www.samajalive.in
Friday, December 12, 2025
15.1 C
Bhubaneswar

୧୨ ହଜାର କୋଟି ଟଙ୍କା ଉଠାଇବ ପିଏନ୍‍ବି

ନୂଆଦିଲ୍ଲୀ : ଦେଶର ଦ୍ୱିତୀୟ ସର୍ବବୃହତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‍ବି) ବାସେଲ୍‍ ୩ ଅନୁପାଳନକାରୀ ଏଟି-୧ ବଣ୍ଡ୍‍ ଜରିଆରେ ୫୫୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଏବଂ ଟିୟର-୨ ବଣ୍ଡ୍‍ ଜରିଆରେ ୬୫୦୦ କୋଟି ଟଙ୍କା ପର୍ଯ୍ୟନ୍ତ ପାଣ୍ଠି ସଂଗ୍ରହ କରିବ। ଏହା ଥରକରେ ବା ଏକାଧିକ ଥରରେ କରାଯିବ। ଏହି ପ୍ରସ୍ତାବକୁ ପିଏନ୍‍ବି ବୋର୍ଡ ଅନୁମୋଦନ କରିଛି। ରେଗୁଲେଟରୀ ଫାଇଲିଂ ଜରିଆରେ ବ୍ୟାଙ୍କ ପକ୍ଷରୁ ଏହା କୁହାଯାଇଛି। ମଙ୍ଗଳବାର ପିଏନ୍‍ବିର ସେୟାର ମୂଲ୍ୟ ବିଏସ୍‍ଇରେ ୧.୯୬% ହ୍ରାସପାଇ ୩୪ ଟଙ୍କା ୯୫ ପଇସାରେ କାରବାର ହୋଇଥିଲା।

 

- Advertisement -

ନିକଟରେ ପିଏନ୍‍ବି ରାଷ୍ଟ୍ରାୟତ୍ତ ଡିଜିଟାଲ ଇ-କମର୍ସ ପ୍ଲାଟଫର୍ମ ଓଏନ୍‍ଡିସିରେ ୬% ଅଂଶକୁ ୧୦ କୋଟି ଟଙ୍କା ବିନିମୟରେ ଅଧିଗ୍ରହଣ କରିଛି। ଓପନ୍‍ ନେଟୱର୍କ ଫର ଡିଜିଟାଲ କମର୍ସ (ଓଏନ୍‍ଡିସି) କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟର ଏକ ପ୍ରୟାସ ଯାହା ଡିଜିଟାଲ ନେଟୱର୍କଗୁଡିକରେ ଦ୍ରବ୍ୟ ଓ ସେବା ବିନିମୟର ସମସ୍ତ ଦିଗ ପାଇଁ ମୁକ୍ତ ନେଟୱାର୍କଗୁଡିକୁ ପ୍ରୋତ୍ସାହିତ କରୁଛି। ୨୦୨୧ ଡିସେମ୍ବର ସୁଦ୍ଧା ଶେଷ ହୋଇଥିବା ତ୍ରୈମାସିକରେ ପିଏନ୍‍ବିର ଷ୍ଟାଣ୍ଡଆଲୋନ୍‍ ନେଟ୍‍ ଲାଭ ପରିମାଣ ୧୧୨୬.୭୮ କୋଟି ଟଙ୍କା ହୋଇଛି, ଯାହା ପୂର୍ବବର୍ଷ ସେହି ସମୟ ତୁଳନାରେ ଦୁଇଗୁଣ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories