www.samajalive.in
Sunday, December 14, 2025
23.1 C
Bhubaneswar

ଅସହାୟ ବୃଦ୍ଧାଙ୍କୁ ଥଇଥାନ

ସମ୍ବଲପୁର: ସମ୍ବଲପୁରର ଚେରୁଆପଡା ନିବାସୀ ପ୍ରାୟ ୭୦ ବର୍ଷିୟ ଜଣେ ବୃଦ୍ଧା ଙ୍କୁ ଯୁବ ସାମ୍ବାଦିକ ଶ୍ରବଣ କୁମାର ପତି ଓ କ୍ଷେତରାଜପୁର ପୁଲିସ ମିଳିତ ଭାବରେ ଥଇଥାନ କରାଇଛନ୍ତି। ପ୍ରାପ୍ତସୂଚନାନୁଯାୟୀ, କ୍ଷେତରାଜପୁର ରେଳ ଷ୍ଟେସନ ନିକଟରେ ଗୁରୁବାର ରାତ୍ର ପ୍ରାୟ ୮ଟା ସମୟରେ ଜଣେ ବୃଦ୍ଧା ଅସହାୟ ଅବସ୍ଥାରେ କାନ୍ଦୁଥିବାର ସେ ରାସ୍ତା ଦେଇ ଯାଉଥିବା ଯୁବ ସାମ୍ବାଦିକ ପତି ଦେଖିଥିଲେ। ଏଣୁ ସେ ଯାଇ ତାଙ୍କୁ କଣ ହୋଇଛି ବୋଲି ବୁଝିବା ସମୟରେ ସେହି ରାସ୍ତାରେ ଯାଉଥିବା ଜଣେ ବ୍ୟକ୍ତି ଓ ତାଙ୍କର ଝିଅ ମଧ୍ୟ ଅଟକି ବୃଦ୍ଧାଙ୍କ ଦୟନୀୟ ଅବସ୍ଥା ଦେଖି ପାଣି ଓ ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ।

ଏ ସର୍ମ୍ପକରେ କ୍ଷେତରାଜପୁର ଥାନାକୁ ଯୁବ ସାମ୍ବାଦିକ ପତି ଖବର ଦେବାରୁ କ୍ଷେତରାଜପୁର ଥାନାଧିକାରିଣୀ ମମତା ନାୟକ ତୁରନ୍ତ ପିସିଆର ଘଟଣାସ୍ଥଳକୁ ପଠାଇଥିଲେ। ପୁଲିସର ପଚରାଉୁଚରା ସମୟରେ ବୃଦ୍ଧା ଜଣକ ସ୍ଥାନୀୟ ଚେରୁଆପଡା ନିବାସୀ ଏବଂ ତାଙ୍କର ପୁତ୍ର ଘରୁ ତଡି ଦେଇଥିବାର କହିଥିଲେ। ରାତ୍ରି ହୋଇଯାଇଥିବାରୁ ପୁଲିସ ତୁରନ୍ତ ଚେରୁଆପଡାରେ ରହୁଥିବା ଉକ୍ତ ବୃଦ୍ଧାଙ୍କ ପୁତ୍ର ସହିତ ଯୋଗାଯୋଗ କରି ତାଙ୍କୁ ନେଇ ତାଙ୍କର ଘରେ ଥଇଥାନ କରାଇଥିଲେ। ଯୁବ ସାମ୍ବାଦିକ ଓ ପୁଲିସର ଏହି ମାନବୀୟ କାର୍ଯ୍ୟ ଯୋଗୁଁ ବୃଦ୍ଧାଙ୍କୁ ତାଙ୍କର ଘରେ ରଖାଯାଇ ପାରିଥିବାରୁ ସବୁ ମହଲରେ ଏହି ପଦକ୍ଷେପକୁ ସ୍ୱାଗତ କରାଯାଉଛି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories