www.samajalive.in
Tuesday, December 9, 2025
16.1 C
Bhubaneswar

ନରାଜରେ ବୁଡ଼ି ଜଣେ ମୃତ, ଜଣେ ଗୁରୁତର

କଟକ: ସାଙ୍ଗମାନଙ୍କ ସହ ବୁଲାବୁଲି କରି କାଠଯୋଡ଼ିର ନରାଜଠାରେ ଗାଧୋଉଥିବା ବେଳେ ମଙ୍ଗଳବାର ଦିପେଶ ପଟ୍ଟନାୟକଙ୍କ ମୃତ୍ୟୁ ଘଟିଛି। ତାଙ୍କ ଘର ରାଉରକେଲା ବୋଲି ଜଣାପଡ଼ିଛି। ସେ ମର୍କତନଗର ଥାନା ଅଞ୍ଚଳରେ ଥିବା ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଚତୁର୍ଥ ବର୍ଷର ଛାତ୍ର ଥିଲେ। ସେହିପରି ଅନ୍ୟଜଣକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କଟକ ବଡଡାକ୍ତଖାନାରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ ଏବିଆଇଟିର ଚତୁର୍ଥ ବାର୍ଷିକ ଛାତ୍ର ଦିପେଶ ଓ ତାଙ୍କର ୪ ଜଣ ସାଙ୍ଗ ମଙ୍ଗଳବାର ଭୋଜିକରି ଖାଇଥିଲେ। ଖାଇ ସାରି ସେଠାରେ କିଛି ସମୟ ଗପସପ କରିବା ପରେ ଦିପେଶ ଓ ଅନ୍ୟ ୪ଜଣ ସାଙ୍ଗ ଗାଧେଇବା ପାଇଁ ସ୍ଥିର କରିଥିଲେ। ସେମାନେ ନରାଜ ଡାକବଙ୍ଗଳା ସମ୍ମୁଖ ବୁରୁଜ ନିକଟରେ ପହଁଥିଲେ। ସେମାନଙ୍କ ମଧ୍ୟରୁ ପ୍ରଥମେ ଦିପେଶ ଗାଧୋଇବା ପାଇଁ ପାଣିରେ ପଶିଥିଲେ। ଏହାପରେ ଜଣଜଣ କରି ଅନ୍ୟ ସାଙ୍ଗମାନେ ନଦୀ ଭିତରକୁ ପଶିଥିଲେ। ମାତ୍ର ଅସାବଧାନତା ଯୋଗୁଁ ଦିପେଶ ଓ ତା’ର ଜଣେ ସାଙ୍ଗ ବୁଡି ଯାଇଥିଲେ। ଏହାଦେଖି କୂଳରେ ଥିବା ଅନ୍ୟ ଦୁଇ ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ ହେଲେ ସେଥିରେ ସେମାନେ ବିଫଳ ହୋଇଥିଲେ। ଏ ନେଇ ପୁଲିସ ଓ ଅଗ୍ନିଶମ କେନ୍ଦ୍ରକୁ ସୂଚନା ଦିଆଯାଇଥିଲା। ଓଡ୍ରାଫ ଓ ଅଗ୍ନିଶମ କର୍ମଚାରୀଙ୍କ ସହ ମର୍କତନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ପ୍ରଥମେ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନା ପଠାଯାଇଥିଲା। ପରେ ଦିପେଶ ଉଦ୍ଧାର କରାଯାଇଥିଲା। ଡାକ୍ତରଖାନା ପଠାଯିବା ପରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ମର୍କତନଗର ଥାନାରେ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ବେଳେ ପୁଲିସ ତଦନ୍ତ ଜାରି ରଖିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories