www.samajalive.in
Friday, December 12, 2025
15.1 C
Bhubaneswar

ଦୁଲକିବନ୍ଧ ସରକାରୀ କନ୍ୟା ଆଶ୍ରମର ୨୬ ଛାତ୍ରୀ ଝାଡାବାନ୍ତିରେ ଆକ୍ରାନ୍ତ

କଲମପୁର: ଝାଡାବାନ୍ତି ରୋଗରେ ୨୬ ଜଣ ଛାତ୍ରୀ ଏକା ସାଙ୍ଗରେ ଆକ୍ରାନ୍ତ ହେବା ଭଳି ଅଭାବନୀୟ ଘଟଣା କଲମପୁର ଅଂଚଳରେ ଆଲୋଡନ ସୃଷ୍ଟି କରିଛି। କେଉଁ କାରଣରୁ ଏତେ ସଂଖ୍ୟକ ଛାତ୍ରୀ ଆକ୍ରାନ୍ତ ହେଲେ ସେ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ଅନ୍ୟପଟେ ଖାଦ୍ୟରେ କିଛି ଅପ ମିଶ୍ରଣ ଯୋଗୁଁ ଏଭଳି ହେଇଥିବାର ଅନୁମାନ କରାଯାଉଛି।

ସୂଚନା ଅନୁସାରେ କଲମପୁର ବ୍ଲକ ଅଧିନସ୍ଥ ଦୁଲକିବନ୍ଧ ଠାରେ ସରକାରଙ୍କ ତଫସିଲଭୁକ୍ତ ଜାତି ଜନଜାତି ଦ୍ୱାରା ଏକ କନ୍ୟା ଆଶ୍ରମ (ବାଳିକା ବିଦ୍ୟାଳୟ) ପରିଚାଳିତ ହେଉଛି। ଏଥିରେ ପ୍ରାୟ ୩୫୦ ଜଣ ଛାତ୍ରୀ ଛାତ୍ରୀ ନିବାସରେ ରହି ପାଠ ପଢୁଛନ୍ତି। ଏମାନଙ୍କ ମଧ୍ୟରୁ ଗୁରୁବାର ସକାଳେ ଡୋଳେଶ୍ୱରୀ ଶବର, ବନିତା ମାଝୀ, କୁମାରୀ ଶବର, ତରୁଲତା ମାଝୀ, ଚାସନୁ ମାଝୀ, ଜ୍ୟୋତି ମାଝୀ, ତୁଳସୀ ଶବର, ବନିତା ବାଣୁଆ, ପ୍ରଭାତୀ ବାଗ, ବର୍ଷା ନିଆଲ, ଧନମତୀ ମାଝୀ, ଲଳିତା ଶବର, ଖୁଲଣା ମାଝୀ, ତ୍ରୀପୁରା ଶବର, ସୁପ୍ରଭା ମାଝୀ, ବବିତା ନାଏକ, ସୌଭାଗ୍ୟ ମାଝୀ, ଝରଣା ତାଣ୍ଡି, ପୁଷ୍ପାଞ୍ଜଳୀ ମାଝୀ, ତୁଳସୀ ମାଝୀ ମୀନା ମାଝୀ, ବାସନ୍ତୀ ମାଝୀ, ବିନୋଦିନୀ ମାଝୀ, ଟିକେଶ୍ୱରୀ ଦୁର୍ଗା, ଜୟନ୍ତୀ ବାଗ ଓ ଭାରତୀ ଦୁରିଆ ପ୍ରମୁଖ ଛାତ୍ରୀ ଝାଡାବାନ୍ତି ରୋଗର ଶିକାର ହେଇଛନ୍ତି।

- Advertisement -

ଏନେଇ ବିଦ୍ୟାଳୟ ତରଫରୁ ତୁରନ୍ତ ବ୍ଲକ ପ୍ରଶାସନ ଓ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସହ ଯୋଗାଯୋଗ କରାଯାଇଥିଲା। ଏମ.ଏଚ.ଟିର ସ୍ୱତନ୍ତ୍ର ଚିକିତ୍ସା ଦଳ ବିଦ୍ୟାଳୟକୁ ଯାଇ ଛାତ୍ରୀଙ୍କ ଅବସ୍ଥା ବୁଝିବା ସହ ୨୬ ଜଣ ଛଆତ୍ରୀଙ୍କୁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇ ଚିକିତ୍ସା କରାଯାଉଛି। ଘଟଣା ସମ୍ବନ୍ଧରେ ଜାଣିବା ପରେ କଲମପୁର ବି.ଡି.ଓ ପ୍ରସନ୍ନ କୁମାର ପଟେଲ, ତହସିଲଦାର କରିଶ୍ମା ବେଶ୍ରା ଗୋଷ୍ଠୀ ସ୍ୱାସ୍ତ୍ୟ କେନ୍ଦ୍ରରେ ପହଂଚି ଚିକିତ୍ସାଧିନ ଛାତ୍ରୀଙ୍କ ଅବସ୍ଥା ବୁଝିବା ସହ ଡାକ୍ତର ମାନଙ୍କ ସହ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଆଲୋଚନା କରିଥିଲେ। ଏହାସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡାକ୍ତର ରାକେଶ କୁମାର ସାହୁ ନିଜ ଏକ ସ୍ୱତନ୍ତ୍ର ଦଳ ସହ ବିଦ୍ୟାଳୟ ଠାରେ ପହଂଚି ବିଦ୍ୟାଳୟର ପାରିପାର୍ଶ୍ବିକ ଅବସ୍ଥା ଦେଖିବା ପ୍ରଧାନ ଶିକ୍ଷୟତ୍ରୀଙ୍କ ସହ ଆଲୋଚନା କରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ପହଚି ଚିକିତ୍ସାଧିନ ଛାତ୍ରଛାତ୍ରୀଙ୍କ ଅବସ୍ଥା ଦେଖିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories