www.samajalive.in
Friday, December 12, 2025
15.1 C
Bhubaneswar

କାଇଁଶିର ଉଚ୍ଚ ବିଦ୍ୟାଳୟର ସଫଳତା

ସମ୍ବଲପୁର: ସମ୍ବଲପୁର ଜିଲା ଭାରତ ସ୍କାଉଟ ଓ ଗାଇଡ ପକ୍ଷରୁ ୨୦୨୧ – ୨୨ ବର୍ଷ ପାଇଁ ବାର୍ଷିକ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ସ୍ଥାନୀୟ କସ୍ତୁରବା ଗାନ୍ଧୀ ମାତୃ ନିକେତନ ଉଚ୍ଚ ବିଦ୍ୟାଳୟ ଠାରେ ୨୮ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା। ଏଥିରେ ଜିଲାର ଅନ୍ୟ ବିଦ୍ୟାଳୟର ସ୍କାଉଡ ଓ ଗାଇଡ ଛାତ୍ରଛାତ୍ରୀ ମାନଙ୍କ ସହିତ ସମ୍ବଲପୁରର କାଇଁଶିର ଉଚ୍ଚ ବିଦ୍ୟାଳୟର ସ୍କାଉଡ ଶିକ୍ଷକ ଚିତ୍ତରଞ୍ଜନ ପଣ୍ଡା ଙ୍କ ସହିତ ୪ ଜଣ ସ୍କାଉଟ ଓ ୧୦ ଜଣ ଗାଇଡ ଅଂଶଗ୍ରହଣ କରିଥିଲେ। ଶିବିରରେ ବିଭିନ୍ନ ପ୍ରତିଯୋଗୀତା ଆୟୋଜିତ ହୋଇଥିବା ବେଳେ ଏଥିରେ କାଇଁଶିର ବିଦ୍ୟାଲୟର ଛାତ୍ରଛାତ୍ରୀ ମାନେ କଲର ପାର୍ଟି ବର୍ଗରେ ପ୍ରଥମ, ଫିଜିକାଲ ଡିସପ୍ଲେ ବର୍ଗରେ ପ୍ରଥମ, ମାର୍ଚ୍ଚ ପାଷ୍ଟ ବର୍ଗରେ ଦ୍ୱିତୀୟ, ଗ୍ରୁପସଫ ଓ ଗ୍ରୁପ ଡ୍ୟାନ୍ସରେ ତୃତୀୟ ସ୍ଥାନ ଅଧିକାର କରି ସମୁଦାୟ ୫ଟି ଟ୍ରଫି ସହିତ ଜିଲାର ଶ୍ରେଷ୍ଠ ଗାଇଡ କମ୍ପାନୀ ରୁପେ ସଫଳତା ହାସଲ କରିଛନ୍ତି। ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ କୃତୀତ୍ୱ ପାଇଁ ସବୁ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories