www.samajalive.in
Tuesday, December 9, 2025
23.1 C
Bhubaneswar

ଜିଲାସ୍ତରୀୟ ଚେସ ଚାମ୍ପିୟନସିପ ଉଦଯାପିତ

ସମ୍ବଲପୁର: ସମ୍ବଲପୁର ଜିଲା ସ୍ତରୀୟ ଚେସ ଚାମ୍ପିୟନସିପ ୨୦୨୨ ଗୁରୁବାର ଉଦଯାପିତ ହୋଇଯାଇଛି। ବୁଧବାର ଓ ଗୁରୁବାର ୨ ଦିନ ଧରି ସମ୍ବଲପୁର ଚେସ ସଂଘ ଓ ବୀର ବଜରଙ୍ଗ ସଂଘ ହାଟପଡାର ମିଳିତ ଆନୁକୂଲ୍ୟରେ ଆୟୋଜତି ଏହି ଚାମ୍ପିୟନସିପ ସ୍ଥାନୀୟ ହାଟପଡା କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଚାମ୍ପିୟନସିପର ଉଦଯାପନୀ ଉତ୍ସବରେ ଜିଲା ବିଜେଡି ସାଧାରଣ ସମ୍ପାଦକ ସନ୍ଦୀପ ପଟ୍ଟନାୟକ (ବୁକନ) ମୁଖ୍ୟ ଅତିଥି, ଭିମସାରର ଫିଜିକ୍ସ ବିଭାଗର ମୁଖ୍ୟ ଡ. ରାଜୀବ କୁମାର ନନ୍ଦ ଜିଲା ଚେସ ସଂଘର ସଚିବ ବିଧୁଭୂଷଣ ମିଶ୍ର, ଚିଫ ଆର୍ବିଟ୍ରେଟର ସନ୍ତୋଷ ମହାପାତ୍ର, ପୂର୍ବତନ ଜିଲା କ୍ରିଡା ସଂଘର କ୍ରିଡା ସଚିବ ପ୍ରଶାନ୍ତ ସେଟ ଓ ବୀର ବଜରଙ୍ଗ ସଂଘର କୋଷାଧ୍ୟକ୍ଷ ବିଶ୍ୱଜିତ ଦେହୁରୀ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ। ବିଭିନ୍ନ ବର୍ଗରେ ଆୟୋଜିତ ହୋଇଥିବା ଏହି ପ୍ରତିଯୋଗୀତାରେ ଚଳିତ ବର୍ଷର ବରିଷ୍ଠ ବର୍ଗରେ ଚାମ୍ପିୟନ ସୁବିର କୁମାର ପାଢ଼ୀ, ଦ୍ୱିତୀୟ ସ୍ଥାନରେ କିଶୋରୀ ଲାଲ ଭୋଇ, ତୃତୀୟରେ ବିଷ୍ଣୁଚରଣ ସାହୁ, ଚତୁର୍ଥରେ ବିଧୁଭୂଷଣ ମିଶ୍ର ଓ ପଞ୍ଚମ ସ୍ଥାନରେ ଶ୍ୟାମ ସୁନ୍ଦର ଶର୍ମା ରହିଛନ୍ତି। ଉତ୍ତ ବରିଷ୍ଠ ଖେଳାଳୀ ଭାବରେ ରାମକୃଷ୍ଣ ନନ୍ଦ ଙ୍କୁ ପୁରସ୍କୃତ କରାଯାଇଛି। କୃତୀ ଖେଳାଳି ମାନଙ୍କୁ ଯଥା କ୍ରମେ ୩ ହଜାର, ୨ ହଜାର, ୧୫ ଶହ, ୧ ହଜାର ଓ ୬ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା।

ସେହିଭଳି ଜୁନିୟର ବର୍ଗରେ ଆୟୁଷ ପଟ୍ଟନାୟକ ଚାମ୍ପିୟନ, ଦ୍ୱିତୀୟରେ ସାହିଲ ଷଡଙ୍ଗୀ, ସାଇ ଅମ୍ରିତ ପରିଜା ତୃତୀୟ, ରୋହନ କୁମାର ସାହୁ ଚତୁର୍ଥ ଏବଂ ରିତଭିକ ଅଗ୍ରୱାଲ ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି। ସବ ଜୁନିୟର ବର୍ଗରେ ପ୍ରଜ୍ଞାନଶ୍ରୀ ଦେହୁରୀ, ଚାମ୍ପିୟନ, ଦ୍ୱିତୀୟରେ ସାଇ ସ୍ୱରୁପ ମଲ୍ଲା, ଆର୍ଯ୍ୟନେଷ ପାଣିଗ୍ରାହୀ ତୃତୀୟ, ସ୍ମୃତି ପରିଜା ଚତୁର୍ଥ ଏବଂ ଆଦିତ୍ୟ ମିଶ୍ର ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି। ଜୁନିୟର ଓ ସବ ଜୁନିୟର ବର୍ଗର କୃତୀ ଖେଳାଳୀ ମାନଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା। ଏହି ଚାମ୍ପିୟନସିପ କୁ ଆୟୋଜନ ଓ ପରିଚାଳନାରେ ଚେସ ସଂଘର ସଦସ୍ୟ ସମେତ ବୀର ବଜରଙ୍ଗ ସଂଘର ଦୀପକ ବରାଳ, ସୋମନାଥ ସେଠ, ଅଜୁ ସେନାପତି, ଦିଲ୍ଲପ ସାହୁ ଙ୍କ ସମେତ ସମସ୍ତ ସଦସ୍ୟ ସକ୍ରିୟ ସହାୟତା କରିଥିଲେ।

Hot this week

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

Related Articles

Popular Categories