ସଂସଦରେ ଓଡ଼ିଶା ଦିବସ ପାଳିତ

ନୂଆଦିଲ୍ଲୀ : ଓଡ଼ିଶା ଦିବସ ଅବସରରେ ସଂସଦର ଉଭୟ ଗୃହରେ ରାଜ୍ୟର ସାଂସଦ ଅନ୍ୟ ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇଥିବା ବେଳେ ରାଜ୍ୟସଭା ଉପାଧ୍ୟକ୍ଷ ଏବଂ କେରଳର ଜଣେ ସାଂସଦ ମଧ୍ୟ ରାଜ୍ୟର ରାଜ୍ୟସଭା ସାଂସଦ ଏବଂ ରାଜ୍ୟବାସୀଙ୍କୁ ପବିତ୍ର ଓଡ଼ିଶା ଦିବସ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ରାଜ୍ୟସଭା ଶୂନ୍ୟକାଳରେ ମାଓ ପ୍ରଭାବିତ ଅଞ୍ଚଳରେ ରେଳ ଓ ସଡ଼କ ବିକାଶ ପ୍ରସଙ୍ଗ ଉତ୍ଥାପନ ବେଳେ ବନ୍ଦେ ଉତ୍କଳ ଜନନୀରୁ ସାଂସଦ ପ୍ରଶାନ୍ତ ନନ୍ଦ ନିଜର ଉପସ୍ଥାପନା ଆରମ୍ଭ କରିଥିଲେ। ପ୍ରଶାନ୍ତଙ୍କ ଉପସ୍ଥାପନା ପରେ ଗୃହରେ ଅଧ୍ୟକ୍ଷତା କରୁଥିବା ଉପାଧ୍ୟକ୍ଷ ହରିବଂଶ ଓଡ଼ିଶା ଦିବସ ଅବସରରେ ଉପସ୍ଥିତ ସାଂସଦ ତଥା ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେହିପରି ଶୂନ୍ୟକାଳରେ କେରଳର ସାଂସଦ ଜନ ବ୍ରିଟାସ ମଧ୍ୟ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଓଡ଼ିଆ ସାଂସଦ ଅମର ପଟ୍ଟନାୟକ ଓଡ଼ିଶାବାସୀଙ୍କ ତରଫରୁ ଶୂନ୍ୟକାଳରେ ସଫାଇ ଏବଂ ପରିମଳ କର୍ମଚାରୀଙ୍କ ସମସ୍ୟା ପ୍ରସଙ୍ଗ ଉତ୍ଥାପନ ବେଳେ ଉପାଧ୍ୟକ୍ଷ ହରିବଂଶ ଏବଂ ଗୃହର ଅନ୍ୟ ସଦସ୍ୟଙ୍କୁ ଅଭିନନ୍ଦନ କରିଥିଲେ। ସେହିପରି ଲୋକସଭା ଶୂନ୍ୟକାଳରେ ଏନଜିଓଙ୍କ ବକେୟା ରାଶି ପ୍ରଦାନ ପ୍ରସଙ୍ଗ ଉତ୍ଥାପନ ବେଳେ ଢ଼େଙ୍କାନାଳ ସାଂସଦ ମହେଶ ସାହୁ ଗୃହରେ ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ଓଡ଼ିଶା ଦିବସ ଅବସରରେ ଅଭିନନ୍ଦନ ଜଣାଇଥିଲେ।

kalyan agarbati

Comments are closed.