କ ପକ୍ଷରୁ ଚେନ୍ନଇରେ ଭାରତୀୟ ବାଣିଜ୍ୟ ଓ ଶିଳ୍ପ ସଂଘ (ଫିକି) ସହଯୋଗରେ ଆୟୋଜିତ ରୋଡ୍‍ ଶୋ’ରେ ରାଜ୍ୟର ସ୍ୱାସ୍ଥ୍ୟସେବା ପ୍ରକଳ୍ପରେ ପୁଞ୍ଜିନିବେଶ ପାଇଁ ନିବେଶକମାନେ ଅହେତୁକ ଆଗ୍ରହ ପ୍ରକାଶ କରିଛନ୍ତି। ଗତ ଦିଲ୍ଲୀ ରୋଡ୍‍ ଶୋ’ରେ ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଥିବା ଆପୋଲୋ, କାବେରି, ଡକ୍ଟର ଆଇ ଇନଷ୍ଟିଚ୍ୟୁଟ୍‍, ମେଡାଲମଙ୍ଗ ଆଦି ସ୍ୱାସ୍ଥ୍ୟ ସେବା କମ୍ପାନୀ ସହିତ ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଲୋଚନା କରାଯାଇଛି। ଆଜି ଏ ନେଇ ରାଜ୍ୟ ପ୍ରତିନିଧି ମଣ୍ଡଳୀ ମ୍ୟାକ୍ସ ହେଲଥକେୟାର, ମଣିପାଳ ଗ୍ରୁପ୍‍, ଗ୍ଳୋକାଲ ହେଲଥ୍‍ କେୟାର, ଭିପିିଏସ୍‍ ହେଲଥ୍‍ କେୟାର, ଯଶୋଦା ହସ୍ପିଟାଲ, ସିଗନସ୍‍ ମେଡିକେୟାର ଆଦି ୫୨ରୁ ଅଧିକ କମ୍ପାନୀ ସହିତ ଆଲୋଚନା କରାଯାଇଥିଲା। ଏହି ଅବସରରେ ଶ୍ରୀ ଜେନା କହିଲେ, ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ। ଘରୋଇ ସରକାରୀ ମିଳିତ ସହଯୋଗ (ପିପିପି)ରେ ରାଜ୍ୟ ସରକାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିକାଶ ପାଇଁ ଉଦ୍ୟମ ଜାରି ରଖିଛନ୍ତି। ରାଜ୍ୟର ପ୍ରମୁଖ ଜିଲାଗୁଡିକରେ ଏହା କାର୍ଯ୍ୟକାରୀ ହେବ। ତେବେ ଏହାକୁ ରାଜ୍ୟ ସରକାରଙ୍କ ୨୦୧୬ ହେଲଥ୍‍ କେୟାର ନିବେଶକ ବିକାଶ ନୀତି ଅନୁସାରେ କାର୍ଯ୍ୟକାରୀ କରାଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସକେୱାଇ) ଅନ୍ତର୍ଗତ ଏହା କାର୍ଯ୍ୟକାରୀ ହେବ। ଏହି ଯୋଜନା ଅନୁସାରେ ଝାରସୁଗୁଡ଼ାରେ ପିପିପି ଭିତ୍ତିରେ କ୍ୟାନସର ହସ୍ପିଟାଲ ନିର୍ମାଣ ହେବ। ଏହାଦ୍ୱାରା ପଶ୍ଚିମ ଓଡ଼ିଶାର ୮୩ ଲକ୍ଷ ଲୋକଙ୍କୁ କ୍ୟାନସର ଚିକିତ୍ସା ଉପଲବବ୍ଧ କରାଯାଇପାରିବ। ଏହି କ୍ଷେତ୍ରରେ ଘରୋଇ ନିବେଶକଙ୍କୁ ରକ୍ଷାଣବେକ୍ଷଣ ଏବଂ ପରିଚାଳନା ଦାୟିତ୍ୱ ଦିଆଯିବ। ଏ କ୍ଷେତ୍ରରେ ଆପଲୋ ହସ୍ପିଟାଲ, କେୟାର ହସ୍ପିଟାଲ, ଆମ୍ରି ହସ୍ପିଟାଲ, ଏଲ୍‍.ଭି. ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍‍, ସନସାଇନ୍‍ ହସ୍ପିଟାଲ ଆଦି ଜାତୀୟସ୍ତରୀୟ ସ୍ୱାସ୍ଥ୍ୟସେବା ହସ୍ପିିଟାଲ ରହିଛନ୍ତି। ଏହି ନିବେଶକ ସମ୍ମିଳନୀରେ ରାଜ୍ୟ ପିପିପିି ଏବଂ ପିଏମ୍‍, ପିଆଣ୍ଡ୍‍ସି ବିଭାଗ ସଚିବ ପ୍ରଦୀପ ଜେନା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଦା, ଓଏସଏମସିଏଲ ପରିଚାଳନା ନିର୍ଦେଶକ ସୁଶ୍ରୀ ଅର୍ଚ୍ଚନା ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀ ଉପସ୍ଥିତ ଥିଲେ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories